ସ୍ୱାସ୍ଥ୍ୟ

ଗର୍ଭାବସ୍ଥାର ଆଠ ମାସରେ ଏହି ସାବଧାନତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି !

ଗର୍ଭାବସ୍ଥାର ସମୟରେ ଆପଣଙ୍କୁ ଅନେକ ଜରୁରି କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଗୋଟିଏ ଛୋଟ ଭୁଲ୍‌ ଆପଣଙ୍କୁ ସମସ୍ୟାରେ ପକାଇପାରେ। ସେହିପରି ଯେତେବେଳେ ଗର୍ଭାବସ୍ଥାର ଆଠ ମାସ ହୋଇଥିବ ସେତେବେଳେ ଆପଣଙ୍କୁ କିଛି ଖାସ୍‌ ସର୍ତକତାକୁ ଆବଲମ୍ବନ କରିବା ଜରୁରି। ମା’ ଏବଂ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଜରୁରି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ଜରୁରି ସର୍ତକତା ବିଷୟରେ।

ଅଧିକ ସମୟ ପର୍ଯ୍ୟନ୍ତ ଛିଡା ହେବା ଭଲ ନୁହେଁ

Pregnantଗର୍ଭବସ୍ଥାର ଆଠ ମାସରେ ଶିଶୁ ବହୁତ ବଡ ହୋଇଯାଇଥାଏ। ଏମିତିରେ ଶିଶୁଟି ଗର୍ଭରେ ବଢ଼ୁଥିବା କାରଣରୁ ପେଟ ତଳକୁ ଝୁଲି ପଡିଥାଏ ଏମିତିରେ ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଛିଡା ହୁଅନ୍ତି ତେବେ ତାହା ମା’ ଏବଂ ଶିଶୁ ଉଭୟଙ୍କ ପାଇଁ ଠିକ ହୋଇନଥାଏ। ଅଧିକ ସମୟ ଛିଡା ହୋଇରହିଲେ ମା’ର ପେଟ ଉପରେ ଚାପ ପଡିଥାଏ ଏବଂ ଅନ୍ୟ ପକ୍ଷରେ ଶିଶୁର ମୁଣ୍ଡ ଉପରେ ମଧ୍ୟ ଚାପ ପଡିଥାଏ। ସେହିପରି ଆପଣଙ୍କ ପିଠି ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହି ସମୟରେ ଆପଣ ବେଡ୍‌ ରେଷ୍ଟ ନେବା ନିହାତି ଆବଶ୍ୟକ।

ଖାଦ୍ୟପେୟ ଉପରେ ରଖନ୍ତୁ ଧ୍ୟାନ

ଗର୍ଭାବସ୍ଥା ସମୟରେ ଉଭୟ ମା ଏବଂ ଶିଶୁଙ୍କୁ ଠିକ ମାତ୍ରାରେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ କାରଣ ଏଥିରୁ ଶିଶୁକୁ ମଧ୍ୟ ପୋଷଣ ମଧ୍ୟ ମିଳିଥାଏ। ଆଠ ମାସ ପୂରା ହେବା ପରେ ଫାଇବର ଯୁକ୍ତ ଖାଦ୍ୟ ଖାଇବା ବହୁତ ଭଲ ବିକଳ୍ପ ଅଟେ। ଏଥିପାଇଁ ଆପଣଙ୍କୁ ଡାଳିମ୍ବ, ସବୁଜ ପନିପରିବା, ବ୍ରାଉନ ବ୍ରେଡ୍‌, କୋବି,ମାଛ ଆଦି ଜିନିଷ ଖାଇବା ଉଚିତ।

Pregnancy-foodନିଦ୍ରା ଜରୁରି

ଗର୍ଭାବସ୍ଥା ସମୟରେ ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ନେବା ଜରୁରି। ନିଦକୁ ନେଇ ଅଣଦେଖା କରନ୍ତୁ ନାହିଁ। ଅତିକମରେ ଆଠ ଘଣ୍ଟା ନିଦ୍ରା ନେବା ଜରୁରି।

ଆକ୍ଟିଭ୍‌ ରୁହନ୍ତୁ

ଅଧିକାଂଶ ମହିଳାଙ୍କୁ ଏମିତି ଲାଗିଥାଏ ଯେ ତାଙ୍କୁ ଗର୍ଭାବସ୍ଥାରେ ଅଧିକ ଅରାମ କରିବା ଉଚିତ କିନ୍ତୁ ଏହି ସମୟରେ ଆପଣ ଯେତେ ଚଲାବୁଲା କରିବେ ସେତେ ଉତ୍ତମ ରହିବ। ଆପଣ ଆକ୍ଟିଭ ରହିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ସେହିପରି ସକାଳ ସଂଧ୍ୟାରେ ଚାଲିବା ଅଭ୍ୟାସ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button