ରାଜ୍ୟ

ବାତ୍ୟା ‘ଦାନା’ ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୩ ଓ ୨୪ତାରିଖରେ ସ୍ଥଳଭାଗ ଛୁଇଁପାରେ। ତେବେ ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୁରା ପ୍ରସ୍ତୁତ ରହିଛି।

ବାତ୍ୟା ସମୟରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଭାବିତ ସମ୍ଭାବନା ରହିଛି। ବିଦ୍ୟୁତ ସଂଯୋଗ ପ୍ରଭାବିତ ହେଲେ ତୁରନ୍ତ ଯେପରି ସ୍ଥିତି ସୁଧାରି ଦିଆଯିବ ସେଥିପ୍ରତି ବିଭାଗ ସମସ୍ତ ପ୍ରସ୍ତୁତି କରିଛି। ରାସ୍ତାରେ ଗଛ ଉପୁଡି ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଲେ ତୁରନ୍ତ ଅବରୋଧ ହଟାଇ ପୁଣି ବିଜୁଳି ଯୋଗାଣ ପାଇଁ ପୁରା ପ୍ରସ୍ତୁତି କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button