ଦେଶ- ବିଦେଶ

PCOD ସମସ୍ୟା ଦେଇ ଗତି କରୁଥିବା ମହିଳାଙ୍କ ପାଇଁ ଅମୋଘ ଔଷଧ ଭଳି କାମ କରେ ଏହି ଜୁସ୍‌

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ପ୍ରାୟ ଅଧିକାଂଶ ମହିଳାଙ୍କଠାରେ PCODର ସମସ୍ୟା ଥିବା ଦେଖିବାକୁ ମିଳୁଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ମହିଳାମାନେ ନିଜ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ସେତେଟା ଧ୍ୟାନ ଦେଇପାରୁନାହାନ୍ତି। ଫଳରେ କମ୍‌ ବୟସରେ ହିଁ ସେମାନେ ବହୁ ଦୂରାରୋଗ୍ୟରେ ପୀଡ଼ିତ ହେଉଛନ୍ତି।

PCOS/PCODର ଲକ୍ଷଣ:

ମହିଳାଙ୍କ ଠାରେ ହରମୋନାଲ ଇମ୍‌ବାଲାନ୍ସ ଯୋଗୁ  PCOS/PCOD ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ଥିଲେ ମହିଳାଙ୍କ ଠାରେ ଇଷ୍ଟ୍ରୋଜେନ୍‌ଠାରୁ ଅଧିକ ଏଣ୍ଡ୍ରୋଜେନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଫଳରେ ମହିଳାଙ୍କ ମୁହଁରେ ଦାଢ଼ି ଉଠିବା, ମାସିକ ଧର୍ମରେ ଅନିୟମିତତା, ଅଧିକ ବ୍ଲିଡିଂ ହେବା, ପେଟ କାଟିବା, ମୁହଁରେ ବ୍ରଣ ଏବଂ ମେଦବହୁଳତା ଭଳି ସମସ୍ୟା ଦେଖାଦିଏ।  PCOS/PCOD ଯୋଗୁ ମହିଳାମାନେ ଗର୍ଭଧାରଣ କରିବାରେ ସମସ୍ୟା ଉପୁଜିଥାଏ।

ଏହି ଜୁୁସ୍‌ ଦେବ ଫାଇଦା:

PCOS/PCOD କୁ ଦୂର କରିବା ପାଇଁ ବା ନିୟନ୍ତ୍ରଣାଧୀନ ରଖିବା ପାଇଁ କ୍ରାନ୍‌ବେରୀ ହେଉଛି ସବୁଠାରୁ ଭଲ ଔଷଧ। ପ୍ରତିଦିନ କ୍ରାନ୍‌ବେରୀ ଜୁସ୍‌ ପିଇବା ଦ୍ୱାରା ମହିଳାଙ୍କ ଠାରେ PCOD ସମସ୍ୟା ଦେଖାଦେବା ଆଶଙ୍କା ଦୂର ହୋଇଥାଏ। ଏହି ଫଳ ଆମେରିକାରେ ମିଳୁଥିବା ବେଳେ ବଜାରରେ ମଧ୍ୟ କ୍ରାନ୍‌ବେରୀର ଜୁସ୍‌ ଉପଲବ୍ଧ ହେଉଛି।
କ୍ରାନ୍‌ବେରୀ ଜୁସ୍‌ ପ୍ରସ୍ତୁତ କରିବା ପାଇଁ ଏକ କପ୍‌ କ୍ରାନ୍‌ବେରୀରେ କପେ ପାଣି ମିଶାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ଥଣ୍ଡା ହୋଇଯିବା ପରେ ଏକ କପଡ଼ା ସାହାଯ୍ୟରେ ଏହାକୁ ଛାଣି ମଞ୍ଜି ବାହାର କରିଦିଅନ୍ତୁ। ବର୍ତ୍ତମାନ ଏହି ଜୁସ୍‌ରେ ଚିନି, ଗୁଡ଼ କିମ୍ବା ମହୁ ମିଶାଇ ପିଅନ୍ତୁ। ଆପଣ ଏହାକୁ ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ଫ୍ରିଜ୍‌ରେ ରଖି ପିଇପାରିବେ। ସକାଳେ ଖାଲି ପେଟରେ ଏହି ଜୁସ୍‌ ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ।

କ୍ରାନ୍‌ବେରୀରୁ ମିଳେ ଏହି ଫାଇଦା:

  • କ୍ରାନ୍‌ବେରୀ ଜୁସ୍‌ ୟୁରିନାରୀ ଟ୍ରାକ୍‌ଟ ଇନ୍‌ଫେକସନ୍‌ ଅର୍ଥାତ୍‌ ମୂତ୍ର ମାର୍ଗ ସଂକ୍ରମଣ ଦୂର କରିଥାଏ।
  • ପ୍ରତିଦିନ ଏକ କପ୍‌ କ୍ରାନ୍‌ବେରୀ ଜୁସ୍‌ ସେବନ କରିବା ଦ୍ୱାରା ସ୍ତନ କର୍କଟରୁ ମୁକ୍ତି ମିଳିଥାଏ।
  • ଏହି ଜୁସ୍‌ PCOS/PCOD ଦ୍ୱାରା ବଢ଼ୁଥିବା ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।
  • ଜୁସ୍‌ ପିଇବା ଦ୍ୱାରା ୪୦ ବର୍ଷ ପରେ ମହିଳାଙ୍କ ଠାରେ ଦେଖାଯାଉଥିବା ହାଡ଼ ଜନିତ ସମସ୍ୟା ଦୂର ହୋଇଥାଏ।
  • ଆଣ୍ଟି ଏଜିଙ୍ଗ୍‌ ସମସ୍ୟା ଦୂର କରିବାରେ ମଧ୍ୟ ଏହି ଜୁସ୍‌ ସାହାଯ୍ୟ କରେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button