ଜ୍ୟୋତିଷ

ବାଛନ୍ତୁ ନିଜ ରାଶି ଅନୁସାରେ ଜାଣନ୍ତୁ ଏମିତି ଏକ କଥା ଯାହା ଆପଣଙ୍କୁ ବିପଦରେ ପକାଇ ପାରେ – Astrology

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କ ମଧ୍ୟରେ ଥିବା ସ୍ୱଭାବ ର ଅନ୍ୟ ପାର୍ଶ୍ଵ ସମ୍ବନ୍ଧରେ ଜଣାଇବୁ ଯାହାଦ୍ୱାରା ଆପଣ ଭବିଷ୍ୟତ ରେ ବିପଦ ର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ରାଶିର ଭିନ୍ନ ସ୍ଵଭାଵ ରହିଥାଏ। ଆଚାର, ବିଚାର ,ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ରାଶି ଅନୁସାରେ ଭିନ୍ନ ହୋଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବ ତାଙ୍କ ରାଶି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଏବଂ ବ୍ୟକ୍ତି ର ରାଶି ମାଧ୍ୟମରେ ହିଁ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣା ପଡ଼ିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଥିବା ବ୍ୟକ୍ତି ଙ୍କ ସ୍ୱଭାବ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. କର୍କଟ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଜଣେ ବ୍ୟବହାରିକ ଏବଂ ସିଦ୍ଧନ୍ତବାଦୀ ସ୍ୱଭାବ ର ହୋଇଥାନ୍ତି। ଏମାନେ ସମସ୍ତ କଥା ରେ ଭାବୁକ ହୋଇଯାନ୍ତି ଏବଂ କୌଣସି କଥାକୁ ସହଜରେ ଭୁଲନ୍ତି ନାହିଁ। ଏହି ସ୍ୱଭାବ ପାଇଁ ଆପଣ ବିପଦ ର ସମ୍ମୁଖୀନ ହୋଇଥାନ୍ତି।

୨. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ସନ୍ତୁଳିତ, ନ୍ୟାୟ ପ୍ରିୟ ଏବଂ ସମାନତା ଦେଉଥିବା ବ୍ୟକ୍ତି ବିଶେଷ ରୂପରେ ବିବେଚନା କରା ଯାଇଥାଏ। ଏମାନେ ଭାବିଥାନ୍ତି ଯେ, ଏମାନଙ୍କ ଦ୍ୱାରା କୌଣସି କାର୍ଯ୍ୟ କରିବାର କ୍ଷମତା ରହିନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ସାବ୍ୟସ୍ତ ହୋଇଥାଏ। ଏମାନେ ସର୍ବଦା ସ୍ଥିର ରହିବାକୁ ପସନ୍ଦ କରିଥାନ୍ତି।

୩. ଧନୁ ରାଶି- ଏହି ରାଶିର ବ୍ୟକ୍ତି କେନ୍ଦ୍ରୀତ, ଭାବୁକ ଏବଂ ଅଧିର ସ୍ୱଭାବ ର ହୋଇଥାନ୍ତି। ଏମାନେ ସର୍ବଦା ଭାବିଥାନ୍ତି ଯେ ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଉଚିତ ଅଟେ। ଏମାନେ ଅନ୍ୟ ର ପରାମର୍ଶ ଆଦୋୖ ଗ୍ରହଣ କରନ୍ତି ନାହିଁ। ଏହି କାରଣରୁ ଏମାନେ ଅସୁବିଧା ରେ ପଡ଼ନ୍ତି।

୪. ମୀନ ରାଶି- ଏହି ରାଶିର ବ୍ୟକ୍ତି ବହୁତ ଇମାନ୍ଦାର ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନେ ସମସ୍ତ କାର୍ଯ୍ୟ କୁ ଇମାନ୍ଦାରୀ ସହିତ ପୂର୍ଣ କରନ୍ତି। ଏମାନେ ଅନ୍ୟ କୁ ସାହାଯ୍ୟ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତି କିନ୍ତୁ ନିଜେ ସବୁବେଳେ ନିରାଶ ରୁହନ୍ତି।

୫. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ନିଡର ସ୍ୱଭାବ ର ଅଟନ୍ତି। ଏମାନେ ଅନ୍ୟ କୌଣସି ବ୍ୟକ୍ତି କୁ ଡରନ୍ତି ନାହିଁ ଏବଂ ନିଜ ଅନୁସାରେ କାର୍ଯ୍ୟ କରନ୍ତି।

୬. ବୃଷ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଅତ୍ୟନ୍ତ ମଜବୁତ ଏବଂ ସାହାସୀ ସ୍ୱଭାବ ର ହୋଇଥାନ୍ତି। ଏହା ସହିତ ଏମାନେ ବହୁତ ଦୟାଳୁ ମଧ୍ୟ ଅଟନ୍ତି। ଏମାନେ ସର୍ବଦା ଅନ୍ୟ ର ଅସୁବିଧା କୁ ଦୁର କରନ୍ତି କିନ୍ତୁ ନିଜେ ଅସୁବିଧା ର ସମ୍ମୁଖୀନ ହୁଅନ୍ତି।

୭. ସିଂହ ରାଶି- ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ଶକ୍ତିଶାଳୀ ଓ ସ୍ୱଚ୍ଛନ୍ଦ ସ୍ୱଭାବ ର ଅଟନ୍ତି। ଏମାନେ ସର୍ବଦା ନିଜକୁ ହିଁ ଅଧିକ ମହତ୍ତ୍ୱପୂର୍ଣ୍ଣ ଭାବିଥାନ୍ତି। ଯେପରି ଜଙ୍ଗଲ ର ରାଜା ସିଂହ ହୋଇଥାଏ। କିନ୍ତୁ ଏହି ସ୍ୱଭାବ ଏମାନଙ୍କୁ ଅସୁବିଧା ରେ ପକାଇଥାଏ।

୮. ମେଷ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ କଳାତ୍ମକ ଏବଂ ସହନଶୀଳ ସ୍ୱଭାବ ର ଅଟନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଏମାନଙ୍କ ଭଲ ପାଇଁ ଏମାନଙ୍କୁ କିଛି ପରାମର୍ଶ ଦେଇଥାଏ ସେମାନେ ତା’ର ହିଁ ବିରୋଧ କରିଥାନ୍ତି ଏବଂ ଏହି ଗୁଣ ଯୋଗୁଁ ବିପଦ ର ସାମ୍ନା କରନ୍ତି।

୯. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ବିଶ୍ୱାସନୀୟ ଏବଂ ଜିଜ୍ଞାସୁ ଅଟନ୍ତି। ଏମାନେ ନିଜକୁ ବହୁତ ଚାଲାକ ଭାବିଥାନ୍ତି କିନ୍ତୁ ଯଦି କୌଣସି କାମ ଏମାନଙ୍କ ଅନୁସାରେ ହୋଇନଥାଏ ତେବେ ଏମାନେ ନିଜର ଅସଲି ରୂପ ଦେଖାଇଥାନ୍ତି।

୧୦.ମକର ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ବହୁତ ବୁଦ୍ଧିମାନ ଏବଂ ସ୍ଥାୟୀ ସ୍ୱଭାବ ର ଅଟନ୍ତି। ଏମାନେ ନିଜ ବୁଦ୍ଧିବଳ ରେ ସମସ୍ତ ଅସୁବିଧା ର ସାମ୍ନା କରନ୍ତି କିନ୍ତୁ ବେଳେବେଳେ ଅସୁବିଧା ରେ ପଡିଯାଆନ୍ତି।

୧୧. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଜୀବନ କୁ ବଲାନ୍ସ କରିବା ବହୁତ ଭଲ ଭାବରେ ଜାଣିଥାନ୍ତି।କିନ୍ତୁ ଏମାନେ ବାସ୍ତବିକ ଦୁନିଆ ଅପେକ୍ଷା ସ୍ବପ୍ନ ର ଦୁନିଆ ରେ ରହିବାକୁ ପସନ୍ଦ କରନ୍ତି। ଯାହା ଏମାନଙ୍କୁ ଭବିଷ୍ୟତରେ ହଇରାଣ କରିଥାଏ।

୧୨. କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଏମାନେ ଅତ୍ୟନ୍ତ ରୁଢ଼ିବାଦୀ ସ୍ୱଭାବ ର ଅଟନ୍ତି ଏବଂ ଅନ୍ୟ ମାନଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଏହି କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷ ଭବିଷ୍ୟତ ରେ ଅସୁବିଧା ର ସମ୍ମୁଖୀନ ହୁଅନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button