ମନୋରଞ୍ଜନ

ଏହି ଅଭିନେତା ଓ ଅଭିନେତ୍ରୀ ଙ୍କର ମୃତ୍ୟୁ ସେମାନଙ୍କ ‘ଶୋ’ ଚାଲୁଥିବା ସମୟରେ ହୋଇଥିଲା, ଜଣଙ୍କ ପାଇଁ ତ ବହୁତ କାନ୍ଦିଥିଲେ ସଲମାନ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ସେମାନଙ୍କ ଶୋ ବା ଟିଭି ପ୍ରୋଗ୍ରାମ ଚାଲୁଥିବା ସମୟରେ ହିଁ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସବୁଠୁ ଜଣା ଶୁଣା ଏକ  ଅଭିନେତ୍ରୀ ଯାହା ପାଇଁ ବହୁତ କାନ୍ଦିଥିଲେ ସଲମାନ । ଦେଖନ୍ତୁ ଏହି ଲିଷ୍ଟ ରେ କିଏ କିଏ ଅଛନ୍ତି । ଆସନ୍ତୁ ଜାଣିବା-

କବି କୁମାର ଆଜାଦ

ଆପଣ ମାନେ ତ ତାରକ ମେହତା କା ଉଲଟା ଚଷମା ଲୋକପ୍ରିୟ ଶୋ ବିଷୟରେ ଶୁଣିଥିବେ ସେଥେରେ ଡାକ୍ତର ଭୂମିକରେ ରେ ଅଭିନୟ କରୁଥିବା କବି କୁମାର ଆଜାଦଙ୍କର ମୁତ୍ୟୁ ସେହି ସିରିୟଲ ଚାଲିଥିବା ସମୟରେ ହୋଇଥିଲା । ୨୦୧୮ ମସିହା ଜୁଲାଇ ମାସ ୯ ତାରିଖରେ କବି କୁମାର ଅଜାଦ ହାର୍ଟଆଟାକ ଯୋଗୁଁ ନିଜ ପ୍ରାଣ ହରେଇଥିଲେ । ତାଙ୍କର ଏହି ଦୁଃଖଦ ଖବର ଶୁଣି ସାରା ଦେଶରେ ଶୋକର ମାତମ ଛାଇ ଯାଇଥିଲା।

ରୁବିନା ଶେରଗିଲ

ମିସେସ କୌଶିକ କି ପାଞ୍ଚ ବହୁଏଁ ରେ ସୀମରନ ଭୂମିକରେ ଅଭିନୟ କରୁଥିବା ଅଭିନେତ୍ରୀ ରୁବିନା ଶେରଗିଲଙ୍କର ଶୋ ମଝିରେ ହିଁ ମୃତ୍ୟୁ ହୋଇଥିଲା । ଏହି ଶୋ ରେ ଗୋଟେ ପାର୍ଟି ଚାଲିଥିବା ସମୟରେ ଶ୍ଵାସ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଅର୍ଜିତ ଲବନିଆ ଓ ଗଗନ କଂଗ

ମହାକାଳୀ ସୋ ରେ ଦେବରାଜ ଇଦ୍ରଙ୍କ ଭୂମିକାରେ ଅଭିନୟ କରୁଥିବା ଗଗନ କଂଗ ଓ ନନ୍ଦିଙ୍କ ଭୂମିକରେ ଅଭିନୟ କରୁଥିବା ଅରଜିତ ଲବନିଆ ଶୋର ଶୁଟିଙ୍ଗ ସାରି ମୁମ୍ବାଇ ଫେରୁଥିବା ସମୟରେ କାର ଦୁର୍ଘଟଣା ଦ୍ଵାରା ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ନଫିସା ଜୋଶେଫ

ଫେମିନା ମିସ ଇଣ୍ଡିଆ ୟୁନିଭର୍ସ ତଥା ମ୍ୟୁଜିକ ଚ୍ୟାନେଲ ଏମ୍‌ଟିଭିର ଜକି ନସିଫା ଜୋଶେଫ ଥିଲେ । ୨୬ ବର୍ଷୀୟ ନସିଫା ୨୦୦୪ ମସିହାରେ ଆତ୍ମହତ୍ୟା କରିଥିଲେ ।

ପ୍ରତ୍ୟୁଷା ବାନାର୍ଜି

ଲୋକପ୍ରିୟ ଶୋ ବାଳିକା ବଧୁରେ ଆନନ୍ଦୀ ଭୂମିକାରେ ଅଭିନୟ କରୁଥିବା ୨୪ ବର୍ଷୀୟ ପ୍ରତ୍ୟୁଷା ୨୦୧୬ ମସିହାରେ ଆତ୍ମହତ୍ୟା କରିଥିଲେ ।

ରିମା ଲାଗୁ

ରିମା ଲାଗୁ ଷ୍ଟାରପ୍ଲସର ଲୋକପ୍ରିୟ ଶୋ ନାମକରନ ରେ ଅଭିନୟ କରୁଥିଲେ ଏହା ବ୍ୟତୀତ ସେ ଅନେକ ବଲୀଉଡ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ସେହି ଶୋ  ସମୟରେ ହୃଦଘାତ ଯୋଗୁଁ ହସ୍ପିଟାଲ ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ରିମା ବଲୀଉଡରେ ସଲମାନ ଖାନଙ୍କ ସହିତ ବହୁତ ଫିଲ୍ମ ମା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ମୁତ୍ୟୁ ସମୟରେ ସଲମାନ ବହୁତ କାନ୍ଦିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button