ମନୋରଞ୍ଜନ

ଏପରି ପ୍ରସ୍ତୁତ କରନ୍ତୁ ଟେଷ୍ଟି ମସଲା ପାସ୍ତା

ଆଜିକାଲି ପିଲାମାନଙ୍କର ଖୁବ୍ ପସନ୍ଦ ପାସ୍ତା। ଏଥିପାଇଁ ଆପଣଙ୍କ ଉପରେ ନିର୍ଭର କରେ ଆପଣ ଏହାକୁ କିପରି ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିପାରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିଭଳି ପିଲାମାନଙ୍କ ପାଇଁ ବ୍ରେକଫାଷ୍ଟରେ କିଭଳି ଟେଷ୍ଟି ପାସ୍ତା ପ୍ରସ୍ତୁତ କରିପାରିବେ।

ଆବଶ୍ଯକୀୟ ସାମଗ୍ରୀ:

ପାସ୍ତା- ୨କପ୍

ଲୁଣ- ସ୍ବାଦ ଅନୁଯାୟୀ

ତେଲ-୧ ଚାମଚ

କଟା ରସୁଣ- ୨ଚାମଚ

କଟା ଯାଇଥିବା ଅଦା-୧ ଚାମଚ

କଟା ପିଆଜ- ୧/୨ କପ୍

ଟମାଟ- ୧ କପ୍

pasta-ଲଙ୍କାଗୁଣ୍ଡ- ୧ ଚାମଚ

ଗରମ ମସଲା- ୧/୨ ଚାମଚ

ସିମଲା ଲଙ୍କା- ୧/୨ କପ

ଟମାଟ ସସ୍- ୨ ଚାମଚ

onionପ୍ରସ୍ତୁତି ପ୍ରଣାଳୀ:

ପ୍ଯାନରେ ଆବଶ୍ଯକ ଅନୁସାରେ ପାଣି ନିଅନ୍ତୁ। ସେଥିରେ ପାସ୍ତା ଏବଂ ଅଳ୍ପ ଲୁଣ ପକାନ୍ତୁ। ଏହାପରେ ପାସ୍ତା ଭଲଭାବେ ସିଜିବା ପରେ ଗରମ ପାଣିରୁ କାଢି ରଖିଦିଅନ୍ତୁ। ଏବେ ପ୍ଯାନରେ ତେଳ ଗରମ ହେବା ପରେ ସେଥିରେ କଟା ଯାଇଥିବା ଅଦା, ରସୁଣ ଏବଂ ପିଆଜ ପକାନ୍ତୁ। ଏହାକୁ କିଛି ସମୟ ଭାଜିବା ପରେ ସେଥିରେ ଟମାଟ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାନ୍ତୁ। ଏହାପରେ ଗ୍ଯାସରେ ଅଳ୍ପ ଆଞ୍ଚ ରଖି ୫ ମିନିଟ୍ ପର୍ଯ୍ଯନ୍ତ ମସଲାକୁ କଷିବା ପରେ ସେଥିରେ ସିମଲା ଲଙ୍କା, ଟମାଟ ସସ୍, ଲୁଣ ଏବଂ ଦୁଇ ଚାମଚ ପାଣି ପକାଇ ମିଶ୍ରଣ କରନ୍ତୁ। ଏହାପରେ ଶେଷରେ ସେଥିରେ ପାସ୍ତା ପକାଇ ଭଲଭାବେ ମିଶାଇବା ସହ ୨ ରୁ ୩ ମିନିଟ୍ ପର୍ଯ୍ଯନ୍ତ ଅଳ୍ପ ଆଞ୍ଚରେ ଛାଡି ଦିଅନ୍ତୁ। ଏହାପରେ ଆପଣ ଏହି ଗରମାଗରମ ଟେଷ୍ଟି ପାସ୍ତାକୁ ଖାଇବାକୁ ବାଢି ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button