ଦେଶ- ବିଦେଶ

୬ ଘଣ୍ଟାରୁ କମ୍ ଶୋଇବା ଦ୍ବାରା ଆପଣଙ୍କୁ ହୋଇପାରେ ଏହି ମାରାତ୍ମକ ରୋଗ

ଏକ ଭଲ ଏବଂ ଶାନ୍ତିଭରା ନିଦ ସମସ୍ତଙ୍କ ନିହାତି ଆବଶ୍ୟକ। ସମସ୍ତେ ଚାହାଁନ୍ତି ଦିନ ସାରାର ଥକ୍କାକୁ ମେଣ୍ଟାଇବା ପାଇଁ ରାତିରେ ଗଭୀର ନିଦରେ ଶୋଇବେ। ଭଲ ନିଦ ଆପଣଙ୍କୁ କେବଳ ତାଜା ରଖି ନଥାଏ ବରଂ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଯେଉଁ ଲୋକ କମ୍ ଶୋଇଥାନ୍ତି ସେମାନଙ୍କୁ ମାରାତ୍ମକ ହୋଇପାରେ। ଆଜ୍ଞା ହଁ ଏକ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ଯେ କମ୍ ଶୋଉଥିବା ଲୋକ ହୃଦୟ ସମ୍ପଦ୍ଧୀୟ ରୋଗର ଅଧିକ ଶିକାର ହୋଇଥାନ୍ତି।

ରିସର୍ଚ୍ଚ ଅନୁଯାୟୀ ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ କିମ୍ବା କମ୍ ଶୋଉଛନ୍ତି ତେବେ ଏଥିରୋସକେଲେରୋସିସ ନାମକ ରୋଗର ଭୟ ବଢ଼ି ଯାଇଥାଏ।

sleepingହୃଦୟ ସମ୍ବଦ୍ଧୀୟ ରୋଗ ଏକ ବୈଶିକ ସମସ୍ୟା ଅଟେ। ଶାରୀରିକ ଗତିବିଦ୍ଧି ଏବଂ ଖାଦ୍ୟପେୟ ସହିତ ବିଭିନ୍ନ ଉପାୟ ଦ୍ବାରା ଏହାକୁ କମ୍ କରାଯାଇପାରିବ।

ଅଧ୍ୟୟନରୁ ଏହା ଜଣାପଡିଛି ଯେ ହ୍ରୁଦୟ ରୋଗରୁ ରକ୍ଷା ପାଇବା ପାଇଁ ପର‌୍ୟ୍ୟାପ୍ତ ନିଦ ନେବା ଆବଶ୍ୟକ। ଏହା ଏକ ଏମିତି ଜିନିଷ ଅଟେ ଯାହାକୁ ଆମେ ସବୁବେଳେ ଅବହେଳା କରିଥାଉ।

ଏହି ଅଧ୍ୟୟନ ‘ଆମେରିକା କଲେଜ୍ ଅଫ୍ କାର୍ଡିଓଲୋଜୀ’ରେ ପ୍ରକାଶିତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button