ମନୋରଞ୍ଜନ

ଏଥର ଦୀପାବଳିରେ ଘରେ ବନାନ୍ତୁ ସାହି ପଲାଉ

ଘରକୁ କେହି ଅତିଥି ଆସିବାର ଥାଆନ୍ତୁ କିମ୍ବା କୌଣସି ପୂଜା ପାର୍ବଣ କିଛି ସ୍ୱତନ୍ତ୍ର ଦିନରେ ଚାଉଳରେ କିଛି ନୂଆ ଡ଼ିସ ଟ୍ରାୟ କରିବା ପାଇଁ ଇଛା ହୋଇଥାଏ । ଯଦି ଆପଣ ବି ଏପରି ଭାବୁଛନ୍ତି ତାହେଲେ ସାହି ପଲାଉ ଏଥିପାଇଁ ପରଫେକ୍ଟ ଅଟେ । ସବୁଠାରୁ ବଡ଼ କଥା ଏହା ଯେ ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ କିନ୍ତୁ ସ୍ୱାଦ ଏପରି ଯେ ତାକୁ ବାରମ୍ବାର ଖାଇବାକୁ ଇଛା ହେବ । ପିଲାମାନଙ୍କ ପାଇଁ ମଧ୍ୟ ଏହି ଡ଼ିସ ବହୁତ ଭଲ । କାରଣ ସେମାନେ ଏହି ପଲାଉକୁ ବହୁତ ଆନନ୍ଦର ସହ ଖାଇଥାନ୍ତି ଏବଂ ଏଥିରେ ପଡୁଥିବା ଡ୍ରାଏ ଫ୍ରୁଟସରୁ ମଧ୍ୟ ସେମାନଙ୍କୁ ପୋଷଣ ମିଳିଥାଏ ।

ସାହି ପଲାଉ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

 

୧ କପ ବାସୁମତୀ ଚାଉଳ, ୧ ଛୋଟ ଚାମଚ ଜିରା, ଗୋଟିଏ ପିଆଜ, ତେଜପତ୍ର, ଅଳେଇଚ, ଗୋଲମରିଚ, ଲବଙ୍ଗ, କାଜୁ, ବାଦାମ, କିସମିସ, ଦେଶୀ ଘିଅ, କେଶର ।

ପ୍ରସ୍ତୁତି ପ୍ରଣାଳୀ

ସାହି ପଳାଉ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ ୨୦ ମିନିଟ ପର୍ଯ୍ୟନ୍ତ ଭିଜେଇ ଦିଅନ୍ତୁ । ଏହାସହିତ କାଜୁ, ବାଦାମ ଓ କିସମିସକୁ ମଧ୍ୟ ପାଣିରେ ଭିଜେଇ ଦିଅନ୍ତୁ । ତା’ପରେ ପ୍ରେସର କୁକରରେ ଅଳ୍ପ ଦେଶୀ ଘିଅ ଗରମ କରନ୍ତୁ । ତାପରେ ସେଥିରେ ତେଜପତ୍ର, ଅଳେଇଚ, ଗୋଲମରିଚ, ଲବଙ୍ଗ ପକାଇ ସେଥିରେ ପିଆଜକୁ ମଧ୍ୟ କାଟି ପକାଇ ଦିଅନ୍ତୁ । ଟିକେ ସମୟ ପରେ ସେଥିରେ କାଜୁ ବାଦାମ ଓ କିସମିସ ମଧ୍ୟ ପକାଇ ଭାଜି ଦିଅନ୍ତୁ । ଏହାପରେ ସେଥିରେ ଭିଜାଇ ରଖିଥିବା ଚାଉଳକୁ ପକାଇ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ତାପରେ ସେଥିରେ ପାଣି ଦେଇ ସେଥିରେ ପ୍ରେସରକୁକରର ଢାଙ୍କୁଣୀ ଦେଇ ବନ୍ଦ କରିଦିଅନ୍ତୁ । ଏହି ସମୟରେ ଗ୍ୟାସକୁ ମାଧ୍ୟମ ଆଞ୍ଚରେ ରଖନ୍ତୁ ଓ ୩ରୁ ୪ଟି ସିଟି ଦେବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । କିଛି ସମୟ ପରେ ପ୍ରେସର କୁକରର କଭର ଖୋଲି କେଶର ଓ ଘିଅ ପକାଇ ଗାର୍ନିସିଙ୍ଗ କରିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସାହି ପଲାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button