ସ୍ତ୍ରୀଙ୍କ ଶରୀରର ଗଢ଼ଣୀ ଖୋଲିବ ତାଙ୍କର ଅନେକ ରାଜ୍

ସ୍ତ୍ରୀଙ୍କର ଚେହେରାର ଗଢ଼ଣୀ ତାଙ୍କ ବିଷୟରେ ସବୁ କହିଦେଇଥାଏ। ଚେହେରାରେ ହୋଇଥିବା ଚିହ୍ନ ଏବଂ କଳାଜାଇ କେବେ କେବେ ବହୁତ ଶୁଭ ହୋଇଥାଏ କିନ୍ତୁ ବେଳେବେବଳେ ଏହା ଅଶୁଭ ମଧ୍ୟ ହୋଇଥାଏ। ଆମ ଶରୀରରେ ଥିବା ଏମିତି କିଛି ଚିହ୍ନ ଯାହାକୁ ଆମକୁ ଭାଗ୍ୟଶାଳୀ କରିଦେଇଥାଏ। ଶାସ୍ତ୍ରରେ ଶୌଭାଗ୍ୟଶାଳୀ ମହିଳା ମାନଙ୍କ କିଛି ବିଶେଷତା ବିଷୟରେ ଅଧିକ କିଛି କୁହାଯାଇଛି।।
ସ୍ବାମୀଙ୍କ ହୋଇଥାନ୍ତି ଶୌଭାଗ୍ୟଶାଳୀ
ପାଦର ଆଙ୍ଗୁଠି : ଯେଉଁ ମହିଳାଙ୍କର ପାଦର ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ, ତାଙ୍କୁ ତାଙ୍କ ଜୀବନରେ ଅନେକ କଠିନ ସମସ୍ୟାର ସାମନା କରିବାକୁ ପଡିଥାଏ। ସେହିଭଳି ଯେଉଁ ମହିଳାଙ୍କର ଆଙ୍ଗୁଠି ଚଉଡା, ଗୋଲ ହୋଇଥାଏ ସେହି ସ୍ତ୍ରୀ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାଏ।

ଆଖି : ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ହରିଣ ଭଳି ଆଖି ହୋଇଥିବା ସ୍ତ୍ରୀ ମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି। ହରିଣ ଭଳି ଆଖି ଥିବା ସ୍ତ୍ରୀଙ୍କ ଜୀବନରେ ପ୍ରେମ ,ସୁଖ ଏବଂ ଖୁସିର ଅଭାବ କେବେ ହୋଇ ନଥାଏ।
ତିଳ : ଶାସ୍ତ୍ରରେ ଲେଖା ହୋଇଛି ଯେ ଯେଉଁ ସ୍ତ୍ରୀଙ୍କ ଶରୀରରେ ବାମ ପଟରେ ଅଧିକ ତିଳ ଏବଂ ଚିହ୍ନ ରହିଥାଏ, ସେହି ସ୍ତ୍ରୀମାନେ ବହୁତ ଶୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କୁ ସବୁ ସ୍ଥାନରେ ସୁଖ,ଖୁସି ମିଳିଥାଏ।

ନାଭି ପାଖରେ ଥିବା ତିଳ : ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କ ନାଭି ମଣ୍ଡଳ ପାଖରେ ତିଳ ଏବଂ ଚିହ୍ନ ଶୁଭ ହୋଇଥାଏ ଏବଂ ଏମିତି ସ୍ତ୍ରୀମାନେ ନିଜର ପ୍ରେମୀ, ସ୍ବାମୀ ଏବଂ ପରିବାର ପାଇଁ ବହୁତ ଶୌଭାଗ୍ୟଶାଳୀ ହୋଇଥାଏ। ଏହା ସହିତ ସେ ନିଜର ସ୍ବାମୀଙ୍କୁ ମଧ୍ୟ ବହୁତ ସମ୍ମାନ କରିଥାନ୍ତି।।




