ଦେଶ- ବିଦେଶ

ରୋଷେଇ ଘରେ ଗ୍ୟାସ୍‌ ସଂରକ୍ଷଣ ପାଇଁ ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ପୁଣି ଦେଖନ୍ତୁ ଫରକ୍‌

ରୋଷେଇ ଘରେ ଯଦି ଆପଣ ଅଯଥା ଗ୍ୟାସ୍‌ ଅପଚୟ କରୁଛନ୍ତି, ତା’ହେଲେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ, ଏବେ ରନ୍ଧନ ଗ୍ୟାସ୍‌ ମୂଲ୍ୟ ଯେଭଳି ବଢ଼ିଚାଲିଛି, ଭବିଷ୍ୟତରେ ଏହି ଅଭ୍ୟାସ ହୁଏତ ଆପଣଙ୍କ ଉପରେ ଭାରି ପଡ଼ିପାରେ। ତେଣୁ ଯେତେ ସମ୍ଭବ ଅଯଥା ଗ୍ୟାସ୍‌ ଖର୍ଚ୍ଚ ହେବାକୁ ଦିଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏହାର ୫ଟି ଟ୍ରିକ୍‌ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

g15

୧. ଗ୍ୟାସ୍‌ ଲିକ୍‌

ଗ୍ୟାସ୍‌ ପାଇପ୍‌ ସବୁବେଳେ ଯାଞ୍ଚ କରନ୍ତୁ। ରୋଷେଇ ଆରମ୍ଭ ହେବା ପୂର୍ବରୁ ଏବଂ ରୋଷେଇ ସରିବା ପରେ ଥରେ ନିହାତି ଭାବେ ଚେକ୍‌ କରି ନିଅନ୍ତୁ। ଏଥିରୁ ଆପଣ ଜାଣିପାରିବେ, ଆପଣଙ୍କ ଗ୍ୟାସ୍‌ ଲିକ୍‌ ଅଛି କି ନାହିଁ। ଏହା ଏଲ୍‌ପିଜି ଗ୍ୟାସ୍‌ ସଂରକ୍ଷଣର ସବୁଠାରୁ ଭଲ ଉପାୟ।

୨. ପ୍ୟାନ୍‌କୁ ଶୁଖାଇ ଗ୍ୟାସ୍‌ରେ ବସାନ୍ତୁ

ଏହା ଏକ ସରଳ ଏବଂ ସୁବିଧା ଉପାୟ, ଯେଉଁଥିରେ ଆପଣ ବିନା ପରିଶ୍ରମରେ ରୋଷେଇ ଗ୍ୟାସ୍‌କୁ ବଞ୍ଚାଇ ପାରିବେ। ଏଠାରେ ଆପଣ ଏଲ୍‌ପିଜି ଗ୍ୟାସ୍‌ର ବ୍ୟବହାର ବାସନ ଶୁଖାଇବା ପାଇଁ କରନ୍ତୁ ନାହିଁ। ବାସନ ଶୁଖାଇବା ପାଇଁ ରୋଷେଇ ଘର ଟାେଓ୍ଵଲ ବ୍ୟବହାର କରନ୍ତୁ।

 

୩. ଓଭରକୁକିଂ

ଏହା ଅଯଥା ଏଲ୍‌ପିଜି ଖର୍ଚ୍ଚ ହେବାର ସବୁଠାରୁ ବଡ଼ କାରଣ। ତେଣୁ ଯଦି ଆପଣ ଖାଦ୍ୟ ରାନ୍ଧୁଛନ୍ତି, ତା’ହେଲେ ରାନ୍ଧିବା ସମୟ ଉପରେ ନଜର ରଖନ୍ତୁ। ସବୁ ପରିବା ଅତି ସିଝିବା ଜରୁରୀ କି ନୁହେଁ, ତାହା ଦେଖନ୍ତୁ। ଭୋଜନରେ ସାଲାଡ୍‌, ଦହି ଆଦି ସାମିଲ କରନ୍ତୁ। କାରଣ, ଏଗୁଡ଼ିକୁ ସିଝାଇବାକୁ ପଡ଼ି ନ ଥାଏ। ସେହିପରି ଛୋଟ ଛୋଟ ସବ୍‌ଜିକୁ ଆପଣ ଚାହିଁଲେ ମାଇକ୍ରୋେଓ୍ଵଭ୍‌ରେ ସିଝାଇପାରିବେ।

g0

୪. ଢାଙ୍କୁଣୀ ବ୍ୟବହାର କରନ୍ତୁ

ସବୁବେଳେ ଖାଦ୍ୟ ରାନ୍ଧିବା ବେଳେ ଢାଙ୍କୁଣୀ ବ୍ୟବହାର କରନ୍ତୁ। କାରଣ, ଏମିତି କଲେ, ବାମ୍ଫ ଭିତରେ ରହିଥାଏ। ଏହା ଖାଦ୍ୟକୁ ଶୀଘ୍ର ରାନ୍ଧିବାରେ ସହାୟକ ହୋଇଥାଏ।

୫. ଥର୍ମୋପ୍ଲାସ

ଯଦି ଅଧିକାଂଶ ବ୍ୟଞ୍ଜନ ରାନ୍ଧିବା ପୂର୍ବରୁ ଆପଣଙ୍କୁ ଗରମ ପାଣିର ଆବଶ୍ୟକ ପଡ଼ିଥାଏ, ତା’ହେଲେ ଥର୍ମୋପ୍ଲାସ୍‌ ବ୍ୟବହାର କରନ୍ତୁ। ଗ୍ୟାସ୍‌ରେ ଥରେ ପାଣି ଗରମ କରନ୍ତୁ ଏବଂ ଏହାକୁ ଥର୍ମୋପ୍ଲାସ୍‌ରେ ରଖିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button