ସ୍ୱାସ୍ଥ୍ୟ

କ୍ଷୀର ଠାରୁ ବି ଅଧିକ କ୍ୟାଲସିୟମ ଏଥିରୁ ମିଳିଥାଏ । ଏହାର ସେବନ ଶରୀରରୁ କ୍ୟାଲସିୟମର ଅଭାବ ଦୂର କରେ ।

ଆଜିକାଲି ସମସ୍ତଙ୍କ ଠାରେ ଆଣ୍ଠୁ ଗଣ୍ଠି ସହ ଜଡିତ କିଛି ନା କିଛି ସମସ୍ୟା ଦେଖିବାକୁ ମିଳୁଛି । କିଛି ଲୋକ ତ ବହୁତ ଶୀଘ୍ର ଅଳ୍ପ କାମ କରି ମଧ୍ୟ ଥକି ଯାଉଛନ୍ତି । ତେବ ଏହି ସବୁ ସମସ୍ୟାରୁ କିଭଳି ମୁକ୍ତି ପାଇବେ ଏହାର ଚିନ୍ତା ସମସ୍ତଙ୍କୁ ରହିଛି । କାରଣ ଏହି ଆଣ୍ଠୁ ଗଣ୍ଠି କଷ୍ଟ ମଣିଷକୁ ଖୁସିରୁ ବଞ୍ଚିତ କରୁଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏହି ଆଣ୍ଠୁ ଗଣ୍ଠି ସହ ଜଡିତ ସମସ୍ୟାରୁ ମୁକ୍ତି ପାଇବାର କିଛି ଖାସ ଉପାୟ ସମ୍ପର୍କରେ ।

 

ହାଡର ମଜବୁତ ହେବା ପାଇଁ କ୍ୟାଲସିୟମ ଆବଶ୍ୟକ ହୋଇଥାଏ । କ୍ୟାଲସିୟମର କମି କାରଣରୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବ ପ୍ରଥମ ହୋଇଥାଏ ଶରୀରରେ କ୍ୟାଲସିୟମର ମାତ୍ର ଠିକ ରଖିବା । ତେଣୁ ଆପଣ ମାନେ କ୍ଷୀର ପିଇବା ଆବଶ୍ୟକ ହୋଇଥାଏ । କାରଣ କ୍ଷୀରରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ । କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବା ଜରୁରୀ ଅଟେ କି ଆପଣ ସେବନ କରୁଥିବା କ୍ଷୀର ଶୁଦ୍ଧ କ୍ଷୀର କି ନାହିଁ ।

ତେବେ ଆପଣ ନିଜ ଶରୀର ହାଡକୁ ମଜବୁତ କରିବା ପାଇଁ ଏବଂ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ଆପଣଙ୍କୁ ପେସ୍ତା ବାଦାମ ଖାଇବା ଜରୁରୀ ଅଟେ । କାରଣ ଏଥିରେ କ୍ୟାଲସିୟମର ମାତ୍ର ଭଲ ରହିଥାଏ । ଏହା ସହିତ ଆପଣଙ୍କୁ ମ୍ୟାଗ୍ନେସିୟମ ଏବଂ ଜିଙ୍କ ମଧ୍ୟ ମିଳିଥାଏ । ଯାହାକି ଆପଣଙ୍କ ସ୍ନାୟୁକୁ ମଜବୁତ କରିଥାଏ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ବଢାଇ ଥାଏ । ଆପଣଙ୍କୁ ପ୍ରତିଦିନ 10 ରୁ 12 ପେସ୍ତା ବାଦାମକୁ ରାତିରେ ପାଣିରେ ଭିଜେଇ ରଖି ସକାଳୁ ଉଠିବା ପରେ ଖାଲି ପେଟରେ ତାହାର ଚୋପାକୁ ବାହାର କରି ଖାଇବା ଆବଶ୍ୟକ ।

 

ଖାଇବା ଆବଶ୍ୟକ ।

ଆପଣ ସମାନ ମାତ୍ରାରେ ପେସ୍ତା ବାଦାମ, ଆଖ୍ରୋଟ ଏବଂ ରାଶି ନେବା ଆବଶ୍ୟକ । ଏହି ସମସ୍ତ ଜିନିଷକୁ ଆପଣ ଅଲଗା ଅଲଗା କରି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଆପଣ ନେଇଥିବା ଏହି ସମସ୍ତ ଜିନିଷର ମାତ୍ରାର ଅଧା ପୋସ୍ତକ ନିଅନ୍ତୁ । ଏହାକୁ ମଧ୍ୟ ଆପଣ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button