ମନୋରଞ୍ଜନ

ଜାଣନ୍ତୁ ରକ୍ତଚାପ କଣ ଏବଂ ଏହାର ଲକ୍ଷଣ !

ଅନେକ ସମୟରେ ଆମ ଭିତରେ ଥିବା ଦୁର୍ବଳତା ଆମ ପ୍ରତିଭା ଆଗରେ ପ୍ରତିବନ୍ଧକ ସୃଷ୍ଟି କରେ । ବେଳେ ବେଳେ ଆମେ ସେହି ଦୁର୍ବଳତାକୁ ଠଉରାଇ ପାରୁ କିନ୍ତୁ ବହୁତ ଜାଗାରେ ନିଜେ ଏହାକୁ ଚିହ୍ନଟ କରି ପାରୁନା । ଯାହାଫଳରେ ସମସ୍ୟାକୁ ଆମେ ନିଜେ ତିଆରି କରିଦେଉ । ସେ ଚାକିରି କ୍ଷେତ୍ର ହେଉ କି ଘର ଅବା ବନ୍ଧୁଙ୍କ ମେଳ ସେସବୁ ସ୍ଥାନରେ ଆମକୁ ନିନ୍ଦିତ କିମ୍ବା ଅପଦସ୍ତ ହେବାକୁ ପଡ଼େ । ଉଦାହରଣ ସ୍ୱରୂପ ମୁଁ ଭଲ ଗୀତ ଗାଇ ପାରେ କିନ୍ତୁ ଆତ୍ମବିଶ୍ୱାସ ଅଭାବରୁ ସାଙ୍ଗସାଥୀଙ୍କ ମେଳରେ ଗାଇ ପାରେ ନାହିଁ । ଇଣ୍ଟରଭ୍ୟୁ ଦେବା ବେଳେ ନର୍ଭସନେସ୍‌ ଯୋଗୁଁ ପ୍ରଶ୍ନର ଉତ୍ତର ଜାଣିଥିଲେ ବି କହି ପାରେ ନାହିଁ । ଏଭଳି ସ୍ଥିତିରୁ ନିଜକୁ ଉପରକୁ ଉଠାଇବା ଲାଗି ନିଜେ ହିଁ ଚେଷ୍ଟା କରିବେ । ତାହେଲେ ଆପଣ ନିଜେ ଆପଣଙ୍କ ଭାଗ୍ୟ ବଦଳାଇ ପାରିବେ ।

ଏଭଳି କିଛି ଟିପ୍ସ ଆମେ ଆପଣଙ୍କୁ ଦେଉଛୁ । ଭଲ ଭାବେ ତାକୁ ପାଳନ କଲେ ନିଶ୍ଚିତ ସଫଳ ହେବେ ।

୧-ପ୍ରଥମେ ନିଜେ ନିଜର ଦୁର୍ବଳତାକୁ ଚିହ୍ନଟ କରନ୍ତୁ । ଯେଉଁ ସବୁ ଦୁର୍ବଳତା ରହିଛି ତାକୁ ଏକ ଡାଏରୀରେ ଲେଖନ୍ତୁ । ତା ଭିତରୁ କେଉଁଟି ଆପଣଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜୁଛି ତାକୁ ଆଗରେ ରଖନ୍ତୁ । କିନ୍ତୁ ଏଥିରେ ଆପଣଙ୍କୁ ନିଜକୁ ନିଜେ ସତ କହି ଦୁର୍ବଳତାଟିକୁ ବାଛିବାକୁ ପଡ଼ିବ । ନଚେତ ସମସ୍ୟା ଦୂର ହେବନାହିଁ ।

୨-ସେହି ଦୁର୍ବଳତାଟିକୁ ପ୍ରଥମେ ତର୍ଜମା କରନ୍ତୁ ଏବଂ ଦୈନିକ ଏକାଗ୍ରତାର ସହ ତା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଯେମିତିକି ହଁ ଏହି ଦୁର୍ବଳତାକୁ ମୁଁ ଜିତି ପାରିବି । ସାଙ୍ଗ କିମ୍ବା ପରିବାର ମେଳରେ ଥିଲେ ସେଭଳି ଦୁର୍ବଳତା ନଥିବା ବ୍ୟକ୍ତିଙ୍କ ହାବଭାବକୁ ଲକ୍ଷ୍ୟ କରି କିଛି ଶିକ୍ଷା କରନ୍ତୁ । ଏଥିରେ ଆପଣଙ୍କ ଆତ୍ମବିଶ୍ୱାସରେ ପରିବର୍ତ୍ତନ ଆସିବ ।

୩-ତେବେ ଏସବୁ ଭିତରେ ନିଜର ଅହଙ୍କାର ଭାବକୁ ପ୍ରଦର୍ଶନ କରନ୍ତୁ ନାହିଁ କିମ୍ବା ନିଜକୁ ଅନ୍ୟ ଠାରୁ ଛୋଟ ବୋଲି ମନେ କରନ୍ତୁ ନାହିଁ । ଇଣ୍ଟରଭ୍ୟୁରେ ଉତ୍ତର ଦେଲା ବେଳେ ଏସବୁ ପ୍ରତି ଭଲ ଭାବେ ନଜର ଦିଅନ୍ତୁ ।

୪-ଯଦି ବନ୍ଧୁ ଓ ସାଙ୍ଗ ମେଳରେ କିଛି ଭୁଲ କଥା କହୁଛନ୍ତି ଏବଂ ଉପହାସର ପାତ୍ର ହେବାକୁ ପଡୁଛି ତେବେ ଏଥିରେ ବିଚଳିତ ହେବେ ନାହିଁ । ସମାଲୋଚନାକୁ ଏନଜଏ କରନ୍ତୁ । କାରଣ ଆପଣ ବନ୍ଧୁଙ୍କ ମେଳରେ ଅଛନ୍ତି । କିନ୍ତୁ ଭୁଲକୁ ଆଉ ଥରେ ଦୋହରାନ୍ତୁ ନାହିଁ ।

୫-ଦୁର୍ବଳତା ଆସେ ଦୁଇଟି କଥାରୁ । ଗୋଟିଏ ହେଉଛି ଆମର ସଂପୃକ୍ତ ଜିନିଷ ପ୍ରତି ଥିବା ଅତିବ ଆକର୍ଷଣ କିମ୍ବା ଆମ ଭିତରେ ଥିବା ଆତ୍ମବିଶ୍ୱାସରେ କମି । ଏହାକୁ ଦୂର କରିବା ଲାଗି ମାନସିକ ଭାବେ ପ୍ରସ୍ତୁତି କରିବା ଦରକାର ।

୬-ଯେକୌଣସି ଇଣ୍ଟରଭ୍ୟୁକୁ ଯାଉଛନ୍ତି ପ୍ରଥମେ ସେହି ସଂସ୍ଥାର ଶକ୍ତି ସାମର୍ଥ୍ୟ ଏବଂ ଦୁର୍ବଳତା ବିଷୟରେ ଜାଣି ନିଅନ୍ତୁ । ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତରରେ ଏସବୁ ବିଷୟରେ ଆପଣ ଉପସ୍ଥାପନ କଲେ ତାଙ୍କୁ ପ୍ରଭାବିତ କରି ପାରିବେ ।

୭- ଯେଉଁ କ୍ଷେତ୍ରରେ ଆପଣ ଦୁର୍ବଳ ବୋଲି ଅନୁଭବ କରୁଛନ୍ତି ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ଅଧିକ ମିଶନ୍ତୁ । ଫଳରେ ଅଭିଜ୍ଞତା ହାସଲ ହେବ ଏବଂ ଦୁର୍ବଳତା ଆପେ ଆପେ ଦୂର ହୋଇଯିବ ।

୮- ଯଦି ଆପଣ ନିଜର ନିର୍ଦ୍ଦିଷ୍ଟ ଦୁର୍ବଳତାକୁ ଦୂର କରି ପାରୁ ନାହାନ୍ତି ତେବେ ତାକୁ ଏଡ଼ାଇ ଯାଇ ନିଜର ସାମର୍ଥ୍ୟ ଥିବା କ୍ଷେତ୍ରକୁ ଅଧିକ ଧ୍ୟାନ ଦିଅନ୍ତୁ । ସେହି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚେଷ୍ଟା କରନ୍ତୁ ନିଶ୍ଚୟ ସଫଳ ହେବେ ।

୯-ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯଦି ନିଜର ଦୁର୍ବଳତା ବା ସ୍ଥିତିକୁ ବଦଳାଇ ପାରୁ ନାହାନ୍ତି ତେବେ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରନ୍ତୁ । ପରିସ୍ଥିତି ଓ ପରିବେଶକୁ ଏନ୍‌ଜଏ କଲେ ଆପଣ ସଫଳ ହେବେ ।

୧୦-ଆଉ ଯଦି ପ୍ରତ୍ୟେକ କ୍ଷେତ୍ରରୁ କିଛି ଶିଖିବାର ମନୋବୃତ୍ତି ରଖିବେ ତେବେ ମଧ୍ୟ ଆପଣ ସଫଳ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button