ଜ୍ୟୋତିଷ

ଗଣେଶ ପୂଜା (August 22) ରେ କରନ୍ତୁ ଏହି ଉପାୟ, ସାରା ଜୀବନ ପାଇଁ ବଦଳିଯିବ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମ ରେ କୌଣସି ଶୁଭ କାମ ବା ମାଙ୍ଗଳିକ କାମ କରିବା ପୂର୍ବରୁ ସର୍ବେ ପ୍ରଥମେ ଭଗବାନ୍ ଗଣେଶ ଙ୍କୁ ପୂଜା କରାଯାଇଥାଏ । କୁହାଯାଏ ଭଗବାନ୍ ଗଣେଶ ଙ୍କ ଆରାଧନା କରିବା ଦ୍ୱାରା ବୁଦ୍ଧି, ବିଦ୍ୟା ସହିତ ଅପାର ଧନ ମଧ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ୍ ଗଣେଶ ଙ୍କ ବାହନ ମୂଷା ମଧ୍ୟ ସବୁ ବିପଦ ର ଜାଲ କୁ କରିଥାଏ ବୋଲି କୁହାଯାଏ ।

ଯେଉଁ ବ୍ୟକ୍ତି ଙ୍କ ଉପରେ ଭଗବାନ୍ ଗଣେଶ ଙ୍କ କୃପା ରହିଥାଏ ସେହି ବ୍ୟକ୍ତି ଙ୍କ ଜୀବନରେ କେବେ ମଧ୍ୟ କୌଣସି ସମସ୍ୟା ଆସିନଥାଏ । ଭଗବାନ୍ ଗଣେଶ ସ୍ଵୟଂ ସବୁ ପରିସ୍ଥିତିରୁ ବାହାରିବା ପାଇଁ ବାଟ ଦେଖାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହା ଦ୍ଵାରା ଆପଣ ଗଣେଶ ଚତୁର୍ଥୀ ଦିନ ଏହି ଉପାୟ ସବୁ କରି ନିଜ ଭାଗ୍ୟ ବଦଳାଇ ପାରିବେ । ଭଗବାନ୍ ଗଣେଶ ଙ୍କ ଏହି ଉପାୟ ବହୁତ୍ ସଠିକ୍ ଏବଂ ସରଳ ଅଟେ ତେବେ ଚାଲନ୍ତୁ ଜାଣିବା

ଯଦି ଆପଣଙ୍କ କୌଣସି କାମ ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁ ନାହିଁ ତେବେ ଆପଣ ଗଣେଶ ଚତୁର୍ଥୀ ଦିନ ୪ ଟି ନଡ଼ିଆ ଭଗବାନ ଗଣେଶ ଙ୍କୁ ଅର୍ପଣ କରନ୍ତୁ । ଏବଂ ସଙ୍କଟ ଦୂର କରିବା ପାଇଁ ପାର୍ଥନା କରନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଦେଖୁ ଦେଖୁ ଆପଣଙ୍କ ସବୁ କାମ ପୁରଣ ହୋଇଯିବ ।

ଯଦି ଆପଣ ଇଂଟର୍ବିୟୁ ବା ପରୀକ୍ଷା ରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ସୁତା ରେ ସାତ ଗଣ୍ଠି କରି ଭଗବାନ୍ ଗଣେଶ ଙ୍କୁ ଅର୍ପଣ କରନ୍ତି ଏବଂ ପରେ ସେହି ସୁତା କୁ ନିଜ ପର୍ସ ରେ ରଖିଦିଅନ୍ତୁ । ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କୁ ଇଣ୍ଟିଭିୟୁ ବା ପରୀକ୍ଷା ରେ ସଫଲତା ନିଶ୍ଚୟ ମିଳିବ ।

ଯଦି ଆପଣ ନିଜର ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି ତେବେ ଏହା ପାଇଁ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ଦିନ ଶୁଦ୍ଧ ପାଣି ରେ ଗଣେଶ ଙ୍କ ଅଭିଷେକ କରନ୍ତୁ । ଏବଂ ଏହା ପରେ ଭଗବାନ୍ ଗଣେଶ ଙ୍କ ମନ୍ତ୍ର ପାଠ କରନ୍ତୁ । ସୁଜି ରେ ତିଆରି କରି ଲଡୁ ଭୋଗ ଅର୍ପଣ କରନ୍ତୁ । ମନରେ ଭଗବାନ୍ ଗଣେଶ ଙ୍କୁ ପାର୍ଥନା କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ତୁରନ୍ତ ଲାଭ ଦେଖିବାକୁ ମିଳିବ ।

କୁହାଯାଇଥାଏ ବ୍ୟକ୍ତି ର ମନରେ ଯଦି ଭକ୍ତି ଥାଏ ଏବଂ ସେ ଶ୍ରଦ୍ଧା ର ସହିତ କୌଣସି କାମ କରିଥାଏ ତେବେ ତାକୁ ସଫଳତା ନିଶ୍ଚିତ ଭାବରେ ମିଳିଥାଏ । ତେଣୁ ଯଦି ଆପଣମାନେ ଏହି ଉପାୟ କୁ ଶ୍ରଦ୍ଧା ର ସହିତ କରନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ଲାଭ ହେବ । ଏବଂ ଭଗବାନ୍ ଗଣେଶ ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୁର କରିଦେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button