ରାଜ୍ୟ

ପୁରୀକୁ ନେଇ ମାଳିକାର ଭବିଷ୍ୟବାଣୀ, ହେବ ଏହି ସବୁ ବଡ ପରିବର୍ତ୍ତନ

ଆଜି ଆମେ ଆପଣଙ୍କୁ ପୁଣି ଥରେ ମହାପୁରୁଷମାନଙ୍କ ଦ୍ଵାରା ରଚିତ ମାଳିକାରେ କୁହାଯାଇଥିବା କିଛି ଭବିଷ୍ୟତବାଣୀ ବିଷୟରେ କହିବାକୁ ଯାଉଛୁ । ଯାହାକି ଦିନେ ନା ଦିନେ ସତ ହେବ । କିନ୍ତୁ କେବେ ସତ ହେବ ଏହା ବିଷୟରେ ସଠିକ ସୂଚନା ନାହିଁ । ଏମିତିରେ ସତର୍କ ରୁହନ୍ତୁ ଓ ଧର୍ମ ମାର୍ଗକୁ ଅନୁସରଣ କରନ୍ତୁ । ଏହା ସହିତ ସତ ପଥର ଚାଳନ୍ତୁ ଓ ସର୍ବଦା ଭଗବାନଙ୍କର ଆରାଧନା କରନ୍ତୁ । କାରଣ କେବଳ ଭଗବାନ ହିଁ ଆପଣଙ୍କୁ ଏହି ମୋହ ମାୟା ସଂସାରରୁ ମୁକ୍ତି ଦେଇ ପାରିବେ ।

ମହାପୁରୁଷଙ୍କ ଅନୁସାରେ ଏହି କଳିଯୁଗରେ ବହୁତ ବିପଦ ଆଗକୁ ଆସିବ । ଏହି ବିପଦ ବିଷୟରେ ବର୍ଣନା କରି କହିଲେ କି ଏହି କଳିଯୁଗରେ ଆମର ପାପର ଭାର ଏତେ ବଢିଯିବ କି ଯେଉଁ ଗଛ କିମ୍ବା ବୃକ୍ଷ ଆମକୁ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରୁଥିଲା ସେହି ବୃକ୍ଷ ଆମ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଯିବ ।

ଏମିତିରେ ମହାପୁରୁଷ ଲେଖିଲେ କି

ମହାଖେଳ ହେବ ଅପାରୁ ଅପାର ଆଦିତ୍ୟ ଯେ ନ ଚଲିବ ।

ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିବ କଳ୍ପବୃକ୍ଷ ଜାଳିଦେବ ॥

ମହାପୁରୁଷ କହିଲେ କି ଏହି ସଂସାରରେ ବଡ ବଡ ଖେଳ ହେବ । ସୂର୍ଯ୍ୟଙ୍କର ଗତି ସ୍ଥିର ହୋଇଯିବ । କୁହାଯାଏ କି ସୂର୍ଯ୍ୟ ଚନ୍ଦ୍ର ତାରା ଯେତେ ସମୟ ପର୍ଯ୍ୟନ୍ତ ଚଳମାନ ଅବସ୍ଥାରେ ଅଛନ୍ତି ସେ ପର୍ଯ୍ୟନ୍ତ ଏହି ଯୁଗରେ ସତ୍ୟ ଅଛି । କିନ୍ତୁ ଏମିତି ସମୟ ଆସିବ କଳି ଏତେ ମାତ୍ରାରେ ବଢିଯିବ କି ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କ ଗତି ସ୍ଥିରର ହୋଇଯିବ । ଏହା ପରେ ଦକ୍ଷିଣ ଦିଗରେ ନିଆଁ ବର୍ଷା ହେବା ଯେଉଁଥିରେ କଳ୍ପବୃକ୍ଷ ଜଳିଯିବ ।

ଏହା ପରେ ମହାପୁରୁଷ କହିଲେ କି

ଆକାଶୁ ପଡିବ ବଜଳ ବଉଳ ଫାଟିଯିବ ଭୂ ମଣ୍ଡଲ ।

ଶ୍ରୀଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ଲାଗିଯିବ ଯେ ଅନଳ ॥

ମହାପୁରୁଷ ହାଡି ଦାସ କହିଲେ କି ଏମିତି ସମୟ ଆସିବ ଯେତେବେଳେ ଆକାଶରୁ ବଜ୍ର ପଡିବ ଓ ଭୂମଣ୍ଡଳ ଫାଟିବାକୁ ଲାଗିବ । ଏହା ସହିତ ପୁଅର ବଚନ ଏମିତି ହବ କି ବାପାର ଛାତି ଫାଟିଯିବ ଓ ସମସ୍ତେ ମନରେ କଷ୍ଟ ଅନୁଭବ କରିବେ । ଏମିତିରେ ଆମ ସମସ୍ତଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ପ୍ରାର୍ଥନା ଅଟେ କି ଏହି ବିପଦ ଆସିବା ପୂର୍ବରୁ ଏହି ସଂସାରକୁ ଉଧାର କରନ୍ତୁ ।

ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟୁବ ଚ୍ଯାନେଲରୁ ପ୍ରେରିତ । ଏହାର ସତ୍ଯାସତ୍ଯକୁ ନେଇ ଆମେ ଦାୟୀ ନୁହେଁ । ଯଦି ଏଥିରେ ଆପଣ କିଛି ଭୁଲ ଦେଖନ୍ତି ଆମକୁ ଜଣାନ୍ତୁ । ଆମେ ଏହାକୁ ଠିକ କରିଦେବୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button