ରାଜ୍ୟ

ଘରୁ ( ମୂଷା )ବାହାର କରିବାର 3 ସହଜ ଓ ସରଳ ଉପାୟ

ସାଧାରଣତଃ ମୂଷା କୁ ନକରାତ୍ମକ ର ପ୍ରତୀକ କୁହାଯାଏ କାହିଁକି ନା ମୂଷା ଘରକୁ ଅପରିଷ୍କାର କରିଥାଏ । ଯେଉଁ ଘରେ ମୁଷା ଥାଏ ସେହି ଘରେ ଥିବା ଲୋକଙ୍କର ଭୌତିକ ବିକାଶ ହୋଇନଥାଏ । ଏବଂ ଏହି ମୁଷା ମାନଙ୍କ ଦ୍ୱାରା ଛୋଟ ପିଲାଙ୍କୁ ରୋଗ ହୋଇଥାଏ । ସେମାନେ ଘରର ସବୁ ଜିନିଷ କୁ ନଷ୍ଟ କରିଦିଅନ୍ତି । ସେଥିପାଇଁ ଜାଣିବା ମୂଷାକୁ ଘରୁ ଦୁର କରିବାର ଉପାୟ ।

ପ୍ରଥମଟି ହେଲା ପେପରମିନ୍ତ ତେଲର ବ୍ୟବହାର କରି ମୂଷାକୁ ଘରୁ ବାହାର କରିହେବ କାହିଁକି ନା ଏହି ତେଲ ର ଗନ୍ଧ ବହୁତ ତୀବ୍ର ହୋଇଥାଏ । ଏହାକୁ ମୁଷା ମାନେ ସହ୍ୟ କରିପାରନ୍ତି ନାହିଁ । ଆପଣ ତୁଲାର ଛୋଟ ଛୋଟ ଗୁଳା କରି ସେଥିରେ ଏହି ପେପରମିଣ୍ଟ ତେଲକୁ ମିଶାଇ ମୁଷା ଆସୁଥିବା ଜାଗାରେ ରଖିଦିଅନ୍ତୁ ।

ଦେଖିବେ ଏହି ଗନ୍ଧ ଦ୍ୱାରା ମୁଷା ଆଉ ଆସିବ ନାହିଁ । ଦ୍ଵିତୀୟ ଉପାୟ ଟି ହେଲା ଲଙ୍କା ଗୁଣ୍ଡକୁ ଅଟରେ ମିଶାଇ ମୁଷା ଆସୁଥିବା ଜାଗାରେ ରଖିଦିଅନ୍ତୁ । ମୁଷାର ନାକ ବହୁତ ସମ୍ବେଦନଶୀଳ ହୋଇଥାଏ । ଯେତେ ବେଳେ ଏହା ପାଖକୁ ଯିବେ କିମ୍ବା ଖାଇବେ ତା ଦ୍ୱାରା ତାଙ୍କୁ ଘରୁ ବିତାଡିତ କରିବେ ।

ଏହା ଦ୍ୱାରା ମୂଷାଗୁଡାକ ଘରକୁ ଆସିବେ ନାହିଁ । ତୃତୀୟ ଉପାୟ ଟି ହେଲା ତେଜ ପତ୍ର, ଚାରି ପାଞ୍ଚୋଟି ତେଜ ପତ୍ର ନିଅନ୍ତୁ । ରାତିରେ ଶୋଇବା ବେଳେ ଘରେ ଗୋଟିଏ ପାତ୍ରରେ ଜଳାଇଦିଅନ୍ତୁ । କବାଟ ଝରକା ବନ୍ଦ କରିଦିଅନ୍ତୁ । ତେଜ ପତ୍ରର ଗନ୍ଧ ରେ ଘରୁ ବାହାରି ପଳାଇବେ । ତା ସହିତ ମଶା ମାଛି ମଧ୍ୟ ଘରୁ ପଳାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button