ମନୋରଞ୍ଜନ

ଏହି ହୋଲିରେ ଘରକୁ ଆସିଥିବା ଅତିଥିଙ୍କୁ ଖୁଆନ୍ତୁ ବାଦାମ ଗୋଲାପ କ୍ଷୀରି, ଜାଣନ୍ତୁ ଏହାକୁ ପସ୍ତୁତ କରିବାର ଉପାୟ ଯାହା ବହୁତ ସହଜ

ରଙ୍ଗର ପର୍ବ ହୋଲିରେ ଘରେ ବହୁତ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଯଦି ଆପଣ ଏଥର ହୋଲିରେ ଅତିଥିଙ୍କ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଛନ୍ତି ତେବେ ବାଦାମ ଗୋଲାପ କ୍ଷୀରି ବନାଇପାରିବେ। ଏହାର ସ୍ବାଦ ଚାଖିବା ପରେ ଅତିଥି ଆପଣଙ୍କର ପ୍ରଶଂସା କରିବା ସହିତ ରେସିପି ବିଷୟରେ ପଚାରିବେ। ଏହି ରେସିପିକୁ ବନାଇବାର ପ୍ରସ୍ତୁତି ମଧ୍ୟ ବହୁତ ସହଜ।

kheerଆବଶ୍ୟକ ସାମଗ୍ରୀ

କ୍ଷୀର – ୨ ଲିଟର

ଚାଉଳ – ୧୨୦ ଗ୍ରାମ୍

ଚିନି – ୪୦ ଗ୍ରାମ

ଗୋଲାପ ଜଳ – ୩-୪ ବୁନ୍ଦା

ବାଦାମ୍ – ୧୦୦ ଗ୍ରାମ୍

ସୁଖିଲା ଗୋଲାପର ପାଖୁଡା – ୧୦ ଗ୍ରାମ୍

କଦ୍ଦୁକସ କରାଯାଇଥିବା ବାଦାମ୍ – ୨୫ ଗ୍ରାମ୍

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ବାଦାମ ଗୋଲାପ କ୍ଷୀରି ବନାଇବାକୁ ହେଲେ ଚାଉଳକୁ ୨୦ ମିନିଟ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖିଦିଅନ୍ତୁ। ଏକ କଡାରେ କ୍ଷୀରକୁ ଧୀର ଆଞ୍ଚରେ ଗରମ କରନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେବେଳେ ଏହାର ପରିମାଣ ଅଧା ହୋଇଯିବ। ଏବେ ଭିଜା ହୋଇଥିବା ଚାଉଳକୁ ଛାଣି ତାହାକୁ କ୍ଷୀରରେ ମିଶାଇ ଦିଅନ୍ତୁ ଏବଂ ଆଞ୍ଚକୁ ଧୀମା କରିଦିଅନ୍ତୁ।

gulab kheerଏହାକୁ ସେତେ ପର୍ଯ୍ୟନ୍ତ ରାନ୍ଧନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଗାଢ଼ ନ ହୋଇଛି। ବର୍ତ୍ତମାନ ଏଥିରେ କାଟି ରଖିଥିବା ବାଦାମକୁ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ହେବାକୁ ଛାଡି ଦିଅନ୍ତୁ। ଯେତେବେଳେ କ୍ଷୀରି ଗାଢ଼ ହୋଇଯିବ ସେଥିରେ ଚିନି ମିଶାଇଦେବେ।

ଏବେ କ୍ଷୀରିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଯେତେବେଳେ କ୍ଷୀରି ଥଣ୍ଡା ହୋଇଯିବ ସେଥିରେ ଗୋଲାପ ଜଳ ମିଶାଇ ଦିଅନ୍ତୁ। କ୍ଷୀରିକୁ ଫ୍ରୀଜରେ ରଖିଦିଅନ୍ତୁ। ଯେତେବେଳେ ଏହାକୁ ପରଷିବେ ସେତେବେଳେ କଦ୍ଦୁକସ ହୋଇଥିବା ବାଦାମ ଏବଂ ଗୋଲାପ ପାଖୁଡାକୁ ସଜାଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button