ସ୍ୱାସ୍ଥ୍ୟ

ଶୀଘ୍ର ଓଜନ କମ୍ କରିବା ଚାହୁଁଛନ୍ତି କି ତେବେ ଆଜିଠୁ ପିଇବା ଆରମ୍ଭ କରନ୍ତୁ ଧନିଆ ପାଣି, ମାତ୍ର କିଛି ଦିନ ଭିତରେ ଫରକ ଦେଖନ୍ତୁ

ଓଜନ କମ୍ କରିବା ଏବଂ ବେଲି ଫ୍ୟାଟ୍ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଇଣ୍ଟରନେଟ ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି ଫ୍ୟାଟ୍ ବର୍ଣ୍ଣ କରିବା ଚାହୁଁଛନ୍ତି ତେବେ ଧନିଆ ପାଣି ନିଶ୍ଚୟ ପିଅନ୍ତୁ। ଏଥିରେ ଥିବା ତତ୍ତ୍ୱ ଆପଣଙ୍କ ବେଲି ଫ୍ୟାଟ୍ ବର୍ଣ୍ଣ କରିଥାଏ ଏବଂ କଣ୍ଟ୍ରୋଲ କରିଥାଏ।

ଓଜନ କରିବା ଏବଂ ବେଲି ଫ୍ୟାଟ୍ କମ୍ କରିବା ପାଇଁ ଲୋକମାନେ ଜିମ ଯାଇ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଥାନ୍ତି ଏଥିସହିତ ଆପଣ ଧନିଆ ପାଣି ମଧ୍ୟ ନିଷ୍ଚୟ ପିଅନ୍ତୁ। ଏହା ଆପଣଙ୍କ ମେଟାବଲିଜିମକୁ ବୁଷ୍ଟ କରିଥାଏ ଯାହାଦ୍ୱାରା ଓଜନ କମ୍ କରିବା ସହଜ ହୋଇଯାଇଥାଏ। ଏହାଛଡା ଏହା ଶରୀରର ଏକ୍ସଟ୍ରା ଫ୍ୟାଟକୁ ବହୁତ ଜଲଦି ବର୍ଣ୍ଣ କରିଥାଏ।

coriander-seedଧନିଆ ପାଣି

ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି ଇମ୍ଫାଲାମେଟ୍ରୀ ଗୁଣ ରହିଥାଏ ଯାହା ଓଜନ କମ୍ କରିବା ପ୍ରକ୍ରୀୟାରେ ସାହାଯ୍ୟ କରିଥାଏ। ଏହାଛଡା ଧନିଆ ପାଣି ଆପଣଙ୍କ ପାଚନକୁ ଭଲ ରଖିଥା ଯେଉଁ କାରଣରୁ ଖାଦ୍ୟ ସହଜରେ ହଜମ ହୋଇଥାଏ। ଏହାସହିତ ଧନିଆ ପାଣିରେ ଥିବା ତତ୍ତ୍ୱ ଆପଣଙ୍କ ଭୋକକୁ ନିୟନ୍ତ୍ରଣରେ ମଧ୍ୟ ରଖିବାରେ ସାହାଯ୍ୟ କରିଥାଏ।

ଧନିଆ ପାଣି ପ୍ରସ୍ତୁତି କରିବାର ଠିକ୍ ଉପାୟ

coriander-Juice-ଧନିଆ ପତ୍ରକୁ ପାଣିରେ ପକାଇ ରାତିସାରା ଛାଡି ଦିଅନ୍ତୁ। ତାପରଦିନ ସକାଳୁ ଏହି ପାଣିକୁ ଛାଣି ପିଅନ୍ତୁ। ସ୍ୱାଦ ଆଣିବା ପାଣି ଆପଣ ଏହି ପାଣିରେ ଲେମ୍ବୁ ରସ ମିସାଇ ପାରିବେ। ଏହାଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ।

-ଧନିଆ ପତ୍ରକୁ ବ୍ଲେଣ୍ଡ କରିଦିଅନ୍ତୁ। ଏବେ ହାଲୁକା ସାମାନ୍ୟ ଗରମ ପାଣିରେ ଏହି ପେଷ୍ଟ ମିଶାଇ ଦିଅନ୍ତୁ। ଭଲ ସ୍ୱାଦ ପାଇଁ ଆପଣ ଏଥିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ପ୍ରତିଦିନ ସକାଳୁ ଏହି ପାଣିକୁ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବେଲି ଫ୍ୟାଟ୍ ସହଜରେ ବର୍ଣ୍ଣ ହୋଇପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button