ସ୍ୱାସ୍ଥ୍ୟ

ଏହି ୩ଟି ରୋଗ ହୋଇଥିଲେ ଆଦୌ ଖାଆନ୍ତୁନି ଫୁଲକୋବି, ବଢ଼ିପାରେ ସମସ୍ୟା

ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ଦେଖିବାକୁ ମିଳେ। କିନ୍ତୁ ଏହି ଦିନେ ଲୋକମାନେ ଫୁଲକୋବିକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି। ଅନ୍ୟଦିନମାନଙ୍କ ଅପେକ୍ଷା ଶୀତଦିନେ ଫୁଲକୋବିର ସ୍ୱାଦ ମଧ୍ୟ ନିଆରା ଥାଏ। ଶୀତୁଆ ସନ୍ଧ୍ୟାରେ ଫୁଲକୋବି ପକୋଡ଼ା, ଚିଲି ଫୁଲକୋବି ଆଦି ପ୍ରସ୍ତୁତ କରି ଖାଇବାକୁ ସମସ୍ତେ ଭଲ ପାଆନ୍ତି। କାରଣ ଫୁଲକୋବିରେ ଭିଟାମିନ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌, ପୋଟାସିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମିନେରାଲ୍ସ, ଆଣ୍ଟି ଅକ୍ସିଡେଣ୍ଟ, ଫାଇଟୋନ୍ୟୁଟ୍ରିଏଣ୍ଟସ୍‌, ଫ୍ଲେବୋନୋଇଡସ୍‌, ଫାଇଟୋନ୍ୟୁଟ୍ରିଏଟ୍ସ ଆଦି ଭରପୂରମାତ୍ରାରେ ରହିଥାଏ। ବିଭିନ୍ନ ରୋଗକୁ ଭଲ କରିବାରେ ଏହି ପୋଷକ ତତ୍ତ୍ୱ ସାହାଯ୍ୟ କରେ। କିନ୍ତୁ କେତେକ ଏମିତି ରୋଗ ମଧ୍ୟ ରହିଛି, ଯାହା ହୋଇଥିଲେ ଡାକ୍ତରମାନେ ଫୁଲକୋବି ଖାଇବାକୁ ମନା କରିଥାନ୍ତି। ଆସନ୍ତୁ ଜାଣିବା କେଉଁ ରୋଗ ହେଲେ ଫୁଲକୋବି ଖାଇବା ମନା…

ଥାଇରଏଡ୍‌:

ଥାଇରଏଡ୍‌ ଦୁଇ ପ୍ରକାରର ହାଇପୋଥା ଇରଏଡ୍‌ ଓ ହାଇପର ଥାଇରଏଡ୍‌। ହାଇପୋ ଥାଇରଏଡ୍‌ରେ ଥାଇରଏଡ୍‌ ଗ୍ରନ୍ଥି ଆକ୍ଟିଭ୍‌ ହୋଇପାରିନଥାଏ, ଫଳରେ ଶରୀରକୁ ଟି୩, ଟି୪ ହରମୋନ୍‌ ପହଞ୍ଚିପାରେ ନାହିଁ। ଫୁଲକୋବିରେ ଥିବା ଗାଇଟ୍ରୋଗନ୍‌ ନାମକ ତତ୍ତ୍ୱ ଥାଇରଏଡ୍‌ ଗ୍ରନ୍ଥିକୁ କାମ କରିବାରେ ବାଧା ଦିଏ। ଏଣୁ ଥାଇରଏଡ୍‌ ରୋଗୀଙ୍କୁ ଫୁଲକୋବି ଖାଇବାକୁ ଡାକ୍ତର ବାରଣ କରିଥାନ୍ତି।

ଗ୍ୟାସ୍‌:

ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ଶରୀରର ହଜମ କ୍ରିୟାକୁ ବାଧାପ୍ରାପ୍ତ କରିଥାଏ। ଏଣୁ ଗ୍ୟାସ୍‌ ସମସ୍ୟା ଥିଲେ ଶୀତଦିନେ ଫୁଲକୋବି ଖାଆନ୍ତୁ ନାହିଁ। ସ୍ତନ୍ୟପାନ କରାଉଥିବା ମହିଳା, ଆର୍ଥରାଇଟିସ୍‌ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଫୁଲକୋବି ଖାଇବାକୁ ଡାକ୍ତରମାନେ ମନା କରିଥାନ୍ତି।

ରକ୍ତ ଜମାଟ ବାନ୍ଧିବାରେ ସମସ୍ୟା:

ଫୁଲକୋବିରେ ଭିଟାମିନ୍‌ ବି ପ୍ରଚୁରମାତ୍ରାରେ ରହିଥାଏ, ଯାହା ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଶରୀରରେ ଭିଟାମିନ୍‌ ବିର ମାତ୍ରା କମିଗଲେ ଆଭ୍ୟନ୍ତରୀଣ ବ୍ଲିଡିଂ ମଧ୍ୟ ହୋଇଥାଏ, ଯାହା ବିପଦଜନକ। ଏଣୁ ଯେଉଁ ବ୍ୟକ୍ତି ରକ୍ତକୁ ମୋଟା କରିବାକୁ ଔଷଧ ଖାଉଛନ୍ତି ସେମାନେ ଫୁଲକୋବି ସେବନ କରନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button