ରାଜ୍ୟ

ଭୋଜନ କରିବା ସମୟରେ କରନ୍ତୁ ଏହି ନିୟମର ପାଳନ, ଆୟୁଷ ବଢ଼ିବା ସହିତ କେବେବି କମିବ ନାହିଁ ଧନର ଅଭାବ

ମଣିଷକୁ ଖାଦ୍ୟ ଖାଇବା ପୂର୍ବରୁ କିଛି ନିୟମର ପାଳନ ଅବଶ୍ୟ କରିବା ଉଚିତ୍। ଯେଉଁ ବ୍ୟକ୍ତି ଏହି ନିୟମର ପାଳନ କରିଥାନ୍ତି ସେ ସୁସ୍ଥ ରହିଥାନ୍ତି ଏବଂ ଦେବତା ମାନେ ମଧ୍ୟ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନକୁ ଦେବତା ବୋଲି ଧରାଯାଏ। ଏହାକୁ ଅନାଦାର କରିବା କେବେବି ଉଚିତ ନୁହେଁ।

ଭୋଜନ କରିବା ସମୟରେ ଏହି ନିୟମର କରନ୍ତୁ ପାଳନ :

indian-food-you-must-eat-in-india

-ଗ୍ରନ୍ଥରେ ଏମିତି କୁହାଯାଇଛି ଯେ ଯେଉଁ ବ୍ୟକ୍ତି ବିନା ହାତ ମୁହଁ ଧୋଇ,ବିନା ସ୍ନାନ କରି କିମ୍ବା ଅଳିଆ ସ୍ଥାନରେ ବସି ଭୋଜନ କରଥାନ୍ତି ସେ ଆର୍ଥିକ ସମସ୍ୟାରେ ଜୋଡି ହୋଇ ରହିଥାନ୍ତି ଏବଂ ତାଙ୍କ ପାଖରେ ସବୁବେଳେ ଅନ୍ନର ଅଭାବ ଦେଖା ଦେଇଥାଏ। ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ।

-ଏଥିପାଇଁ ଭୋଜନ କରିବା ପୂର୍ବରୁ ସ୍ନାନ କରିବା ଆବଶ୍ୟକ। ଏହା ଦ୍ବାରା ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏବଂ ଭଲ ମଧ୍ୟ ଲାଗିଥାଏ।

-ଶାସ୍ତ୍ରରେ ଛିହା ହୋଇ ଖାଇଲେ କିମ୍ବା ବିଛଣା, ଚୌକି, ସୋଫା ଆଦି ଉପରେ ବସି ଭୋଜନ କରିବାକୁ ଧାର୍ମିକ ଦ୍ରୁଷ୍ଟିରୁ ଭୁଲ ବୋଲି କୁହାଯାଇଛି। କାରଣ ଏହି ମୁଦ୍ରାରେ ଭୋଜନ କରିବା ଦ୍ବାରା ଖାଦ୍ୟ ଭଲରେ ହଜମ ହୋଇ ନଥାଏ। ଏହା ସହିତ ଖାଦ୍ୟର ପୋଷକ ତତ୍ତ୍ବ ମିଳିପାରି ନଥାଏ।

-ଦକ୍ଷିଣ ଦିଗକୁ ମୁହଁ କରି ଖାଇଲେ ପ୍ରେତତ୍ତ୍ବ ପ୍ରାପ୍ତି ହୋଇଥାଏ ଏବଂ ପଶ୍ଚିମ ଦିଗକୁ ଆଡକୁ ମୁହଁ କରି ଖାଇଲେ ମଣିଷ ରୋଗୀ ହୋଇଥାଏ। ଏଥିପାଇଁ ସବୁବେଳେ ପୂର୍ବ ବା ଉତ୍ତର ଦିଗ ଆଡକୁ ମୁହଁ କରି ଭୋଜନ କରିବା ଦ୍ବାରା ମଣିଷର ଆୟୁଷ ଏବଂ ଧନ ବଢ଼ିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button