ଜ୍ୟୋତିଷ

ଆଜି ଶନିଶ୍ଚର ଅମାବାସ୍ୟା, ଏହି ଦିନ କରିବା ଉଚିତ୍ ଶନିଦେବଙ୍କ ଏହି ମନ୍ତ୍ରର ଜାପ

୫ ଜାନୁଆରୀ ଅର୍ଥାତ୍ ଆଜି ଶନିବାର ଦିନ ପୌଷମାସର ଅମାବାସ୍ଯା ରହିଛି। ଶନିବାର ଦିନ ଅମବାସ୍ଯାର ଯୋଗ ପଡ଼ୁଥିବାରୁ ଏହାକୁ ଶନିଶ୍ଚର ଅମାବାସ୍ଯା ବୋଲି କୁହାଯାଉଛି। ଏହା ୨୦୧୯ ମସିହାର ପ୍ରଥମ ଶନି ଅମାବାସ୍ଯା ଅଟେ। ଏହି ଦିନ ଶନିଙ୍କର କିଛି ଖାସ ମନ୍ତ୍ରର ଜାପ ଆପଣଙ୍କ ଜୀବନକୁ ମଙ୍ଗଳମୟ କରିଥାଏ ।ଆଜି ଆମେ ଆପଣଙ୍କୁ ସେହି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ।

ମନ୍ତ୍ର

कोणस्थ पिंगलो बभ्रु: कृष्णो रौद्रोन्तको यम:।
सौरि: शनैश्चरो मंद: पिप्पलादेन संस्तुत:।।

shanidev

କଣ ରହିଛି ଶନିଙ୍କର ୧୦ଟି ନାମ

କୋଣସ୍ଥ , ପିଙ୍ଗଳ, ବଭ୍ରୁ, କୃଷ୍ଣ, ରୋଦ୍ରାତକ, ଯମ, ସୋରି, ଶନିଶ୍ଚର, ମନ୍ଧ, ପିପ୍ପଲାଦ୍

ପୂଜାର ବିଧି :

-ଶନିବାର ସକାଳୁ ସ୍ନାନ ସାରିବା ପରେ ଏକ ସ୍ଥାନରେ ଶନିଦେବଙ୍କର ଏକ ପ୍ରତିମା ଅଥବା ମୂର୍ତ୍ତିର ସ୍ଥାପନ କରନ୍ତୁ। ଏହାପରେ ଶନିଦେବଙ୍କ ସାମ୍ନାରେ ସୁଧା ଗୁଆଘିଅରେ ଏକ ଦୀପ ଜଳାନ୍ତୁ। ଏହାକୁ ପୂଜା ଶେଷ ପର୍ଯ୍ଯନ୍ତ ଜଳାଇରଖନ୍ତୁ।

-ଶନିଦେବଙ୍କୁ ନୀଳ ଫୁଲ ଅର୍ପଣ କରିବା ସହ ରୁଦ୍ରାକ୍ଷ ମାଳିରେ ଶନିଙ୍କ ମନ୍ତ୍ରଙ୍କୁ ଜାପ କରନ୍ତୁ। ଏହାର ଜାପ କମସେକମ୍ ୫ଥର କରିବା ଉଚିତ୍। ଏହା ଦ୍ବାରା ବିଭିନ୍ନ ପ୍ରକାରର ଜୀବନ ସମ୍ଭନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button