ଦେଶ- ବିଦେଶ

ଉଭୟ ମହିଳା ଓ ପୁରୁଷଙ୍କ ଯୌନ କ୍ଷମତା ବୃଦ୍ଧି କରି ଫିଟ୍‌ ରଖିବାରେ ସାହାଯ୍ୟ କରେ ଏହି ଯୋଗାସନ

ଯୋଗାସନ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ନିୟମିତ ଯୋଗ କରିବା ଦ୍ୱାରା ସବୁ ବେମାରିରୁ ମୁକ୍ତି ମିଳିପାରିବ। କିନ୍ତୁ ଯୋଗ ଦ୍ୱାରା ଯୌନ ଶକ୍ତି ମଧ୍ୟ ବୃଦ୍ଧି କରିହେବ ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କେତେକ ଯୋଗକୁ ନିୟମିତ କରିବା ଦ୍ୱାରା ଶରୀରର ସମସ୍ତ ଦୁର୍ବଳତା ଦୂର ହୋଇଥାଏ। ଫଳରେ ଜଣେ ଶାରୀରିକ ସମ୍ପର୍କ ରଖିବା ବେଳେ ଥକିପଡ଼େ ନାହିଁ। ଆସନ୍ତୁ ଜାଣିବା କେଉଁ ଯୋଗ କରିବା ଦ୍ୱାରା ଯୌନ କ୍ଷମତା ବୃଦ୍ଧିପାଏ…

ଚକ୍ରାସନ:

ଚକ୍ରାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ବସି ଅଣ୍ଟାକୁ ସିଧା କରନ୍ତୁ। ଏବେ ଧୀରେ ଧୀରେ ହାତକୁ ପଛକୁ କରି ପାଦ ଆଙ୍ଗୁଠିକୁ ଧରିବାକୁ ଚେଷ୍ଟା କରନ୍ତୁ, ଯେପରି ଶରୀର ଚକ୍ର ଆକୃତିର ପ୍ରତୀୟମାନ ହେବ। ଏହି ଅବସ୍ଥାରେ ରହି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏଭଳି ଭାବେ ଆପଣ ୩ରୁ ୪ ଥର କରିପାରିବେ। ଏହି ଆସନ କରିବା ଦ୍ୱାରା କାମଶକ୍ତି ବଢ଼ିଥାଏ। ଏହା ବ୍ୟତୀତ ଥାଇରଏଡ୍‌, ଥାୟମସ୍‌ ତଥା କାମ ଗ୍ରନ୍ଥି ଆକ୍ଟିଭ୍‌ ହୋଇଥାଏ।

ଜାନୁଶିରାସନ:

ଏହି ଆସନ କରିବା ପାଇଁ ଆଣ୍ଠୁ ମାଡ଼ି ବସନ୍ତୁ। ଏବେ ଡାହାଣ ହାତକୁ ତଳେ ରଖି ବାମ ପାଦକୁ ପଛ ପଟିଆ ଉପରକୁ ଉଠାଇ ବାମ ହାତରେ ଧରନ୍ତୁ। ଯେମିତି ଆଣ୍ଠୁ ଭୂମିକୁ ସ୍ପର୍ଶ କରୁଥିବ। କିଛି ସମୟ ଏଭଳି କରିବା ପରେ ଆର ଗୋଡ଼ରେ ମଧ୍ୟ ଠିକ୍‌ ଏମିତି କରନ୍ତୁ। ଏହି ଆସନ କରିବା ଦ୍ୱାରା ମହିଳାଙ୍କ ଶରୀରରେ କାମ ବାସନାର ଇଚ୍ଛା ଜାଗ୍ରତ ହୋଇଥାଏ। ଏହି ଆସନ ଉଭୟ ମହିଳା ଓ ପୁରୁଷଙ୍କ ଯୌନାଙ୍ଗକୁ ଶକ୍ତ କରେ।

ସୁପ୍ତ ବଜ୍ରାସନ:

ସୁପ୍ତ ବଜ୍ରାସନ କରିବା ପାଇଁ ପ୍ରଥମେ ଭୂମିରେ ଚିତ୍‌ ହୋଇ ଶୋଇଯାଆନ୍ତୁ। ଏବେ ହାତକୁ ପିଠିପଟେ ନେଇ ଆଣ୍ଠୁକୁ ଭାଙ୍ଗି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଉଠାନ୍ତୁ। ଯେଭଳି ବେକରୁ ଆଣ୍ଠୁ ପର୍ଯ୍ୟନ୍ତ ଶୂନ୍ୟରେ ରହିବ। ଏହି ପୋଜିସନ୍‌ରେ ୫ ମିନିଟ୍‌ ରୁହନ୍ତୁ। ଏହି ଆସନ କରିବା ଦ୍ୱାରା ମହିଳାଙ୍କ ଯୋନି ପ୍ରଦେଶ ମଜଭୁତ ହୋଇଥାଏ, ଫଳରେ ପ୍ରସବ ସମୟରେ ଅଧିକ ପୀଡ଼ା ହୁଏ ନାହିଁ। ଏହି ଆସନ କରିବା ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ଜଙ୍ଘ ଶକ୍ତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button