ସ୍ୱାସ୍ଥ୍ୟ

ସ୍କିନ୍ ଟାଇପ୍ ହିସାବରେ ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍, ହେବ ନାହିଁ କୌଣସି କ୍ଷତି

ଦାଗ-ଚିହ୍ନ ଥିବା ଚେହେରାକୁ କ୍ଳିନ ଏବଂ ସୁନ୍ଦର କରିବା ପାଇଁ ମହିଳା ଅନେକ ପ୍ରକାରର ବ୍ଯୁଟି ଟ୍ରିଟମେଣ୍ଟ ଏବଂ କ୍ରିମର ବ୍ଯବହାର କରିଥାନ୍ତି। ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଘରୋଇ ପ୍ରସ୍ତୁତ ଫେସିଆଲ ଅଏଲ ଦ୍ବାରା ପାଇପାରିବେ ଚମକଦାର ଏବଂ ଚିକ୍କଣ ତ୍ବଚା। ତାହା ମଧ୍ୟ ବହୁତ କମ ଟଙ୍କା ଖର୍ଚ୍ଚରେ। ଫେସିଆଲ ଅଏଲର ବ୍ଯବହାର କେବଳ ଯେ ଆପଣଙ୍କୁ ଚମକଦାର ଚେହେରା ଦେଇଥାଏ ତାହା ନୁହଁ ବରଂ ଦାଗ- ଚିହ୍ନ, ବ୍ରଣ ଏବଂ ବିଭିନ୍ନ ପ୍ରକାରର ସଂକ୍ରମଣରୁ ଚେହେରାକୁ ବଞ୍ଚାଇଥାଏ। ଏଥିସହ ଏହା ଆଣ୍ଟି ଏଜିଂ ଏବଂ ସ୍କିନ୍ ଡ୍ରାଏନେସ ସମସ୍ଯାକୁ ମଧ୍ୟ ଦୂର କରିଥାଏ।

skin

କିପରି ପ୍ରସ୍ତୁତ କରିବେ ଫେସିଆଲ ଅଏଲ୍

ନଡ଼ିଆ, ବାଦାମ ଏବଂ ରାଶି ତେଲକୁ କିଛି ମାତ୍ରାରେ ମିଶ୍ରିତ କରି ଆପଣ ଫେସିଆଲ ଅଏଲ ପ୍ରସ୍ତୁତ କରିପାରିବେ। ଏହାକୁ ରାତିରେ ଶୋଇବା ପୂର୍ବରୁ ମାଲିସ କରିବା ସହ ସକାଳୁ ଧୋଇଦିଅନ୍ତୁ। ଦେଖିବେ ଚେହେରା କିପରି ଚମକିବ।

ଜୋଜୋବା ଅଏଲକୁ ମଧ୍ୟ ଆପଣ ଫେସିଆଲ ଅଏଲ ଭାବେ ବ୍ଯବହାର କରିପାରିବେ। କିନ୍ତୁ ଏହାକୁ ଭୁଲରେ ମଧ୍ୟ ସିଧାସଳଖ ଚେହେରାରେ ଲଗାନ୍ତୁ ନାହିଁ। ଏହାକୁ ସବୁବେଳେ ନାଇଟ କ୍ରିମ ବା ମଶ୍ଚୋରାଇଜର ସହ ମିଶାଇ ବ୍ଯବହାର କରନ୍ତୁ।

beauty-trends

ତ୍ବଚା ହିସାବରେ ବାଛନ୍ତୁ ଫେସିଆଲ ଅଏଲ୍

ଅଏଲି ସ୍କିନ୍

ଅରଗାନ୍ ଫେସିଆଲ ଅଏଲ ଅଏଲି ସ୍କିନ୍ ପାଇଁ ସବୁଠାରୁ ଭଲ ଅପସନ ଅଟେ। ଏହା ସାବଲୀ ରଙ୍ଗକୁ ସୁନ୍ଦର କରିବା ସହ ତ୍ବଚାରେ ହୋଇଥିବା ଦାଗକୁ କମ କରିଥାଏ। ଏହା ଚିପଚିପ୍ ହୋଇନଥିବା ବେଳେ ତ୍ବଚାରେ ଭଲ ଭାବେ ମିଶିଯାଇଥାଏ ଯାହା ଫଳରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ।

ଡ୍ରାଏ ସ୍କିନ୍

କେଲେଣ୍ଡୁଆଲ ଅଏଲ ଶୁଷ୍କ ତ୍ବଚାକୁ ବହୁତ ଭଲ ରଖିଥାଏ। ଏହା ଡ଼୍ରାଏ ସ୍କିନକୁ ଠିକ୍ କରିବା ସହ ଏଥି ସମ୍ବନ୍ଧୀୟ ସମସ୍ତ ସମସ୍ଯାକୁ ଦୂର କରିଥାଏ। ଏହାକୁ ବ୍ଯବହାର କରିବା ଦ୍ବାରା ଏଥିରେ ରହିଥିବା ଏଣ୍ଟି- ଇଫ୍ଲୋମେଟେରୀ ଗୁଣ ତ୍ବଚାର ଫୁଲିବା ଏବଂ କୁଣ୍ଡିଆ ଆଦିକୁ କମ କରିଥାଏ।

beauty secrets

ସେନ୍ସିଟିଭ ସ୍କିନ୍

ଫେସିଆଲ ଅଏଲ ବ୍ଯବହାର କରିବା ପାଇଁ ସବୁଠାରୁ ଅଧିକ ଅସୁବିଧାର ସାମ୍ନା ସେନ୍ସିଟିଭ୍ ସ୍କିନ୍ ଥିବା ଲୋକଙ୍କୁ ହୋଇଥାଏ। ଏହିପରି ତ୍ବଚା ଥିବା ବ୍ଯକ୍ତିଙ୍କୁ ବହୁତ ଭାବି ଚିନ୍ତି ସମସ୍ତ ପ୍ରଡକ୍ଟ ବ୍ଯବହାର କରିବା ଦରକାର। ଏଣୁ ଏହି ପ୍ରକାରର ସ୍କିନ ଥିବା ବ୍ଯକ୍ତି ଟି, ଜୋଜୋବା ଏବଂ ଅରଗାନ ଅଏଲକୁ ବ୍ଯବହାର କରନ୍ତୁ ଯେଉଁଥିରେ ଅତ୍ଯଧିକ ଅଣ୍ଟିବ୍ଯାକ୍ଟରେଆଲ ଗୁଣ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button