ଜ୍ୟୋତିଷ

ହନୁମାନଜିଙ୍କ ପ୍ରସିଦ୍ଧ ମନ୍ଦିର, ଯେଉଁଠି ଆଜି ବି ରହିଅଛି ତାଙ୍କର ପାଦ ଚିହ୍ନ ! କେହି ବି ଭକ୍ତ ଫେରନ୍ତି ନାହିଁ ଖାଲି ହାତରେ

ଭଗବାନ ହନୁମାନଙ୍କ ବିଷୟରେ ଏମିତି କୁହା ଯାଇଥାଏ କି ଏହି କଳିଯୁଗରେ ଏକମାତ୍ର ଏମିତି ଦେବତା ଅଛନ୍ତି ଯିଏକି ନିଜର ଭକ୍ତମାନଙ୍କର ସବୁ ମନୋ କାମନାକୁ ପୂରଣ କରି ଥାନ୍ତି । ଆମ ଦେଶରେ ହନୁମାନଙ୍କର ବହୁତ ଏମିତି ମନ୍ଦିର ଅଛି ଯାହାକି ନିଜ ନିଜର ଚମତ୍କାର ପାଇଁ ଦୁନିଆ ସାରା ପ୍ରସିଦ୍ଧ ଅଟନ୍ତି । ଏହି ମନ୍ଦିରମାନଙ୍କ ମଧ୍ୟରୁ ଆଜି ଆମେ ହନୁମାନଙ୍କର ଏମିତି ଏକ ମନ୍ଦିର ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ଯାହା ଆଜି ବି ଭକ୍ତଙ୍କର ଆସ୍ଥାର କେନ୍ଦ୍ର ଅଟେ ।

ଆମେ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ତାହା ସମୁଦ୍ର ତଳରୁ ୮୦୪୮ ଫୁଟ ଉଚତ୍ତାରେ ଅବସ୍ଥିତ । ଶିମଲାର ଜାଖୁ ପାହାଡର ଶିଖରରେ ଭଗବାନ ହନୁମାନଙ୍କର ମନ୍ଦିର ଅଛି । ଏହି ମନ୍ଦିରର ଦର୍ଶନ ପାଇଁ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ବିପୁଳ ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । ଏମିତି କୁହାଯାଏ କି ଏହି ମନ୍ଦିର ରାମାୟଣ ସମୟ ସହିତ ଜଡିତ ଅଛି । ଏଠି ବହୁତ ସଂଖ୍ୟାରେ ମାଙ୍କଡ ରୁହନ୍ତି ।

ଏମିତି କୁହାଯାଏ କି ଏହି ମାଙ୍କଡମାନେ ରାମାୟଣ କାଳରୁ ହିଁ ହନୁମାନଙ୍କର ଅପେକ୍ଷା କରିଛନ୍ତି । ଏଠି ହନୁମାନଙ୍କର ୧୦୮ ଫୁଟ ଉଚତ୍ତା ବିଶିଷ୍ଠ ପ୍ରତିମା ଅଛି ଯାହାକୁ ଶିମଲାର ଯେ କୌଣସି ସ୍ଥାନରେ ଛିଡା ହୋଇ ଦେଖାଯାଇପାରିବ ଏବଂ ଏଠି ଯେଉଁ ଭକ୍ତ ନିଜ ମନୋକାମନା ନେଇ ଆସିଥାଏ ସେ କେବେବି ଖାଲି ହାତରେ ଫେରେ ନାହିଁ । ତାହାର ସବୁ ଇଚ୍ଛା ହନୁମାନ ପୂରଣ କରନ୍ତି ।

ପୌରାଣିକ ମାନ୍ୟତା ଅନୁସାର ଏମିତି କୁହାଯାଏ କି ଭଗବାନ ଶ୍ରୀରାମ ଏବଂ ରାବଣଙ୍କ ମଧ୍ୟରେ ଯୁଧ୍ୟ ସମୟରେ ଯେତେବେଳ ଲକ୍ଷ୍ମଣ ମୁର୍ଚ୍ଛିତ ହୋଇଯାଇଥିଲେ ସେତେବେଳ ଲକ୍ଷ୍ମଣଙ୍କର ଜୀବନ ବଞ୍ଚାଇବା ପାଇଁ ମହାବଳୀ ହନୁମାନ ସଞ୍ଜିବନୀ ବୁଟୀ ନେବା ପାଇଁ ହିମାଳୟ ପର୍ବତ ଆଡକୁ ଆକାଶ ମାର୍ଗରେ ଯାଉଥିଲେ, ଠିକ ସେହି ସମୟରେ ହନୁମାନଙ୍କ ନଜର ପଡିଲା ଯକ୍ଷ ଋଷିଙ୍କ ଉପରେ ଯାହା ପରେ ଯକ୍ଷ ଋଷିଙ୍କ ନାମ ଅନୁସାରେ ସେହି ଜାଗାର ନାମ ଯକ୍ଷ ରୁ ୟାକ ଏବଂ ଶେଷରେ ଜାଖୁ ନାମରେ ବଦଳି ଯାଇଥିଲା ।

ହନୁମାନ ବିଶ୍ରାମ କରିବା ପାଇଁ ଏବଂ ସଞ୍ଜିବୁନୀ ବୁଟୀ ବିଷୟରେ ପଚାରିବା ପାଇଁ ଜାଖୁ ପର୍ବତର ଯେଉଁ ସ୍ଥାନରେ ଓହ୍ଲାଇ ଥିଲେ ସେହି ଜାଗାରେ ଆଜି ପର୍ଯ୍ୟନ୍ତ ହନୁମାନଙ୍କର ପାଦ ଚିହ୍ନ ଅଛି ।

ହନୁମାନ ଯକ୍ଷ ଋଷିଙ୍କ ଠାରୁ ସଞ୍ଜିବୁନୀ ବୁଟିର ପରିଚୟ ନେବା ପରେ ଫେରିବା ସମୟରେ ତାଙ୍କ ସହିତ ଦେଖା କରି ଯିବେ ବୋଲି ପ୍ରତିଜ୍ଞା କଲେ, ଏହା ପରେ ସେ ଦ୍ରୋଣ ପର୍ବତ ଆଡକୁ ଅଗ୍ରଗତି କଲେ । ରାସ୍ତାରେ କଲାନେମି ନାମକ ରାକ୍ଷସର କୁଚକ୍ରରେ ଫସିବା କାରଣରୁ ତାଙ୍କ ପାଖରେ ସମୟ ରହିଲା ନାହିଁ ଯାହା ଦ୍ଵାରା ସେ ଅନ୍ୟ ମାର୍ଗ ଦେଇ ଅଯୋଧ୍ୟାକୁ ଫେରି ଯାଇଥିଲେ ।

ଭଗବାନ ହନୁମାନ ଙ୍କର ନ ଫେରିବାରୁ ଯକ୍ଷ ଋଷି ବ୍ୟାକୁଳ ହୋଇଗଲେ ଏବଂ ସେହି ସମୟରେ ହନୁମାନ ତାଙ୍କୁ ଦର୍ଶନ ଦେଲେ ଏବଂ ଏହା ପରେ ସେହି ସ୍ଥାନରେ ଭୂମିରୁ ଏକ ମୂର୍ତି ପ୍ରକଟ ହୋଇଥିଲା ଏହା ପରେ ସେହି ସ୍ଥାନରେ ଯକ୍ଷ ଋଷୀ ଏକ ହନୁମାନଙ୍କର ମନ୍ଦିର ପ୍ରତିଷ୍ଠା କରିଥିଲେ ଏବଂ ଏହି ମୂର୍ତି ଆଜି ବି ସେହି ମନ୍ଦିରରେ ସ୍ଥାପିତ ଅଛି ।

ହନୁମାନ ଙ୍କର ଏହି ତୀର୍ଥସ୍ଥାନର କଥାଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ବକ୍ସ ରେ ଜଣାନ୍ତୁ । ଶେୟାର କରି ହନୁମାନଙ୍କ ମହିମା ବିଷୟରେ ସମସ୍ତଙ୍କୁ ଜଣାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button