ମନୋରଞ୍ଜନ

ସମ୍ପର୍କରେ ମିଠାପଣ ଭରିଦିଏ ଫେଙ୍ଗ୍‌ସୁଇ ପ୍ରଜାପତି, ସ୍ୱାମୀଙ୍କ ପ୍ରେମ ପାଇବାକୁ ଆଜି ହିଁ ଘରେ ଲଗାନ୍ତୁ ଏହି ଯନ୍ତ୍ର

ଯେଉଁ ଘରେ ସୁଖ ଶାନ୍ତି ବଜାୟ ରହେ, ଭାଇ ଭାଇ ମଧ୍ୟରେ କଳହ ଲାଗେନାହିଁ, ବଡ଼ମାନେ ସାନଙ୍କୁ ଓ ସାନମାନେ ବଡ଼ଙ୍କୁ ଉପଯୁକ୍ତ ସମ୍ମାନ ଦେଇଥାନ୍ତି ସେହି ଘରକୁ ସ୍ୱର୍ଗ ବୋଲି ବିବେଚନା କରାଯାଏ। ସମସ୍ତେ ଚାହାଁନ୍ତି ତାଙ୍କ ପରିବାରରେ ସବୁବେଳେ ଶାନ୍ତି ଲାଗିରହୁ। କିନ୍ତୁ ବେଳେବେଳେ ବହୁ ପ୍ରଚେଷ୍ଟା ସତ୍ତ୍ୱେ ଘରେ ଛୋଟ ଛୋଟ କାରଣରୁ କଳିଝଗଡ଼ା ଲାଗିଯାଏ। ଆପଣଙ୍କ ଘରେ ଯଦି ସବୁବେଳେ ଅଶାନ୍ତିର ବାତାବରଣ ଲାଗି ରହୁଛି, ତେବେ ପେଙ୍ଗସୁଇର ମାତ୍ର ଗୋଟିଏ ଉପାୟ ଘରେ ପୁନର୍ବାର ଶାନ୍ତି ଫେରାଇ ଆଣିପାରିବ। ଫେଙ୍ଗସୁଇ ପ୍ରଜାପତି ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବାରେ ସହାୟକ ହୋଇଥାଏ…

  • ଯେଭଳି ପ୍ରଜାପତି ବଗିଚାର ସୌନ୍ଦର୍ଯ୍ୟ ବଢ଼ାଏ ସେହିପରି ଫେଙ୍ଗ୍‌ସୁଇ ପ୍ରଜାପତି ସମ୍ପର୍କରେ ମଧୁରତା ଆଣିଥାଏ।
  • ଘରେ ଏହି ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ସବୁବେଳେ ଶାନ୍ତି ବଜାୟ ରହେ।
  • ମନ ଚାହୁଁଥିବା ସାଥୀ ପାଇବାକୁ ଘରେ ଫେଙ୍ଗସୁଇର ପ୍ରଜାପତି ଲଗାନ୍ତୁ। ଏହା ଆପଣଙ୍କ ବୈବାହିକ ଜୀବନକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିବ।

  • ପ୍ରେମିକା ବା ପ୍ରେମିକଙ୍କୁ ସବୁଦିନ ପାଇଁ ନିଜର କରି ରଖିବାକୁ ଚାହୁଁଥିଲେ ଫେଙ୍ଗସୁଇର ଏହି ଯନ୍ତ୍ର ବ୍ୟବହାର କରନ୍ତୁ।
  • ଦମ୍ପତି ଏହି ଯନ୍ତ୍ରକୁ ଶୟନ କକ୍ଷରେ ଲଗାନ୍ତୁ। ପ୍ରେମ ବଢ଼ିବ।
  • ରଚନାତ୍ମକ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି ଫେଙ୍ଗସୁଇ ପ୍ରଜାପତିକୁ ନିଜ ରୁମ୍‌ରେ ସ୍ଥାପନ କରିବା ଦ୍ୱାରା କାର୍ଯ୍ୟଦକ୍ଷତା ବଢ଼ିଥାଏ।
  • ଫେଙ୍ଗସୁଇ ପ୍ରଜାପତିର ପେଣ୍ଟିଂ ମଧ୍ୟ ଘର ପାଇଁ ଶୁଭ ହୋଇଥାଏ।
  • ତେବେ ଘରେ ସବୁବେଳେ ଯୁଗ୍ମ ସଂଖ୍ୟକ ପ୍ରଜାପତି ରଖନ୍ତୁ। ଅଯୁଗ୍ମ ସଂଖ୍ୟାରେ ପ୍ରଜାପତି ରଖିବା ଏତେଟା ଲାଭ ଦେଇନଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button