ସ୍ୱାସ୍ଥ୍ୟ

ଜାଣନ୍ତୁ ଗଳା ଯନ୍ତ୍ରଣା କଣ ? ଏହାର କାରଣ ଏବଂ ଲକ୍ଷଣ

ଗଳାରେ ସଂକ୍ରମଣ ବା କାଶ ସମସ୍ୟା ପାଇଁ ବର୍ତ୍ତମାନ ସମସ୍ତେ ଚିନ୍ତାରେ ପ୍ରାୟ ରହୁଛନ୍ତି। ଯେତେବେଳେ ବି ଆପଣଙ୍କର ୩୮ ଡିଗ୍ରୀ ସେଣ୍ଟିଗ୍ରେଟରୁ ଅଧିକ ଜ୍ବର ଅନୁଭୂତ ହୋଇଥାଏ, ଗଳା ଫୁଲିବା, ଗିଳିବାରେ ସମସ୍ୟା କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ତେବେ ଜାଣନ୍ତୁ କି ଆପଣଙ୍କ ଗଳାର ସମସ୍ୟା ରହିଛି। ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍ ନୁହେଁ । ଖାସ୍ ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଗଳା ସଂକ୍ରମଣ ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ, ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।

ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ । ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ ।

throat painକାରଣ

ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ଦ୍ଵାରା ଏହା ବ୍ୟାପିଥାଏ । ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ସଂସ୍ପର୍ଶରେ ଆସିଲେ ସେ ବ୍ୟକ୍ତି ବି ସଂକ୍ରମିତ ହୁଅନ୍ତି । ଅଇଁଠା ଖାଦ୍ୟ ଓ ପାନୀୟ ଦ୍ଵାରା ଏହା ମଧ୍ୟ ସଂକ୍ରମିତ ହୁଏ ।

ଲକ୍ଷଣ

ହଠାତ ଗଳାରେ ଯନ୍ତ୍ରଣା ସହ ଖାଦ୍ୟ ଢୋକିବା ବେଳେ ଯନ୍ତ୍ରଣା ଅନୁଭବ ହେବା । ଟନସିଲ ଦରଜ ହୋଇ ଲାଲ ଦେଖାଯିବା । ଟନସିଲ ଏବଂ ଗଳାରେ ଧଳାଦାଗ ଦେଖାଯିବା । ଜ୍ଵର ହେବା ଏବଂ ମୁଣ୍ଡ ବିନ୍ଧିବା । ଶିଶୁଙ୍କ କ୍ଷେତ୍ରରେ ବାନ୍ତି ହେବା । ଶରୀର ବିକ୍ଷେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ ହୁଏ । ଗଣ୍ଠି ଯନ୍ତ୍ରଣା ଏବଂ ଶ୍ଵାସକ୍ରିୟାରେ ବାଧା ଯଦି ହେଉଥାଏ; ତେବେ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ । ୪୮ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଗଳାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼େ । ୧୦୧ ଡିଗ୍ରୀରୁ ଉଦ୍ଧି ତାପମାତ୍ରାରେ ଜର ହେବା ସହ ଜ୍ଵର୨ ଦିନରୁ ଅଧିକ ଲାଗି ରହିଥାଏ । ଦୁଇଦିନରୁ ଊର୍ଦ୍ଧ୍ଵ ସମୟ ଆପଣ ଉଭୟ ଖାଇବା ଓ ଶ୍ଵାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି । ଦୁଇଦିନ ଆଣ୍ଟିବାୟୋଟିକ୍ ନେବା ପରେ ବି ଯଦି ଅବସ୍ଥାରେ ଉନ୍ନତି ଆସୁନଥାଏ, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ଘରୋଇ ଚିକିତ୍ସା

ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ । ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ । ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି । ନିୟମିତ ଭାବେ ଗାର୍ଗଳ କରନ୍ତୁ । ଧୂମପାନଠୁ ଦୂରେଇ ରୁହନ୍ତୁ । ହାତ ସବୁବେଳେ ସଫା ରଖନ୍ତୁ । ଛିଙ୍କ ଏବଂ କାଶ ସମୟରେ ପାଟି ରଖନ୍ତୁ ।

Understanding-Silent-GERD-722x406ରୋଗ ଚିହ୍ନଟ ଏବଂ ଚିକିତ୍ସା

ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରନ୍ତୁ । ଏଥିପାଇଁ ଏକ ଗ୍ୟାପିଡ ଷ୍ଟ୍ରେପ ଟେଷ୍ଟ କରାଯିବ । ଏହି ଟେଷ୍ଟ ୧ କ୍ଟ ମିନିଟରେ ଫଳାଫଳ ପ୍ରଦାନ କଲେ ବି ଏହା ସଠିକ ସିଦ୍ଧାନ୍ତ ଦେଇପାରି ନଥାଏ । ଏହି କ୍ଷେତ୍ରରେ ଥ୍ରୋଟ କଲଚର ବି କରାଯାଏ । ଚିକିତ୍ସକମାନେ ଷ୍ଟ୍ରେପ ଇନଫେକସନ ଚିକିତ୍ସା ପାଇଁ ପେନ ରିଲିଭର ଏବଂ ଆଣ୍ଟିବାୟୋଟିକ୍ ଉପରେ ନର୍ଭର କରିଥାନ୍ତି । ବେଳେ ବେଳେ ଷ୍ଟ୍ରେପ ସଂକ୍ରମଣର ଯଦି ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ଜନିତ ଫୁଲାର କାରଣ ହୁଏ । ଏହି ଅବସ୍ଥାକୁ କୁହାଯାଏ।

ପେରିଟୋନସିଲାର ଆବସେସ । ଏହା ଦ୍ଵାରା ଖାଦ୍ୟ ଢୋକିବା ଏବଂ ଶ୍ଵାସକ୍ରିୟାରେ ଖୁବ୍ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏଥିପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ । ଷ୍ଟ୍ରେପ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବାର ୨ ରୁ ୫ ଦିନ ପରେ ଏହି ଲକ୍ଷଣ ଦେଖାଦେଇଥାଏ । ୫ରୁ ୧୫ ବର୍ଷ ବୟସ ଭିତରେ ଷ୍ଟ୍ରେପ ଥ୍ରୋଟ ଖୁବ ସାଧାରଣ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ତଥା ତାଙ୍କ ଛିଙ୍କ ଏବଂ ଲାଲ ଦ୍ଵାରା ଏହା ବ୍ୟାପିଥାଏ । ଗଲା ଯନ୍ତ୍ରଣା ସଂକ୍ରମଣ କ୍ଷେତ୍ରରେ ଅବହେଳା ନକରି ତୁରନ୍ତ ଅଭିଜ୍ଞ କର୍ଣ୍ଣ – ନାସା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button