ଦେଶ- ବିଦେଶ

ଜୀବନରେ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

Good Time In Your Life: ଦୁନିଆରେ ସମସ୍ତେ ସମୟ ଚକ୍ରରେ ତାଳ ଦେଇ ଚାଲିଥାନ୍ତି, ଦିନ ପରେ ରାତି ଯେପରି ଆସିଥାଏ ସେହିପରି ମଣିଷ ଦୁଃଖ ପରେ ସୁଖ ଭୋଗ କରିଥାଏ।

ମଣିଷର ଭାଗ୍ୟରେ ଯାହା ପାଇବାର ଥାଏ ତାହା ସେ ସେହି ସମୟ ଆସିଲା ପରେ ହିଁ ମିଳିଥାଏ। ସମୟ ବହୁତ ମୂଲ୍ୟବାନ,ଏହା ମଣିଷ ଜୀବନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଆପଣଙ୍କର କୌଣସି ଶୁଭ କାର୍ଯ୍ୟ ହେବାକୁ ଯାଉଥିଲେ ଆପଣକୁ ଆଗରୁ ସଙ୍କେତ ମିଳିଥାଏ ଏବଂ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଥିଲେ ତାହାର ସଙ୍କେତ ମଧ୍ୟ ଆପଣକୁ ମିଳିଥାଏ।

ଆଜି ଆପଣକୁ ଏମିତି କିଛି ସଙ୍କେତ ବିଷୟରେ କହିବି ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆଗକୁ ଆସୁଥିବ ସମୟ ଆପଣଙ୍କ ପାଇଁ ଶୁଭ କି ଅଶୁଭ। ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡିକ ବିଷୟରେ…

ସକାଳର ନିଦ ଅପଣଙ୍କର ଯଦି ସତେଜ କିମ୍ବା ସକାରାତ୍ମକ ଚିନ୍ତା ନେଇ ଭାଙ୍ଗିଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ। ଏହି ଦିନଟି ଅପଣଙ୍କର ଖୁସିରେ କଟିବା ସହିତ ଆଗରୁ ରହିଥିବା ବଡ଼ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ।

ଏହା ବ୍ୟତୀତ ସକାଳର ନିଦ ଭାଙ୍ଗିଲା ମାତ୍ରେ ଆପଣ ଯଦି କାଉ କିମ୍ବା କୋଇଲିର ରାବ ଶୁଣିବାକୁ ପାଇଥାନ୍ତି ତେବେ ଆପଣଙ୍କ ଦିନଟି ଅତି ଶୁଭରେ କଟିଥାଏ।

ଆପଣ ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିବା ସମୟରେ ଜଳ ପୂର୍ଣ୍ଣ ବାଲ୍ଟି ଦେଖି ବାହାରିଥାନ୍ତି ତେବେ ଆପଣ କାର୍ଯ୍ୟ ସଫଳତା ପାଇବା ସହିତ ଉନ୍ନତି ମଧ୍ୟ୍ୟ ହୋଇଥାଏ।

ଯଦି ଆପଣ ବାଲ୍ଟିରୁ ପାଣି ବାହାରୁ ଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ,ଏହାଦ୍ୱାରା ଯାତ୍ରାରେ ବାଧା ହେବା ସହିତ କାର୍ଯ୍ୟରେ ଅସଫଳତା ଦେଖା ଦେଇଥାଏ।

ଯଦି ମହିଳାମାନଙ୍କର ବାମ ଆଖି କିମ୍ବା ପୁରୁଷ ମାନଙ୍କ ଡାହାଣ ଆଖି ଡେଇଁବାର ଦେଖାଯାଏ ତେବେ ଏହି ସଙ୍କେତ ଆପଣକୁ ଶୁଭ ଖବର ଦେଇଥାଏ। ଏହାଦ୍ୱାରା ଆପଣ ମାନସନମାନ ଅର୍ଜନ କରିବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଥାନ୍ତି।

ଯେତେ ସାବଧାନରେ ଲକ୍ଷ୍ୟ କଲେ ମଧ୍ୟ ଯଦି ଘରେ କ୍ଷୀର ଉତୁରି ଯାଏ ତେବେ ଏହା ମଧ୍ୟ ଶୁଭ ହୋଇଥାଏ।

ଆପଣଙ୍କ ଘରେ ଯଦି ଝିଟିପିଟି ଝଗଡା ଲଗନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ। କିନ୍ତୁ ଝିଟିପିଟି ଯଦି ଆପଣଙ୍କର ଡାହାଣ କାନ୍ଧରେ କିମ୍ବା କାନରେ ଖସିପଡ଼େ ତେବେ ଏହା ବ୍ୟବସାୟରେ ଲାଭ ଓ ଦୂରଯାତ୍ର ପରି ଶୁଭ ସଙ୍କେତ ଦେଇଥାଏ।

ଡାହାଣ ହାତର ପାପୁଲି ଯଦି କୁଣ୍ଡାଉଥାଏ ତେବେ ଧନ ପାଇବାର ସଙ୍କେତ ମିଳିଥାଏ। ସକାଳର ନିଦ ଯଦି ଖରାପ ସ୍ବପ୍ନରେ ଭାଙ୍ଗିଥାଏ ତେବେ ଆପଣଙ୍କର ସେହି ଦିନଟି ଖରାପରେ କଟିଥାଏ, ଏହିଦିନ ଆପଣ କୌଣସି ଶୁଭକାର୍ଯ୍ୟ କରିପାରିବେ ନାହିଁ।

କୌଣସି ଜାଗାକୁ ଯାତ୍ରାରେ ବାହାରିଥିଲେ ବିଲେଇ ଯଦି ଆପଣଙ୍କ ଆଖିରେ ଆଖି ମିଶାଇ ବିକଟାଲିଆ ଭାବରେ ବୋବାଇଥାଏ ତେବେ ଆପଣଙ୍କ ଯାତ୍ରା ଅମଙ୍ଗଳ ହୋଇଥାଏ।

ଘରୁ ବାହାରିବା ସମୟରେ ଗାଈକୁ ତା ପିଲା ସହିତ ଥିବାର ଦେଖିଲେ ଏହା ଆପଣଙ୍କ ଯାତ୍ରାକୁ ଶୁଭ କରିଥାଏ ଏବଂ ଆପଣ ଆପଣଙ୍କ କାର୍ଯ୍ୟରେ ନିଶ୍ଚିତ ସଫଳତା ପ୍ରାପ୍ତ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button