ରାଜ୍ୟ

କେବଳ ନାରୀ ନୁହଁ ପୁରୁଷମାନେ ମଧ୍ୟ ନିଜ ତ୍ବଚାକୁ କରିପାରିବେ ଉଜ୍ବଳ, ଜାଣନ୍ତୁ ଏହି ୫ ଟିପ୍ସ

ଆଜିକାଲି କେବଳ ନାରୀମାନେ ନୁହନ୍ତି ପୁରୁଷମାନେ ମଧ୍ୟ ନିଜ ସ୍କିନକୁ ନେଇ ବହୁତ ସଚେତନ ହେବାକୁ ଲାଗିଲେଣି। ମାର୍କେଟରେ ପୁରୁଷମାନଙ୍କ ପାଇଁ ବହୁତ ପ୍ରଡକ୍ଟସ ଆସିଲାଣି କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଡେଲି ରୁଟିନରେ ଅଳ୍ପ ଉପକରଣକୁ ବ୍ୟବହାର କରି ଆପଣ ମଧ୍ୟ ନିଜର ତ୍ବଚାକୁ ଚମକାଇ ପାରିବେ। ଏହି ୫ଟି ଟିପ୍ସକୁ ଆପଣେଇ ଆପଣ ନିଜର ତ୍ବଚାର ଭଲଭାବେ ଯତ୍ନ ନେଇ ପାରିବେ।

mens-skin-care

-ନାରୀ ହୁଅନ୍ତୁ ବା ପୁରୁଷ ସମସ୍ତଙ୍କୁ ସକାଳୁ ଉଠି ନିଜର ଚେହେରା ଧୋଇବା ବହୁତ ଆବଶ୍ୟକ। କାରଣ ରାତି ସାରା ଆପଣଙ୍କ ତ୍ବଚାରେ ଅଏଲ ଆସିଯାଏ, ଯେଉଁଥି ପାଇଁ ସବୁଠୁ ଭଲ ହେବ ଯେ ଫେସ କ୍ଲିନର ଦ୍ବାରା ନିଜ ତ୍ବଚାକୁ ଭଲଭାବେ ସଫା କରି ଦିଅନ୍ତୁ।

-ଯଦି ଆପଣଙ୍କ ତ୍ବଚାରେ ଆକ୍ନି ହୋଇଛି ତେବେ ବହୁତ ଧ୍ୟାନରେ ରେଜର ବ୍ୟବହାର କରନ୍ତୁ କାରଣ ଜଲଦି ଜଲଦିରେ ଆକ୍ନି ବ୍ରେକଆଉଟ ହେବାର ଭୟ ରହିଥାଏ। ସେଭିଙ୍ଗ କରିବା ସମୟରେ ସେଭିଙ୍ଗ କ୍ରିମ ଏବଂ ଜେଲ୍ ନିଶ୍ଚିତ ବ୍ୟବହାର କରନ୍ତୁ। ଏହା ଛଡା ସେଭିଙ୍ଗ ପରେ କିଛି ଭଲ ବାମ୍ ଲଗାଇ ଦିଅନ୍ତୁ।

skin care

-ଯଦି ତ୍ବଚାକୁ ସୁସ୍ଥ ଏବଂ ଉଜ୍ବଳ ରଖିବାକୁ ଚାହୁଁଛନ୍ତି ତେବେ ନିୟମିତ ଏକ୍ସପୋଲିଏସନ (Exfoliation) କରିବାକୁ ଭୁଲନ୍ତୁ ନାହିଁ। କାରଣ ଯେ ପର‌୍ୟ୍ୟନ୍ତ ଆପଣ ଶୁଷ୍କ ତ୍ବଚାର ଯତ୍ନ ନନେବେ ସେ ପର‌୍ୟ୍ୟନ୍ତ ଯାହା ମଧ୍ୟ କଲେ ବି କୌଣସି ଫାଇଦା ମିଳିନଥାଏ। ଏଥିପାଇଁ ଆପଣ ସପ୍ତାହରେ ଥରେ ସ୍କ୍ରବ ନିଶ୍ଚିତ କରନ୍ତୁ। ସ୍କ୍ରବ କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଲୁଚି ରହିଥିବା ଧୂଳି ଏବଂ ତେଲ ବାହାରି ଯାଇଥାଏ। ସ୍କ୍ରବ ଲଗାଇବା ପରେ ଚେହେରାରେ ସ୍କିନ ମାସ୍କ ଲଗାଇ ହାଇଡ୍ରେଣ୍ଟ କରିବା ନିହାତି ଆବଶ୍ୟକ।

skin glow

-ତ୍ବଚା ସଫା ହେବା ପରେ ତାହାକୁ ହାଇଡ୍ରେଟ ରଖିବା ବହୁତ ଜରୁରୀ ହୋଇଥାଏ। ଏହା ପାଇଁ ଆପଣଙ୍କୁ କୌଣସି ଭଲ ମଏଶ୍ଚରାଇଜର ବ୍ୟବହାର କରିବା ଆବଶ୍ୟକ। ଜେଲ ବେସ୍ ମଶ୍ଚରାଇଜର ବହୁତ ଭଲ ହୋଇଥାଏ, କାରଣ ଏହା ତ୍ବଚାକୁ ଚିପଚିପା କରିନଥାଏ। ଯଦି SPF ବିଶିଷ୍ଟ ମଏଶ୍ଚରାଇଜର ବ୍ୟବହାର କରିବା ବେଶି ଭଲ ହୋଇଥାଏ।
ତ୍ବଚାକୁ ଉଜ୍ବଳ ରଖିବା ପାଇଁ ଆପଣଙ୍କୁ ଉଚିତ ପରିମାଣରେ ପାଣି ପିଇବା ଆବଶ୍ୟକ। ଦିନସାରା ପ୍ରାୟ ୪ରୁ୫ ଲିଟର ପାଣି ପିଇଲେ ଭଲ। ଏହା ଶରୀର ଭିତରୁ ଆପଣଙ୍କ ସ୍କିନ ସେଲକୁ ସଫା ରଖିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button