ରାଜ୍ୟ

ବର୍ଷାରେ ବେହାଲ ସୋର ସହର: ରାତିରେ ଲୋକଙ୍କ ଘରେ ପଶିଲା ପାଣି

ସୋର: ବାଲେଶ୍ବର ଜିଲ୍ଲା ସୋରରେ ଡ୍ରେନେଜ ସମସ୍ୟା ପଛ ଛାଡ଼ୁନି। ଚଳିତ ବର୍ଷ ବନ୍ୟା ହୋଇ ନଥିଲେ ମଧ୍ୟ ସୋରବାସୀ କୃତ୍ରିମ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗତକାଲି ରାତିରେ ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ସହରର ପ୍ରମୁଖ ସ୍ଥାନ ତଥା ଅନେକ ସାହିର ରାସ୍ତା ଉପରେ ପାଣି ଆଣ୍ଠୁଏ ଉଚ୍ଚାର ଠିଆ ହୋଇଥିଲା। ସେତିକିରେ ଲୋକଙ୍କ ଦୁଃଖ କମିନି, ଘୋଡ଼ାସାହି ଗ୍ରାମର ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ରୋଷେଇ କରି ନପାରି ଭୋକରେ ରହିବା ସହିତ ଶୋଇବା ଘରେ ପାଣି ପଶିଥିବାରୁ ଶୋଇପାରି ନଥିବା କହିଛନ୍ତି।ତେବେ ଏଭଳି ସମସ୍ୟା ବାରମ୍ବାର ଉପୁଜୁଥିଲେ ମଧ୍ୟ ପୌରପାଳିକାର ଖାମଖିଆଲି ମନୋଭାବ ଓ ଦାୟିତ୍ୱହୀନତା ପାଇଁ ଲୋକେ ଏପରି ହନ୍ତସନ୍ତ ହେଉଥିବା ପ୍ରକାଶ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button