ରାଜ୍ୟ

ଶୀତୁଆ ପାଗରେ ନିଅନ୍ତୁ ଗରମର ମଜା, ବେଡରୁ ତୁରନ୍ତ ଉଠି ବନାନ୍ତୁ ହଟ୍‌ Hot Chocolate

ଥଣ୍ଡାରେ ଏହି ଶୀତୁଆ ପାଗରେ କିଛି ଗରମା ଗରମ ପିଇବାର ମଜା କିଛି ଅଲଗା ପ୍ରକାର। ଆଜି ସକାଳୁ ଯଦି ଆପଣ ଏଯାଏଁ ବେଡରୁ ଉଠିନାହାନ୍ତି ତେବେ ସକାଳକୁ କରନ୍ତୁ ଆହୁରୀ ମଜାଦାର। ବ୍ଲାଙ୍କେଟ୍‌ ଭିତରୁ ବାହାରନ୍ତୁ ଆଉ ଯାଇ ବନାନ୍ତୁ ‘ହଟ୍‌ ଚକୋଲେଟ୍‌ ’। ଏହା ଏକ ଏମିତି ବଢ଼ିଆ ଅପସନ୍‌ ଯାହା ଆପଣଙ୍କ ଶୀତୁଆ ପାଗକୁ ପୂରା ଅଲଗା ପ୍ରକାର ମଜା ଦେବ। ତେବେ ଆସନ୍ତୁ ଏହାକୁ କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

କ୍ଷୀର – ୧୫୦ ମି.ଲି

କୋକୋ ପାଉଡର – ୧୦ ଗ୍ରାମ

ଚକୋଲେଟ୍‌ ସସ୍‌ – ୧୦୦ ଗ୍ରାମ

ଭାନିଲା ଆସେନ୍ସ -କିଛି ବୁନ୍ଦା

ଚକୋଲେଟ୍‌ ଚିପ୍ସ – ସଜାଇବା ପାଇଁ

କ୍ରୀମ – ସଜାଇବା ପାଇଁ

teaପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଏକ ପାତ୍ରରେ କ୍ଷୀର ଏବଂ କୋକୋ ପାଉଡର ଧୀମା ଆଞ୍ଚରେ ଫୁଟାନ୍ତୁ।

-ଏବେ ଏଥିରେ ଚକୋଲେଟ୍‌ ସସ୍‌ ମିଶାଇ ଗାଢ଼ା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ।

-ଯେତେବେଳେ କ୍ଷୀର ଫୁଟିଯିବ ତାହାକୁ ଏକ ଗ୍ଲାସରେ ଭରନ୍ତୁ ଏବଂ ଏହାପରେ ଏଥିରେ ଭାନିଲା ଆସେନ୍ସର ବୁନ୍ଦା ମିଶାନ୍ତୁ।

-ଏବେ ଏହାକୁ ଚକୋଲେଟ୍‌ ଚିପ୍ସ କିମ୍ବା କ୍ରୀମରେ ସଜାନ୍ତୁ।

-ଏବେ ଆପଣଙ୍କର ହଟ୍‌ ଚକୋଲେଟ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ଭରପୂର ମଜା ଉଠାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button