ମନୋରଞ୍ଜନ

ନିଜ ପୂର୍ବ ଫିଲ୍ମର ରେକର୍ଡ ଭାଙ୍ଗିପାରିଲେନି ହ୍ରିତିକ, ପ୍ରଥମ ଦିନରେ ‘ଫାଇଟର’ ଆୟ କଲା ଏତେ କୋଟି – Kalinga News

[ad_1]

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ ଆଜି ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ସମାଲୋଚକମାନଙ୍କଠାରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ଏହି ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି । ‘ଫାଇଟର’ରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ କାମକୁ ବହୁତ ପସନ୍ଦ କରାଯାଉଛି। ବର୍ତ୍ତମାନ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରଥମ ଦିନର ବକ୍ସ ଅଫିସ ଆୟ କେତେ ତାହା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ମୁତାବକ, ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଫିଲ୍ମ ‘ଫାଇଟର’ ପ୍ରଥମ ଦିନରେ ୨୫କୋଟି ଟଙ୍କାର ଆୟ କରିଛି। ଏହା ଆନୁମାନିକ ଆକଳନ ହୋଇଥିବା ବେଳେ କାଲି ଆୟକୁ ନେଇ ସ୍ପଷ୍ଟ ସୂଚନା ମିଳିବ। ତେବେ ଯଦି ଫିଲ୍ମଟି ୨୫କୋଟି ଆୟ କରିଥାଏ ତେବେ ହ୍ରିତିକ ରୋଶନ ନିଜର ପୂର୍ବ ଆକ୍ସନ୍ ଫିଲ୍ମ ‘ୱାର୍’ ଏବଂ ‘ବ୍ୟାଙ୍ଗ ବ୍ୟାଙ୍ଗ’ର ରେକର୍ଡ ଭାଙ୍ଗିପାରିନାହାନ୍ତି ବୋଲି ସ୍ପଷ୍ଟ ହେବ। କାରଣ ଫିଲ୍ମ ‘ୱାର୍’ ପ୍ରଥମ ଦିନରେ ୫୩କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମ ‘ବ୍ୟାଙ୍ଗ୍ ବ୍ୟାଙ୍ଗ୍’ ପ୍ରଥମ ଦିନରେ ୨୭କୋଟି ଟଙ୍କା ରୋଜଗାର କରିଥିଲା​। ‘ଫାଇଟର୍’ ପୂର୍ବରୁ ସିଦ୍ଧାର୍ଥ ଆନନ୍ଦ ‘ପଠାନ’ର ନିର୍ଦ୍ଦେଶନା ଦେଇଥିଲେ, ଯାହାର ପ୍ରଥମ ଦିନର ବକ୍ସ ଅଫିସ ଆୟ ୫୦କୋଟିରୁ ଅଧିକ ଟଙ୍କା ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button