ଦେଶ- ବିଦେଶ

ଭିଜା କିସମିସ୍‌ରେ ରହିଛି ଅନେକ ଫାଇଦା , ଯାହା ବ୍ୟାକ୍ଟେରିଆ ଓ ସଂକ୍ରମଣ ସହ ଲଢ଼ିବାକୁ ଦିଏ ଶକ୍ତି

କିସମିସ୍ ଏପରି ଏକ ଫୁଡ୍ ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ଦେଖିବାକୁ ଆଖିପାଇଁ ବେଶ୍ ଛୋଟ ହୋଇପାରେ ହେଲେ ଏହା ଶରୀର ପାଇଁ ବହୁ ବଡ ବଡ କାମ କରିଥାଏ । ତେବେ କିସମିସକୁ ପାଣିରେ ଭିଜାଇ ଖାଇବା ଅତି ଲାଭଦାୟକ ହୋଇଥାଏ । ଏହି ଭିଜା କିସମିସ୍‌ରେ କ୍ୟାଲୋରୀ ପ୍ରଚୁର ପରିମାଣରେ ଥାଏ। ଏଥିପାଇଁ ଏହାକୁ ଠକ୍ ପରିମାଣ ଖାଇବା ଆବଶ୍ୟକ। ଏହାକୁ ନିୟମିତ ଖାଇଲେ ହଜମ ଜନିତ ସମସ୍ୟା ଦୂର ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଭିଜା କସମିସର କଣ ରହିଛି ଉପକାରିତା ଯାହା ଶରିର ପାଇଁ ହିତକର :

– ଭିଜା କିସମିସ୍‌‌ ଇମ୍ୟୁନିଟି ବଢ଼ାଇଥାଏ। ଏଥିରେ ସବୁ ପ୍ରକାର ପୌଷ୍ଟିକ ତତ୍ତ୍ୱ ଭରି ରହିଥିବାରୁ ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ପାୱାର ବଢ଼ିଥାଏ। ଏହାସହ ବ୍ୟାକ୍ଟେରିଆ ଓ ସଂକ୍ରମଣ ସହ ଲଢ଼ିବାକୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ।

4-260– କିସମିସ୍‌‌ ଖାଇବା ଦ୍ୱାରା ମୁଖଗନ୍ଧ ଦୂର ହୋଇଥାଏ। ବିଶେଷ କରି ଯଦି କୌଣସି ମହିଳା କିମ୍ବା ପୁରୁଷ ଏପରି ସମସ୍ୟାରେ ପଢ଼ୁଛନ୍ତି, ତେବେ ଏହାର ବ୍ୟବହାର କରିବା ଉଚିତ।

3k– ଭିଜା କିସମିସରେ ପ୍ରଚୁର ପରିମାଣରେ ଫାଇଭର ରହିଛି। ଗୋଟିଏ ଗ୍ଲାସ୍‌ ପାଣିରେ ୧୦ ରୁ ୧୨ଟି କିସମିସ୍‌ ଭିଜାଇ ଖାଇବା ଦ୍ୱାରା ପେଟ ସଫା ହୋଇଯାଇଥାଏ।

– ବହୁ ଚେଷ୍ଟା ସତ୍ତ୍ୱେ ଯଦି ଆପଣଙ୍କ ଓଜନ ବଢୁନାହିଁ, ତେବେ କିସମିସ୍‌କୁ ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ। ଏହାଦ୍ୱାରା ଆରାମରେ ଓଜନ ବଢ଼ିବ।

1k– ଶୁଖିଲା କିସମିସ୍‌ରେ ଏତେ କ୍ଷମତା ରହିଛି ଯେ, ଶରୀରରେ କ୍ୟାନସର୍‌ ସେଲ୍‌ ବଢୁଥିଲେ, ଏହା ଅଟକାଇ ଦେଇଥାଏ ଓ ସୁସ୍ଥ କରିଥାଏ।

1-259– ବିଶେଷଜ୍ଞଙ୍କ ମତରେ କିସମିସ୍‌ ଖାଇବା ଦ୍ୱାରା ଆପଣ ହାଇପର ଟେନସନ୍‌ ସହ ଲଢି ପାରିବେ। ଏଥିରେ ଥିବା ପୋଟାସିୟମ ତତ୍ତ୍ୱ ହାଇପର ଟେନସନ୍‌ ସ୍ଥିତିରେ ସୁଧାର ଆଣିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button