ରାଜ୍ୟ

ପାଉଁଜି ପିନ୍ଧିବା ଦ୍ୱାରା କେବଳ ସୌନ୍ଦର୍ଯ୍ୟ ବଢ଼େନି, ଶରୀରର ବିଭିନ୍ନ ରୋଗ ମଧ୍ୟ ହୁଏ ଦୂର

ମହିଳାଙ୍କ ମୁଖ୍ୟ ଆଭୂଷଣ ମଧ୍ୟରେ ପାଉଁଜି ଅନ୍ୟତମ। ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ପାଉଁଜିର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ତେବେ ପାଉଁଜି ଶରୀରର ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଆସନ୍ତୁ ଜାଣିବା ପାଉଁଜି ପିନ୍ଧିବା ଦ୍ୱାରା ଶରୀରକୁ ମିଳୁଥିବା ଲାଭ ସମ୍ପର୍କରେ…

ପାଦ ଦରଜରୁ ଦିଏ ଆରାମ

ଆଜିକାଲି ମହିଳାମାନେ ଉଭୟ ଘର ଓ ବାହାରର କାମ ଯୋଗୁ ଏତେ ଚିନ୍ତାରେ ରହିଥାନ୍ତି ଯେ ନିଜ ପାଦର ଯତ୍ନ ନେବାକୁ ଭୁଲିଯାଆନ୍ତି। ଏହି ସ୍ଥିତିରେ ପାଦ ଦରଜ ହେବା ସ୍ୱାଭାବିକ। ଆପଣଙ୍କ ପାଦ ମଧ୍ୟ ଯଦି ଦରଜ ହେଉଛି ତେବେ ମେଡିସିନ୍‌ ଖାଇବା ଓ ଲଗାଇବା ବ୍ୟତୀତ ପାଦରେ ପାଉଁଜି ବି ପିନ୍ଧନ୍ତୁ। କଷ୍ଟ କମ୍‌ ହେବ। ଖାସ୍‌ କରି ରୂପା ପାଉଁଜି ପିନ୍ଧିବା ଅଧିକ ଲାଭଦାୟକ ହୋଇଥାଏ।

ଗୋଇଠି ପୀଡ଼ାରୁ ଦିଏ ମୁକ୍ତି

ଆଜିକାଲିର ମହିଳାମାନେ ଡେଙ୍ଗା ଦେଖାଯିବାକୁ ହାଇହିଲ୍‌ ପିନ୍ଧିଥାନ୍ତି। ଫଳରେ ଗୋଇଠି ପୀଡ଼ା ହେବା ସହ ଫୁଲିବା ଭଳି ସମସ୍ୟା ଦେଖାଯାଏ। ଏଭଳି ସମସ୍ୟା ଥିଲେ ପାଉଁଜି ପିନ୍ଧନ୍ତୁ, କଷ୍ଟ ଲାଘବ ହେବ।

ଇମ୍ୟୁନିଟି ସିଷ୍ଟମ୍‌ ଭଲ ରହେ

ପାଉଁଜି ପିନ୍ଧିବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍‌ ମଧ୍ୟ ଭଲଭାବେ କାମ କରିଥାଏ। ପାଉଁଜି ପିନ୍ଧିଲେ ଲିମ୍ଫ୍‌ ଗ୍ଲାଣ୍ଡ ଆକ୍ଟିଭ୍‌ ହୋଇଥାଏ।

ହରମୋନ୍‌ ନିୟନ୍ତ୍ରିତ ରହେ

ପାଉଁଜି ବଳାଗଣ୍ଠିର ଚତୁଃପାର୍ଶ୍ୱକୁ ସ୍ପର୍ଶ କରିଥାଏ। ଏହା ଦ୍ୱାରା ଶରୀରରେ ହରମୋନ୍‌ର ସ୍ତର ନିୟନ୍ତ୍ରିତ ରହେ।

ଶରୀର ପୀଡ଼ା କମ୍‌ କରେ

ପାଉଁଜି ପିନ୍ଧିବା ଦ୍ୱାରା ଶରୀରରେ ଭାଇବ୍ରେସନ୍‌ ହୋଇଥାଏ। ଫଳରେ ବିଭିନ୍ନ ଗ୍ରନ୍ଥି ଆକ୍ଟିଭ୍‌ ହୋଇଯାଆନ୍ତି। ଏହାଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ତ୍ୱରାନ୍ଵିତ ହୋଇଥାଏ। ଫଳରେ ଶରୀରର ପୀଡ଼ା ଦୂର ହୁଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button