ରାଜ୍ୟ

କଳ୍ପବଟ ବୃକ୍ଷକୁ ନେଇ ମାଳିକାରେ ବର୍ଣ୍ଣିତ ହେଇଛି କିଛି ଏମିତି ଘଟଣା, ଯାହା ଆଗରୁ କେବେ ଆପଣ ଜାଣିନଥିବେ

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ମହାପୁରୁଷଙ୍କ ଦ୍ଵାରା ରଚନା କରାଯାଇଥିବା ମାଲିକରେ ବର୍ଣିତ କିଛି ବିଷୟବସ୍ତୁକୁ ନେଇ ଆସୁଛି । କହିବାକୁ ଗଲେ ମାଲିକାରେ ଆଗାତ ଭବିଷ୍ୟତ ବିଷୟରେ କୁହାଯାଇଛି । ଯାହାକି ଦିନେ ନା ଦିନେ ନିଶ୍ଚିତ ରୂପରେ ସତ ବି ହେବ । ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ମାଲିକାରେ ବର୍ଣିତ ଏକ ସୁନ୍ଦର କଥା ନେଇ ଆସିଛୁ । ମହାପୁରୁଷ କହିଲେ କି

ମହାଖେଳ ହେବ ଅପାରୁ ଅପାର ଆଦିତ୍ୟ ଯେ ନ ଚଲିବ ।

ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିବ କଳ୍ପବୃକ୍ଷ ପୋଡିଯିବ ।।

ମହାଖେଳ ହେବ ଅପାରୁ ଅପାର ଅର୍ଥାତ ଏହି ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାରର ଖେଳ ହେବ । ଆଉ ଆଦିତ୍ୟ ଯେ ନ ଚାଲିବ ଅର୍ଥାତ ସୂର୍ଯ୍ୟ ନିଜର ଦିଗ ପରିବର୍ତ୍ତନ କରିବେ ଓ ଚଳନୀୟ ହେବ ନାହିଁ । ଯେମିତି କି ସମସ୍ତେ ଜାଣିଛନ୍ତି କି ସୂର୍ଯ୍ୟ ସ୍ଥିର ଓ ପୃଥିବୀ ନିଜ କକ୍ଷରେ ବୁଲୁଛନ୍ତି । କିନ୍ତୁ ଦିନେ ଏମିତି ବି ସମୟ ଆସିବ ଯେତେବେଳେ ପୃଥିବୀ ସ୍ଥିର ହୋଇଯିବ ଓ ସୂର୍ଯ୍ୟଙ୍କର ଗତି ମଧ୍ୟ ସ୍ଥିର ହୋଇଯିବ ।

ଏତିକି ନୁହେଁ ପୁଣି କହିଲେ କି  ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିବ କଳ୍ପବୃକ୍ଷ ଜାଳିଦେବ ଅର୍ଥାତ ଦକ୍ଷିଣ ଦିଗରୁ ଅଗ୍ନି ଆସିବ ଓ ଆପଣ ସମସ୍ତଙ୍କ ସାମ୍ନାରେ କଳ୍ପବୃକ୍ଷ ଜଳିଯିବ । କିନ୍ତୁ ଏହା କେଉଁ ଦିନ ହେବ ଏହା ବିଷୟରେ କାହାକୁ ବି ଜଣା ନାହିଁ । କିନ୍ତୁ ଏହା ଦିନେ ନା ଦିନେ ନିଶ୍ଚିତ ହେବ ।

ଯଦି ହାଡି ଦାସଙ୍କ ବାଣୀ ବିଷୟରେ କହିବା ତେବେ ସେ ଲେଖିଥିଲେ କି

ଆକାଶରୁ ପଡିବ ବଜ୍ରର ବଉଳ ଫାଟିଯିବ ଭୂମଣ୍ଡଳ ।

ଶ୍ରୀଜଗନ୍ନାଥଙ୍କର ରତ୍ନ ଚାନ୍ଦୁଆରେ ଲାଗିଯିବ ଯେ ଅନଳ ॥

ଆପଣ ଏହା ବିଷୟରେ ଶୁଣିଛନ୍ତି ଓ ଦେଖିଛନ୍ତି କି ଆକାଶରୁ ବଜ୍ର ପଡିଛି ଓ ଭୂମଣ୍ଡଳ ଫାଟି ଯାଇଛି । ଏହା ସହିତ ଶ୍ରୀଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ବି ନିଆଁ ଲାଗିଛି ।

ଏତିକି ନୁହେଁ ମହାପୁରୁଷ ଜଗନ୍ନାଥ ଦାସ ଓଡିଆ ଭାଗବତରେ ଲେଖିଛନ୍ତି କି

ଦେଖ ପବନ ମୋର ଡରେ ବହି ବାହ୍ୟ ଆଭ୍ୟନ୍ତରେ ।

ମୋ ଡରେ ଉଦେ ଦିବାକର ମୋତେ ଡରଇ ସୁନାସିର ॥

ଏହାର ଅର୍ଥ ପବନ ମଧ୍ୟ ଭଗବାନଙ୍କୁ ଭୟ କରି ବାହ୍ୟ ଆଭ୍ୟନ୍ତରରେ ପ୍ରବାହ କରୁଛି ଓ ଜୀବମାନେ ବି ବଞ୍ଚିଛନ୍ତି ଏହି ପବନ ଦ୍ଵାରା । ଏହା ସହିତ ଭଗବାନଙ୍କ ଇଚ୍ଛାରେ ହିଁ ସୂର୍ଯ୍ୟ ଚଳ ପ୍ରଚଳ ହେଉଛନ୍ତି ଓ ଯେଉଁ ପବନ ଆମ ଭିତରେ ବହୁଛି ତାହ ବି ପ୍ରଭୁଙ୍କ ଇଚ୍ଛାରେ ହେଉଛି । ଏମିତିର ଯେଉଁ ଦିନ ଏହି ପବନ ବନ୍ଦ ହୋଇଯିବ ତେବେ ସବୁ ସରିଯିବ ।

ପ୍ରଭୁଙ୍କ ଇଚ୍ଛାରେ ହିଁ ସୂର୍ଯ୍ୟ ଚନ୍ଦ୍ର ଚଳ ପ୍ରଚଳ କରୁଛନ୍ତି ଓ ସେହି ପ୍ରଭୁଙ୍କ ଇଚ୍ଛା ହେଲେ ସବୁ ଅସମ୍ଭବ ସମ୍ଭବ ହେବ । କହିବାକୁ ଗଲେ ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହିଁ ହୋଇଥାଏ । ସେଥିପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଏହିଭଳି କେବେ ନ ହେଉ ଓ ଆପଣ ସବୁବେଳେ ଆମର ରକ୍ଷା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button