କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଦୁଇଟି ଫଳରସ

କୋଷ୍ଠକାଠିନ୍ୟ ସମସ୍ୟା ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ଟିପ୍ସ, ଯାହାକୁ ଆପଣାଇ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।
ପ୍ରତିଦିନ ଭିନ୍ନ ଭିନ୍ନ ସମୟରେ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ବା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। ଆଜିକାଲି ପ୍ରାୟ ସମସ୍ତେ ଏଥିରେ ଯୁଝି ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଯଦି ଆପଲ୍ ଏବଂ ନାସ୍ପତି ଜୁସ୍ ସେବନ କରିବେ, ତା’ହେଲେ ଆପଣ ଏହାର ପ୍ରଭାବ ଜାଣିପାରିବେ। ଆସନ୍ତୁ ଜାଣିବା, ସେଓ ଏବଂ ନାସ୍ପତି କିପରି ଆମକୁ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ।

୧. ପିଅନ୍ତୁ ଆପଲ୍ ଜୁସ୍
ଯଦି ଆପଣ ଆପଲ୍ ଜୁସ୍ ପିଇବେ, ତା’ହେଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ଧୀରେ ଧୀରେ ମୁକ୍ତି ପାଇପାରିବେ। ସେଓରେ ସୋର୍ବିଟୋଲ ରହିଛି, ଯେଉଁ କାରଣରୁ ଏହାର ଲେକ୍ସାଟିଭ୍ ଇଫେକ୍ଟ ପଡ଼ିଥାଏ। ଆପଲ୍ ଜୁସ୍ ତରଳ ଝାଡ଼ା ଉତ୍ପନ୍ନ କରିବାରେ ସହାୟକ ହୋଇଥାଏ। ରାତିରେ ଆପଣ ଏହି ଜୁସ୍ ପିଇକି ଶୋଇଲେ ଅଧିକ ଲାଭ ମିଳିପାରିବ।

୨. ପ୍ରତିଦିନ ନାସ୍ପତି ଜୁସ୍
ନାସ୍ପତିରେ ସେଓ ତୁଳନାରେ ୮ ଗୁଣା ଅଧିକ ସୋର୍ବିଟୋଲ ରହିଥାଏ। ଯଦି ଆପଣ ଏହି ଜୁସ୍ ପିଇବେ, ତା’ହେଲେ କୋଷ୍ଠକାଠିନ୍ୟ ପାଖ ମାଡ଼ବନି। ଏହା ସେଓଠାରୁ ଅଧିକ ଲାଭଦାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ୍ ନାସ୍ପତି ଜୁସ୍ ପିଇଲେ ରୋଗୀ ଖୁବ୍ଶୀଘ୍ର ଏଥିରୁ ଅରୋଗ୍ୟ ଲାଭ କରିଥାଏ।




