ରାଜ୍ୟ

ଯେବେ ଏହି ବରଗଛ ଓହଳ ମାଟିରେ ଲାଗିବ ସେବେ ଶେଷ ହେବ କଳିଯୁଗ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଯେବେ ଏହି ବର ଗଛର ଓହଳ ଯେତେବେଳେ ମାଟିତଳେ ଲାଗିବ ଅନ୍ତିମ ହୋଇଯିବ କଳିଯୁଗ ହେଲେ ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ କଣ ଏହା ସତ ଏବଂ ଯଦି ଏହା ସତ ତାହାଲେ ଏପରି ଏକ ବରଗଛ କେଉଁଠି ଅଛି । ତ ଆସନ୍ତୁ ଦେଖିବା ସେହି ବର ଗଛଟି କେଉଁଠି ଅଛି ଏବଂ ସେହି ବର ଗଛର କିଛି ସତ୍ୟତା । ଏହି ବରଗଛଟି କଟକ ଜିଲ୍ଲାର ନିଶ୍ଚିନ୍ତ କୋଇଲି ବ୍ଲକର ନେମାଳ ଗାଁର ନେମାଳ ପୀଠରେ । ତ ଆସନ୍ତୁ ଜାଣିବା କଣ ରହିଛି ଏହି ନେମାଳ ପୀଠର ମାହାତ୍ମ୍ୟ । ମାଳିକାରେ ବର୍ଣ୍ଣିତ ହୋଇଛିକି ଏହି ବର ଗଛଟି ସତ୍ୟ କିମ୍ବା ଦ୍ଵାପର ଯୁଗରୁ ରହିଅଛି ଏହି ସ୍ଥାନରେ । ଏଠାରେ ମହାପୁରୁଷ ଅଚ୍ୟୁତ ଯେକି ପ୍ରଭୁ ଜଗନ୍ନାଥଙ୍କ ରୂପରେ ଅଛନ୍ତି ।

ମାଳିକାରେ ଏହା ମଧ୍ୟ ଉଲ୍ଲେଖ ରହିଛି କି ଯେଉଁ ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ମୂର୍ତ୍ତି ଭାବରେ ଅଛନ୍ତି ସେହି ପ୍ରଭୁ ଏହି ନେମାଳ ପୀଠର ବରବୃକ୍ଷରେ ଅଛନ୍ତି । ଏହି ବରଗଛର ଓହଳ ଯେବେ ଛୁଇଁବ ଧରାତଳକୁ ସେତେବେଳେ ଶେଷ ହୋଇଯିବ କଳିଯୁଗ । ଏହି ସ୍ଥାନରେ ବ୍ରହ୍ମା ତପସ୍ୟା କରିଥିଲେ । ଯେତେବେଳେ ବ୍ରହ୍ମ ପ୍ରଳୟ ହୁଏ ସେତେବେଳେ ମଧ୍ୟ ଏହି ପୀଠର ଧ୍ୱଂସ ହୁଏ ନାହିଁ ।

ଏହିଠାରେ ପ୍ରଭୁ ଜଗନ୍ନାଥ ଯୁଗ ଯୁଗରୁ ଅଛନ୍ତି ଏବଂ ଅନନ୍ତ ନାଗ ମଧ୍ୟ ଗୁପ୍ତ ଭାବରେ ରହିଛନ୍ତି । ସପ୍ତଫେଣି ସର୍ପ ଏଠି ଗୁପ୍ତ ଭାବରେ ରହିଛନ୍ତି ଏବଂ ଏହି ସପ୍ତଫେଣିଙ୍କ ସାତଟି ଫଣାରେ ୧୪ ଟି ଆଖି ଅଛି । ଏହି ୧୪ ଟି ଆଖିରେ ୧୪ ଟି ଭୁବନର ଗୁପ୍ତରାସ ଚାଲିଛି ଯାହାକୁ ଶେଷ ନାଗ ଏବଂ ଭଗବାନ ଶଙ୍କର ସବୁବେଳେ ଦର୍ଶନ କରୁଛନ୍ତି । ଏହି ବଟବୃକ୍ଷ ଅନନ୍ତକାଳରୁ ଏହି ସ୍ଥାନରେ ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଓହଳ ମାଟିରେ ଲାଗିନାହିଁ ।

ତାର ଓହଳ ମାଟି ରେ ଲାଗିବାକୁ ଏବେ ବି ଆଉ ଗୋଟେ ହାତ ବାକି ଅଛି । ଯେତେବେଳେ ଏହି ଓହଳ ଭୂମିକୁ ସ୍ପର୍ଶ କରିବ ସେତେବେଳେ କଳିଯୁଗର ଅନ୍ତ ଘଟିବ ବୋଲି ବର୍ଣ୍ଣିତ ରହିଛି । ଏହି କଥାଟି ମାଳିକାର ରାସଖଣ୍ଡରେ ବର୍ଣ୍ଣିତ ରହିଛି । ଏହି ପୀଠକୁ ମଧ୍ୟ ପଦ୍ମବନ ବୋଲି କୁହାଯାଏ କିନ୍ତୁ କାହିଁକି କୁହାଯାଏ ଆସନ୍ତୁ ଜାଣିବା ।

ପଦ୍ମ ଫୁଲଟିଏ ପଡ଼ିକି ଭୁକ୍ତ ହୋଇଥିଲା ଏବଂ ସେବେଠୁ ଏହାର ନାମ ଭୁକ୍ତପଦ୍ମ ବନ ବୋଲି ରହିଗଲା । ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେହି ସମୟରେ ଯେତେବେଳେ ମହାଲକ୍ଷ୍ମୀ ଆବିର୍ଭାବ ହେଲେ ଏକ ପଦ୍ମ ଫୁଲ ମଧ୍ୟ ବାହାରିଥିଲା ଏବଂ ସେହି ପଦ୍ମଫୁଲଟି ଏହିଠାରେ ଗୁପ୍ତ ଭାବରେ ରହିଛି ।

ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚ୍ଯାନେଲର ଏକ ଭିଡିଓ ରୁ ପ୍ରେରିତ । ଏହାର ସତ୍ୟାସତ୍ୟ ପାଇଁ ଆମେ ଦାଇ ନୁହେଁ । ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button