ଜ୍ୟୋତିଷ

କୌଣସି ଜାଦୁ କି ବଶୀକରଣ ବି ଆପଣଙ୍କର କିଛି କରି ପାରିବ ନାହିଁ, ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ

ଜ୍ୟୋତିଷ ତନ୍ତ୍ରରେ ଏହିଭଳି ବହୁତ ବିଦ୍ୟା ବିଷୟରେ କୁହାଯାଇଛି ଯାହା ଦ୍ଵାରା କୌଣସି ବି ଜଡି ମନ୍ତ୍ରରୁ ବ୍ୟକ୍ତି ନିଜକୁ ବଞ୍ଚାଇ ପାରିବ । ଯେଉଁ ବ୍ୟକ୍ତିଙ୍କ ଉପରେ ଜଡି ମନ୍ତ୍ର ହେଉଛି ସେମାନେ ଏହି ବିଦ୍ୟା ଗୁଡିକୁ ବ୍ୟବହାର ଅବଶ୍ୟ କରି ପାରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ତାହାକୁ ଧାରଣ କରିବେ ତେବେ ଆପଣଙ୍କର କୌଣସି ବି ଜଡି ମନ୍ତ୍ର କିଛି ବି ଖରାପ କରି ପାରିବ ନାହିଁ ।

ଆମେ କଉଡି ବିଷୟରେ କଥା ହେଉଛୁ । ଏହାକୁ ଜଳରୁ ପ୍ରାପ୍ତ କରାଯାଏ । ପ୍ରାଚୀନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ଯେତେବେଳେ ନଡିଆ ପତ୍ର ବା ତାଳପତ୍ର ଜଳାଶୟ ତଥା ସମୁଦ୍ରରେ ପକାଯାଏ, ତେବେ ଏଥିରେ କଉଡି ଲାଗି ରହିଯାନ୍ତି । ଏହାକୁ ବାହାର କରି ସମୁଦ୍ର ତଟରେ ହିଁ ଶୁଖାଯାଏ ।

ପ୍ରାଚୀନ କାଳରେ କଉଡିକୁ ମୁଦ୍ରା ରୂପରେ ବ୍ୟବହାର କରାଯାଉଥିଲା । କିନ୍ତୁ ମୁଦ୍ରା ରୂପରେ କଉଡିର ପ୍ରଚଳନ କେବେ ବନ୍ଦ ହେଲା ଏହା ବିଷୟରେ କିଛି ବି କହିବା ବହୁତ କଷ୍ଟ ଅଟେ ।

ଭାରତ ଦେଶର ସଂସ୍କୃତିରେ କଉଡିର ବହୁତ ଗଭୀର ସମ୍ବନ୍ଧ ଅଛି । ବହୁତ ସମାଜରେ ବିବାହ ସଂସ୍କାରରେ କଉଡିକୁ ବହୁତ ମହତ୍ଵ ସ୍ଥାନ ଦିଆଯାଇଅଛି । ଏହାକୁ ବହୁତ ଶୁଭ ବୋଲି କୁହାଯାଇଛି । ରାଜସ୍ଥାନରେ କଉଡିରେ ମଣ୍ଡପ ସଜା ଯାଇଥାଏ । କନ୍ୟାର ହାତରେ ବି କଉଡି ବନ୍ଧା ଯାଇଥାଏ ।

ଆପଣ ସମସ୍ତେ ପଞ୍ଜାବୀ ବାହାଘର ବିଷୟରେ ଶୁଣିଥିବେ କି ପଞ୍ଜାବୀ କନ୍ୟା ହାତରେ ଯାହାକୁ ପିନ୍ଧନ୍ତି ସେଥିରେ କଉଡି ଲାଗି ରହିଥାଏ, ଯାହା ତାଙ୍କ ହାତରୁ ଝୁଲୁଥାଏ । ବୟସ୍କ ଲୋକମାନେ କନ୍ୟା ଓ ବର କାନ ପାଖରେ ହଲାଇବା ଦ୍ଵାରା କୁହାଯାଏ କି ତାଙ୍କୁ ଭଲ ସନ୍ତାନର ବର ପ୍ରଦାନ ହୋଇଥାଏ ।

ସେମିତି ଦେଖାଗଲେ ବହୁତ ଅନୁଷ୍ଠାନରେ ଓ ଧାର୍ମିକ କାର୍ଯ୍ୟରେ କଉଡିର ବହୁତ ମହତ୍ଵ ରହିଛି । ବହୁତ ଲୋକମାନେ ପୂଜା ସ୍ଥାନରେ ଶଙ୍ଖ ସହିତ କଉଡି ବି ରଖନ୍ତି । ଯେତେବେଳେ ଦୀପାବଳି ଆସିଥାଏ ତେବେ ଗୋବର୍ଦ୍ଧନ ପୂଜାରେ ଗାଈଙ୍କ ବେକରେ କଉଡିର ମାଳା ପିନ୍ଧାଯାଏ ।

ଏମିତି କୁହାଯାଏ କି କଉଡି ପିନ୍ଧିବା ଦ୍ଵାରା ଜଡି ମନ୍ତ୍ରର କୌଣସି ପ୍ରଭାବ ହୋଇ ନଥାଏ, ଏହା ବ୍ୟତୀତ କିଛି ଜନଜାତି ଏମିତି ବି ଅଛନ୍ତି କଉଡିକୁ ଶୌର୍ଯ୍ୟ ର ପ୍ରତୀକ ବୋଲି ମାନନ୍ତି । ୟୂନାନୀ ଚିକିତ୍ସା ପଦ୍ଧତିରେ ପାଚନ ଶକ୍ତି ଖରାପ ,ଆଖି – କାନ ତଥା କିଡନୀ ଇତ୍ୟାଦି ସମ୍ବନ୍ଧିତ ରୋଗର ଉପଚାର ତଥା ଭଲ ମାତ୍ରାରେ କ୍ୟାଲସିୟମ ଉପଲବ୍ଧ କରାଇବା ପାଇଁ କଉଡିର ବ୍ୟବହାର କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button