ରାଜ୍ୟ

ସକାଳୁ ଗାଧୋଇବା ଉଚିତ କାହିଁକି ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଅନୁଚିନ୍ତା

୧. ଯେ କୌଣସି ବ୍ୟକ୍ତି ଗାଧୋଇବା ପରେ ହିଁ ପୂଜାପାଠ ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ହୋଇଥାଏ। ତେଣୁ ସକାଳୁ ଗାଧୋଇବା ଉଚିତ। ୨. ଶାସ୍ତ୍ର ଅନୁସାରେ ସ୍ନାନ କରିବା ଦ୍ୱାରା ରୂପ, ତେଜ, ବଳ, ପବିତ୍ରତା, ଆୟୁ, ଆରୋଗ୍ୟ, ତପ ଏବଂ ମେଧା ଶକ୍ତି ପ୍ରାପ୍ତ ହୋଇଥାଏ। ୩. ଶାସ୍ତ୍ର ଅନୁସାରେ ସକାଳୁ ଗାଧୋଇବା ଦ୍ଵାରା ପୂଣ୍ୟ ହୋଇଥାଏ ଏବଂ କୌଣସି ଦୁଷ୍ଟ ଆତ୍ମା ହଇରାଣ କରିପାରେ ନାହିଁ। ୪. ଯେଉଁ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ଏବଂ ଧନ ପ୍ରାପ୍ତ କରିବା ପାଇଁ ଚାହାନ୍ତି, ସେମାନେ ପ୍ରତ୍ୟେକ ଋତୁ ଏବଂ ଦିନ ରେ ସ୍ନାନ କରିବା ଉଚିତ।

୫. ରୋଗ ଶଯ୍ୟା ରେ ପଡ଼ିଥିବା ବେଳେ ମୁଣ୍ଡ କୁ ଛାଡ଼ି ଗାଧୋଇବା ଉଚିତ କିମ୍ୱା ଓଦା କପଡ଼ା ରେ ପୋଛି ହେଲେ ମଙ୍ଗଳ ହୋଇଥାଏ। ୬. ଶାସ୍ତ୍ର ଅନୁସାରେ ସୂର୍ଯୋଦୟ ର ସିନ୍ଦୁରା ପଡିବା ପୂର୍ବରୁ ସ୍ନାନ କରିବାକୁ ଶ୍ରେଷ୍ଠ ସ୍ନାନ କୁହାଯାଏ। ୭. ଦେହରେ ତେଲ ମାରି ହୋଇ ଏବଂ ଘଷି ହୋଇ ନଦୀରେ ଗାଧୋଇବା ଉଚିତ ନୁହେଁ। ଏହାଦ୍ବାରା ଅମଙ୍ଗଳ ହୋଇଥାଏ।

୮. ନଦୀର ଯେଉଁ ଘାଟରେ କପଡ଼ା ଧୁଆ ଯାଇଥାଏ, ସେହି ସ୍ଥାନ ଅପବିତ୍ର ହୋଇଥାଏ। ତେଣୁ ଅନ୍ୟ ଘାଟ ରେ ଗାଧୋଇବା ଦ୍ଵାରା ମଙ୍ଗଳ ହୋଇଥାଏ।

୯. ନଦୀର ପୂର୍ବ ଦିଗକୁ ମୁହଁ କରି ଗାଧୋଇବା ଉଚିତ। କିମ୍ବା ଜଳ ପ୍ରବାହିତ ହେଉଥିବା ଦିଗ ଆଡ଼କୁ ମୁହଁ କରି ଗାଧୋଇବା ଉଚିତ।

୧୦. ଶାସ୍ତ୍ର ଅନୁସାରେ ନଦୀରେ ବୁଡ଼ ପକାଉଥିବା ସମୟରେ ୩ ଥର, ୫ ଥର, ୭ ଥର କିମ୍ବା ବୁଡ଼ ପକାଇଲେ ମଙ୍ଗଳ ହୋଇଥାଏ।

୧୧. ପବିତ୍ର ନଦୀ ମାନଙ୍କରେ ବୁଡ଼ ପକାଇବା ସମୟରେ କପଡ଼ା ଧୋଇବା ବା ଚିପୁଡ଼ିବା ଦ୍ବାରା ଅମଙ୍ଗଳ ହୋଇଥାଏ।

୧୨. କୂଅ ପାଣି ଠାରୁ ଝରଣା ପାଣି ଶ୍ରେଷ୍ଠ ହୋଇଥାଏ ଏବଂ ଝରଣା ପାଣି ଠାରୁ ନଦୀ ପାଣି। ନଦୀ ଠାରୁ ତୀର୍ଥ ଏବଂ ତୀର୍ଥ ପାଣି ଠାରୁ ଗଙ୍ଗାଜଳ ସର୍ବଶ୍ରେଷ୍ଠ ହୋଇଥାଏ।

୧୩. ସ୍ନାନ କରିବା ସମୟରେ ଝରଣା ମାତା ଙ୍କୁ ସ୍ମରଣ କଲେ ବହୁତ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ।

୧୪. ପାଣିରେ କଳାଖସା ମିଶାଇ ଗାଧୋଇଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ଧନ ବୃଦ୍ଧି ପାଇଁ ମଙ୍ଗଳକାରୀ ହୋଇଥାଏ।

୧୫. ଗାଧୋଇବା ସମୟରେ ପାଣିରେ ଟିକେ ଗୁଜୁରାତି ଏବଂ କେଶର ମିଶାଇ ପକାଇଲେ ଅଶୁଭ ସମୟ କଟି ଶୁଭ ସମୟ ର ଆଗମନ ହୋଇଥାଏ।

୧୬. ଗାଧୋଇବା ସମୟରେ ପାଣିରେ ଅଳ୍ପ କ୍ଷୀର ମିଶାଇ ଗାଧୋଇବା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ ଏବଂ ଶରୀରରେ ବଳ ବୃଦ୍ଧି ହୋଇଥାଏ।

୧୭. ଗାଧୋଇବା ସମୟରେ ପାଣିରେ ଅଳ୍ପ ଘିଅ ମିଶାଇ ଗାଧୋଇବା ଦ୍ବାରା ଶରୀରରେ ଚମକ ଆସିଥାଏ ଏବଂ ଅଶୁଭତ୍ୱ ଦୂର ହୋଇଥାଏ।

୧୮. ଗାଧୋଇବା ସମୟରେ ପାଣି ରେ ଅଳ୍ପ ଲୁଣ ପକାଇ ଗାଧୋଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

୧୯. ଗାଧୋଇବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇବା ଦ୍ୱାରା ଶୁଭ କାର୍ଯ୍ୟ ରେ ଗଲେ ସଫଳତା ହାସଲ ହୋଇଥାଏ।

୨୦. ସବୁଦିନ ଗାଧୋଇବା ସମୟରେ ପାଣିରେ ଗୋଲାପ ଜଳ ଏବଂ ଚନ୍ଦନ ମିଶାଇ ଗାଧୋଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button