ମନୋରଞ୍ଜନ

ଆପଣ ଜାଣିଛନ୍ତି କି ଫଟୋ ଉଠାଇବାର ଫାଇଦା, ଦୈନିକ ଫଟୋ ଉଠାଉଥିବା ବ୍ୟକ୍ତି ଅଧିକ ସୁସ୍ଥ

ବର୍ତ୍ତମାନ ସମସ୍ତଙ୍କୁ ପ୍ରାୟତଃ ଫଟୋ ଉଠାଇ ଆନନ୍ଦ ନେବାର ଦେଖାଯାଉଛି । ସେ ଖୁସିର ହେଉ ବା ଦୁଃଖର ମୁହୂର୍ତ୍ତ, ଏହାର ଫଟୋ ଉଠାଇ ସେହି ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ ଚାହିଁଥାନ୍ତି ସମସ୍ତେ। ଏକାକୀ ଥାଆନ୍ତୁ କିମ୍ବା କାହା ସହିତ, ଫଟୋ ଉଠାଇ ସେହି ମୁହୂର୍ତ୍ତକୁ ଜୀବନ ସାରା ନିଜ ସହ ରଖିବାକୁ ଅନେକ ପସନ୍ଦ କରନ୍ତି । ବର୍ତ୍ତମାନ ସ୍ମାର୍ଟଫୋନ ଦ୍ୱାରା ଫଟୋ ଉଠାଇବା ଆହୁରି ମଧ୍ୟ ସହଜ ହୋଇ ଯାଇଛି। ତେବେ ଆପଣ ଜାଣିଛନ୍ତି କି ଫଟୋ ଉଠାଇବା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ରୋଗରୁ ରକ୍ଷା ମିଳିଥାଏ ।

photo 2

ସିଫିଲ୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଡ଼ା. ଆଣ୍ଡ୍ର୍ୟୁ କକ୍ସ ଏବଂ ଲ୍ୟାନ୍ସକାଷ୍ଟର ବିଶ୍ୱବିଦ୍ୟାଳୟର ଗବେଷକ ଡ଼ା.ଲିଜ୍‌ ବ୍ରିଷ୍ଟରଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ଦୈନିକ ଗୋଟିଏ ଫଟୋ ଉଠାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏଥିପାଇଁ କିଛି ବ୍ୟକ୍ତିଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇ ଗବେଷଣା କରାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଦୈନିକ ଏବଂ କିଛିଙ୍କୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫଟୋ ଉଠାଇବା ପାଇଁ କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ ଉଭୟ ଶ୍ରେଣୀର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୈନିକ ଫଟୋ ଉଠାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ଥିବା ପ୍ରମାଣିତ ହୋଇଥିଲା । ଏହା ଛଡ଼ା ଦୈନିକ ଫଟୋ ଉଠାଇବା ଦ୍ୱାରା ବ୍ୟକ୍ତିଙ୍କର ନିଜ ପ୍ରତି ଆଦର ବୃଦ୍ଧି ପାଇଥାଏ । ଯାହା ଫଳରେ ସେମାନେ ନିଜର ଅଧିକ ଧ୍ୟାନ ରଖିବା ସହ ଖୁସି ରହିଥାନ୍ତି। ଜୀବନର ପ୍ରତିଟି ମୁହୂର୍ତ୍ତ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି ।

photo

ଅଧିକ ଫଟୋ ଉଠାଇଥିବା ବ୍ୟକ୍ତି ଚିନ୍ତାମୁକ୍ତ ରହିବା ସହ ସକାରାତ୍ମକ ଭାବନା ବିଶିଷ୍ଟ ହୋଇଥାନ୍ତି । ଏଣୁ ଏହି ବର୍ଗର ବ୍ୟକ୍ତିଙ୍କ ପାଖରେ କମ ମାତ୍ରାରେ ରକ୍ତଚାପ ରୋଗ ଦେଖାଯାଇଥାଏ । ଅଧିକ ଖୁସି ରହୁଥିବାର ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ହୃଦରୋଗର ସମସ୍ୟା ବି କମ୍‌ ଦେଖାଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button