ମନୋରଞ୍ଜନ

କେବେ ଖାଇଛନ୍ତି କି ‘କଞ୍ଚା ହଳଦୀ ଆଚାର’, ଏହା ଦୂର କରିବ ପୁରୁଣା ଯନ୍ତ୍ରଣା

ଆପଣମାନେ ହଳଦୀକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରୁଥିବେ। ଏହାଛଡା ଲୋକେ ଦେହରେ ଲଗାଇବା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ସମୟରେ ବ୍ୟବହାର କରୁଥିବା ଜାଣିଥିବେ। କିନ୍ତୁ କେବେ ହଳଦୀ ଆଚାର ଖାଇବା ତ ଦୂରର କଥା ହୁଏତ ଶୁଣିନଥିବେ। କିନ୍ତୁ ହଳଦୀ ଆଚାର ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ଫାଇଦା ମିଳିଥାଏ। ହଳଦୀ ଆଚାର ଖାଇବା ଯୋଗୁଁ ବହୁ ପୁରୁଣା ଯନ୍ତ୍ରଣା ଦୂର ହୁଏ।

ଆବଶ୍ୟକ ସାମଗ୍ରୀ :

କଞ୍ଚା ହଳଦୀ : ଛୋଟ ଛୋଟ ଖଣ୍ଡ କଟାହୋଇଥିବା
ସୋରିଷ ତେଲ :
ଲୁଣ
ଲଙ୍କା ପାଉଡର
ମେଥି
ସୋରିଷ ଗୁଣ୍ଡ
ଅଦା ପାଉଡର
ହେଙ୍ଗୁ
ଲେମ୍ବୁ

turmeric

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଞ୍ଚା ହଳଦୀକୁ ଭଲ ଭାବେ ଧୋଇ ଚୋପା ଚଡାଇ ଅଳ୍ପ ସମୟ ପାଇଁ (ପାଣି ଛାଡିବା) ଶୁଖାଇଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ। ଏବେ ସୋରିଷ ତେଲ କଡେଇରେ ଗରମ କରିବା ପରେ ଥଣ୍ଡା କରି ରଖନ୍ତୁ। ଏବେ ଏଥିରେ ହେଙ୍ଗୁ, ମେଥି ଏବଂ ଅନ୍ୟ ସବୁ ମସଲା ଗୁଣ୍ଡ ପକାଇବା ପରେ କାଟିଥିବା ହଳଦୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ କଢେଇରୁ ବାହାର କରି ସେଥିରେ ଲେମ୍ବୁ ରସ ମିଶାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏହାକୁ ଆପଣ ଅତି କମ୍‌ରେ ଦୁଇଦିନ ପର୍ଯ୍ୟନ୍ତ ଖରାରେ ରଖିବେ। ଫଳରେ ଆଚାର ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button