ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ କେସର ଖାଇବାର ଲାଭ ଓ କ୍ଷତି ବିଷୟରେ ଜାଣନ୍ତୁ

ଯଦି ଆପଣ ପ୍ରେଗନାଣ୍ଟ ଅଛନ୍ତି, ତା’ହେଲେ ଅନେକ ଲୋକଙ୍କଠାରୁ ଅନେକ ପରାମର୍ଶ ମିଳିସାରିଥିବ। ଗର୍ଭାବସ୍ଥାରେ କେସର ପକା କ୍ଷୀର ପିଇବା, କୌଣସି ଅନ୍ୟ ଉପାୟରେ କେସର ଖାଇବା, କେସର ଖାଇଲେ ପିଲାର ରଙ୍ଗ ଗୋରା ହେବ, ଏମିତି କେତେ କ’ଣ ପରାମର୍ଶ ଆପଣଙ୍କ ସାଙ୍ଗସାଥୀମାନେ ଦେଇସାରିଥିବେ। ତେବେ ଆଜି ଆମେ ଆପଣଙ୍କୁ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ କେସର ଖାଇବାର ଲାଭ ଓ କ୍ଷତି ବିଷୟରେ କହିବୁ। ଆସନ୍ତୁ ଜାଣିବା।

s3

ପ୍ରଥମ କଥା, ପ୍ରେଗନାନ୍ସି ସମୟରେ କେସର ଖାଇବା ଉଚିତ। କାରଣ, ଏଥିରେ ଅନେକ ଔଷଧୀୟ ଗୁଣ ରହିଥାଏ। କେସର ଷ୍ଟ୍ରେସ୍‌ କମ୍‌ କରିବା ସହ ମୁଡ୍‌ ସ୍ୱିଙ୍ଗ୍‌ସ ସମସ୍ୟାକୁ ବି ଦୂର କରିଥାଏ। କେବଳ ଏହାକୁ ବ୍ୟବହାର କରିବା ସମୟରେ ଆପଣଙ୍କୁ ସାମାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ବଜାରରେ ଶୁଦ୍ଧ କେସର ଚିହ୍ନି ଏହାକୁ ବ୍ୟବହାର କରନ୍ତୁ। ଏହାର ସେବନ ପ୍ରେଗନାନ୍ସିର ୩ ମାସ ପରେ ହିଁ କରନ୍ତୁ। କଦାପି ଗର୍ଭଧାରଣର ୩ ମାସରେ କେସର ଖାଆନ୍ତୁ ନାହିଁ।

ke2

ଗର୍ଭାବସ୍ଥାରେ କେସର ଖାଇବାର ଫାଇଦା

୧. କେସରରେ ପୋଟାସିୟମ୍‌ ଓ କ୍ରୋସେଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହାକି ବ୍ଲଡପ୍ରେସର(ବିପି)କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୨. କେସର ଆଣ୍ଟି-ଡିପ୍ରେସେଣ୍ଟର କାମ କରିଥାଏ, ଯାହାକି ବ୍ରେନରେ ବ୍ଲଡ୍‌ ଫ୍ଲୋକୁ ଠିକ୍‌ ରଖିଥାଏ। କେସର ସେବନ କରିବା ଦ୍ୱାରା ସେରୋଟନିନ୍‌ ନାମକ ହର୍ମୋନ୍‌ର କ୍ଷରଣ ବଢ଼ିଯାଇଥାଏ, ଯାହାକି ଷ୍ଟ୍ରେସ୍‌କୁ କମ୍‌ କରି ମୁଡ୍‌କୁ ବଢ଼ିଆ ରଖିବାରେ ସାହାଯ୍ୟ କରଥାଏ।

୩. ଗର୍ଭାବସ୍ଥାରେ ମର୍ଣ୍ଣିଂ ସିକ୍‌ନେସ ସମସ୍ୟା ଦେଖାଦେଇଥାଏ। ବାନ୍ତି ଆସିବା, ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧିବା ଆଦିକୁ ମର୍ଣ୍ଣିଂ ସିକ୍‌ନେସ କୁହାଯାଇଥାଏ। ଏହି ସମୟରେ ଆପଣ ଦୁର୍ବଳ ଅନୁଭବ କରିଥାଆନ୍ତି। ତେଣୁ କେସର ପକା ଚା’ ପିଅନ୍ତୁ।

h2

୪. ଏହି ସମୟରେ ପାଚନ କ୍ରିୟା ଧିମା ହୋଇଯାଇଥାଏ। ତେଣୁ କେସର ଆପଣଙ୍କ ପାଇଁ ଲାଭଦାୟକ ହେବ। କାରଣ, ଏହା ପାଚନ ତନ୍ତ୍ର ପଯ୍ୟର୍ନ୍ତ ବ୍ଲଡ୍‌ ଫ୍ଲୋକୁ ଠିକ୍‌ ରଖିଥାଏ, ଯଦ୍ଦ୍ଵାରା ମେଟାବଲିଜମ୍‌ ମଜଭୁତ ହୋଇଥାଏ। ଏପରି କି, ଏସିଡିଟି ଏବଂ ପେଟ ଫୁଲିବା ସମସ୍ୟା ମଧ୍ୟ ଦେଖାଦେଇ ନ ଥାଏ।

୫. କେସର ପ୍ରାକୃତିକ ପେନ୍‌କିଲରର କାମ କରିଥାଏ। ଏହା ମାଂସପେଶୀକୁ ରିଲାକ୍ସ କରି ପେଟ ଯନ୍ତ୍ରଣା ଏବଂ କ୍ରେମ୍ପସ୍‌ ସମସ୍ୟାକୁ ଦୂର କରିଥାଏ।

s2

କ’ଣ ରହିଥାଏ ହାନିକାରକ ପ୍ରଭାବ

୧. ଅଧିକ ମାତ୍ରାରେ କେସର ଖାଇବା ଦ୍ୱାରା ମିସ୍‌କ୍ୟାରେଜ ସମସ୍ୟା ଦେଖାଦେଇଥାଏ।

୨. ଅନେକ ଗର୍ଭବତୀ ମହିଳାଙ୍କୁ କେସର ସେବନ କରିବା ପରେ ବାନ୍ତି ଲାଗିଥାଏ। ଯଦି ଏଭଳି ସମସ୍ୟା ଦେଖାଦିଏ, ତା’ହେଲେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ।

୩. ଯଦି କେସର ଖାଇଲେ, ଆପଣଙ୍କ ମୁଣ୍ଡ ବିନ୍ଧେ କି ମୁହଁ ଶୁଖିଲା ଦିଶେ ତା’ହେଲେ ଏହାକୁ ଆଉ ସେବନ କରନ୍ତୁ ନାହିଁ। ଏପରି କି, କେତେକ ଗର୍ଭବତୀ ମହିଳାଙ୍କଠାରେ ଆଲର୍ଜି ସମସ୍ୟା ମଧ୍ୟ ଦେଖାଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button