ମନୋରଞ୍ଜନ

ପତ୍ନୀଙ୍କ ମୃତ୍ୟୁ ଯୋଗୁଁ ଅନ୍ତିମ ସତ୍କାର ରେ ସାମିଲ ହେବାକୁ ଚାହୁଁଥିଲେ ଯୁବକ, ମେସେଜର ଏମିତି ରିପ୍ଲାଇ ଦେଲେ ସୋନୁ

ବଲିଉଡ ଆକ୍ଟର ସୋନୁ ସୁଦ । ବର୍ତ୍ତମାନ ସୋନୁ ସୁଦ ଗରିବ ଙ୍କ ମସିହା ଭାବରେ ଆଲୋଚନା ରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏହା ପଛରେ ଏକ କାରଣ ଅଛି । ସେ ମୁମ୍ବାଇରେ ରହୁଥିବା ବହୁ ସଂଖ୍ୟକ ଗରିବ ଶ୍ରମିକଙ୍କୁ ନିଜ ତରଫରୁ ବସ୍, ଟ୍ରେନ୍ ଏବଂ ବିମାନ ଇତ୍ୟାଦି ଯୋଗାଇ ଦେଇଥିଲେ, ଯାହା ଫଳରେ ଏହି ଗରିବ ଲୋକମାନେ ଘରକୁ ଯାଇପାରିବେ ଏବଂ ବାସ୍ତବରେ ଏହି କାର୍ଯ୍ୟ ଅନେକ ଲୋକଙ୍କ ମନକୁ ଛୁଇଁ ଯାଇଛି । ବଲିଉଡ ଅଭିନେତା ସୋନୁ ସୁଦ ଆଜିକାଲି ଅଭାବୀ ଲୋକମାନଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ।

ସେ ବସ୍, ଟ୍ରେନ୍ ଏବଂ ବିମାନ ସେବା ମାଧ୍ୟମରେ ଲୋକଙ୍କୁ ତାଙ୍କ ଘରକୁ ପଠାଉଛନ୍ତି । ଆଜିର ସମୟରେ ସୋନୁ ସୁଦ ଗରିବଙ୍କ ପାଇଁ ଭଗବାନ ସାଜିଛନ୍ତି । ନିଜର ମହାନ କାର୍ଯ୍ୟ ତଥା , ଲୋକ ମାନଙ୍କ ସେବା ତାଙ୍କୁ ଏହି ଦିନରେ ସଲମାନ ସାରୁଖ ଙ୍କ ଠାରୁ ଅଧିକ ଲୋକ ପ୍ରିୟତା ଦେଇଚି । ଗରିବ ମଜଦୁର ତଥା ଶ୍ରମିକ ଶ୍ରେଣୀ ର ଲୋକ ମାନଙ୍କୁ ନିଜ ଘରକୁ ବସ ଯୋଗେ ପଠାଇ କୋଟି କୋଟି ଭାରତୀୟ ଙ୍କ ହୃଦୟ ଜିତିଛନ୍ତି ଏହି ବଲିଉଡ ଖଳନାୟକ ସୋନୁ ସୁଦ ।

 

ଓଡ଼ିଶା ରୁ ୫୦ ଜଣ ମହାରାଷ୍ଟ୍ର ଏବଂ ୩୦ ଜଣ ବାଙ୍ଗାଲୋର ରେ ଫସିଥିବା ଶ୍ରମିକ ଙ୍କୁ ବସ ଏବଂ ପ୍ଳେନ ଯୋଗେ ସୋନୁ ନିକଟରେ ପଠାଇ ଥିଲେ । କେବଳ ଓଡିଶା ନୁହେଁ ଭାରତ ର କୋଣ ଅନୁକୋଣ ରୁ ଆସିଥିବା ଶ୍ରମିକ ମାନଙ୍କୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା କରିଛନ୍ତି ସୋନୁ । ଏହି ସମୟରେ ସୋନୁ ସୁଦ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ ଯିଏ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ୟାକୁଳ ଥିଲେ । ପ୍ରକୃତରେ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ।

ଲକ ଡାଉନ ହୋଇଯିବାରୁ ସେ ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରି ନଥିଲେ । ଏଭଳି ପରିସ୍ଥିତିରେ ସୋନୁ ସୁଦ ଟ୍ୱିଟରରେ ସାହାଯ୍ୟ ମାଗିଥିଲେ । ବ୍ୟକ୍ତିଙ୍କର ଜଣେ ଘନିଷ୍ଠ ବନ୍ଧୁ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ମୋର ପଡ଼ୋଶୀ ସୀତାରାମଙ୍କ ପତ୍ନୀ ଘର ସହର ବାରାଣାସୀରେ ମୃତ୍ୟୁ ବରଣ କରିଛନ୍ତି । ସେ ଶେଷ ରୀତିନୀତି ପାଇଁ ବନାରସ ଯିବାକୁ ଚେଷ୍ଟା କରୁଛନ୍ତି । ସେମାନେ ତିନି ଜଣ । ଦୟାକରି ସେମାନଙ୍କୁ ସାହାଯ୍ୟ କରନ୍ତୁ । ବ୍ୟକ୍ତି ଜଣକ ଟ୍ୱିଟରେ ଲେଖିଛନ୍ତି, “ତୁମ ବ୍ୟତୀତ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ” ।

ଅନ୍ୟପକ୍ଷରେ ସୋନୁ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ‘ଏହି କ୍ଷତି ବିଷୟରେ ଶୁଣି ମୁଁ ବହୁତ ଦୁଖିତ । ଆସନ୍ତାକାଲି ସେମାନଙ୍କୁ ପଠାଇବି ନିଶ୍ଚିତ ଭାବରେ ସେମାନେ ତାଙ୍କ ଗାଁ ରେ ପହଞ୍ଚି ଯିବେ । ସେ ଶୀଘ୍ର ତାଙ୍କ ଘରେ ପହଞ୍ଚିବେ । ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ।

ସୋନୁ ସୁଦଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ତାଙ୍କର ଅନେକ ପ୍ରଶଂସକ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସୋନୁ ଙ୍କ ଏହି ରିପ୍ଲାଇ କୁ ଦଶ ହଜାର ଲୋକ ରିଟ୍ୱିଟ ଓ ଲାଇକ ମଧ୍ୟ କରିଛନ୍ତି । ଅନେକ ଫ୍ୟାନ ପ୍ରଶଂସା ମଧ୍ୟ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button