ଶିରାପ୍ରଶିରା ନୀଳ ପଡ଼ୁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ ଦୂର ହେବ ସମସ୍ୟା

କିଛି ଲୋକଙ୍କ ପାଦ ଓ ପଞ୍ଝା ପାଖେ ଶିରାଗୁଡ଼ିକ ନୀଳ ରଙ୍ଗ ପଡ଼ିଯାଇଥିବା ଦେଖିବାକୁ ମିଳେ। ଏହାକୁ ଡାକ୍ତରୀ ଭାଷାରେ ଭାରିକୋଜ ଭେନ୍ କୁହାଯାଏ। ପ୍ରଥମେ ପ୍ରଥମେ ଏହା ଅସୁବିଧା ସୃଷ୍ଟି କରୁନଥିଲେ ମଧ୍ୟ ଧୀରେ ଧୀରେ ଏହାଦ୍ୱାରା ପାଦରେ କଷ୍ଟ ଅନୁଭବ ହେବା ଓ ଷ୍ଟିପ୍ ହେବା ଭଳି ସମସ୍ୟା ଦେଖାଦିଏ। ମହିଳାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ ପରିମାଣରେ ଦେଖାଯାଏ। ତେବେ ବେଳେବେଳେ ଏହି ସମସ୍ୟା ଗୁରୁତର ରୂପ ଧାରଣ କରେ ଫଳରେ ଚାଲିବା ବୁଲିବା ମଧ୍ୟ ଅସମ୍ଭବ ହୋଇପଡ଼େ। ଏହାକୁ ଅଣଦେଖା କରିବା ଅନୁଚିତ। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଶିରା ପ୍ରଶିରା ନୀଳ ପଡ଼ିବାକୁ କିଭଳି ଦୂର କରିବେ…

- ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ।
- ନିଜ ଓଜନ ଉପରେ ଧ୍ୟାନ ଦିଅନ୍ତୁ, ଓଜନ ଅଧିକ ଥିଲେ କମ୍ କରିବାକୁ ଚେଷ୍ଟା କରନ୍ତୁ।
- ଭୋଜନରେ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।
- ଖାଦ୍ୟରେ କମ୍ ଲୁଣ ଖାଆନ୍ତୁ।
- ହିଲ୍ ଓ ଟାଇଟ୍ ଜୋତା ପିନ୍ଧନ୍ତୁ ନାହିଁ।
- ଦିନରେ କିଛି ସମୟ ପାଇଁ ପାଦକୁ ଉପରକୁ ଉଠାଇ ରଖନ୍ତୁ।
- ଅଧିକ ସମୟ ଗୋଟିଏ ପୋଜିସନ୍ରେ ବସନ୍ତୁ ନାହିଁ।

ଆପଣାନ୍ତୁ ଏହି ଘରୋଇ ଉପଚାର:
୧.୧୦୦ ଗ୍ରାମ ଜଡ଼ା ତେଲରେ ୩ରୁ ୪ଟି ଲେମ୍ବୁର ଚୋପାକୁ ପୂରା ଛୋଟ ଛୋଟ ଖଣ୍ଡ କରି କାଟି ମିଶାନ୍ତୁ। ଏହାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଖରାରେ ରଖନ୍ତୁ। ବର୍ତ୍ତମାନ ଏଥିରେ ୩୦ମିଲିଗ୍ରାମ ସାଇପ୍ରସ୍ ଅଏଲ(cypress oil)(ଦେବଦାରୁ ଜାତୀୟ ବୃକ୍ଷର ତେଲ) ମିଶାଇ ରାତିରେ ଶୋଇବା ପୂର୍ବରୁ ମାଲିସ୍ କରନ୍ତୁ।
୨.ରାତିରେ ୮-୧୦ଟି କିସ୍ମିସ୍ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଆନ୍ତୁ।
୩.ମଧ୍ୟାହ୍ନ ଭୋଜନରେ ୧ ଘଣ୍ଟା ପରେ ୧ ଚାମଚ ଅଳସୀ ବୀଜ ସେବନ କରନ୍ତୁ। ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ।
୪.ଉଷୁମ ପାଣିରେ ଅଧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଆପଲ ସାଇଡର ଭିନେଗାର ଓ ମହୁ ମିଶାଇ ଖାଇବାର ଅଧ ଘଣ୍ଟା ପରେ ସେବନ କରନ୍ତୁ।




