ମନୋରଞ୍ଜନ

ଏହି ଅଭିନେତ୍ରୀ ସହ ହେବାକୁ ଯାଉଥିଲା ସଚିନଙ୍କର ବିବାହ, ତ ତେନ୍ଦୁଲକର କହିଥିଲେ କି – ମୁଁ ତ ତାଙ୍କୁ…

କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ମାନେ ୨୪ ଏପ୍ରିଲକୁ ନିଜର ୪୬ତମ ଜନ୍ମଦିନ ମନାଉଛନ୍ତି । ରାତି ୧୨ ଟା ପର ଠାରୁ ହିଁ ତାଙ୍କର ଫ୍ୟାନମାନେ ତାଙ୍କୁ ଜନ୍ମ ଦିନର ଶୁଭେଶ୍ଚା ଦେଉଛନ୍ତି । ଏହା ମଧ୍ୟରେ ସଚିନଙ୍କ ସହିତ ଜଡିତ ସମସ୍ତ କଥା ପୁଣି ଥରେ ମନେ ପଡି ଯାଉଛି । ଆଜି ଆମେ ଆପଣଙ୍କୁ ସଚିନଙ୍କର ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ।

କ୍ରିକେଟ ପଡିଆରେ ଭଲ ବ୍ୟାଟିଙ୍ଗ କରି ବୋଲର ମାନଙ୍କର ନିଦ ଉଡାଇଥିବା ସଚିନ ତେନ୍ଦୁଲକରଙ୍କ ନାମରେ ବହୁତ ରେକର୍ଡ ଅଛି । କିନ୍ତୁ ସଚିନ ଯେତେବେଳେ ଯୁବ କ୍ରିକେଟର ରୂପରେ ପରିଚିତ ହେଉଥିଲେ, ସେହି ସମୟରେ ସେ ମୋଷ୍ଟ ବ୍ୟାଚେଲର୍ସ ରୂପରେ ବି ଜଣା ଯାଉଥିଲେ, ଯାହାଙ୍କ ଉପରେ ବହୁତ ଝିଅମାନେ ଫିଦା ହେଉଥିଲେ ।

ଏହି ଅଭିନେତ୍ରୀ ସହ ହେବାକୁ ଯାଉଥିଲା ସଚିନଙ୍କର ବିବାହ

Image courtesy: Google

ବର୍ଷ ୧୯୯୩ – ୧୯୯୫ରେ ଯେତେବେଳେ ସଚିନଙ୍କର ଲୋକପ୍ରିୟତା ବଢୁଥିଲା, ସେତେବେଳେ ତାଙ୍କର ନାମ ଏକ ଅଭିନେତ୍ରୀ ସହ ବହୁତ ଯୋଡା ଯାଉଥିଲା । ଖବର ଅନୁସାରେ ସଚିନଙ୍କର ବିବାହ ବି ସେହି ଅଭିନେତ୍ରୀଙ୍କ ସହ ହେବାର ଥିଲା । ଆପଣମାନଙ୍କୁ କହିଦେଉଛୁ କି ସେହି ଅଭିନେତ୍ରୀଙ୍କର ନାମ ଥିଲା ଶିଳ୍ପା ଶିରୋଡକର । କିନ୍ତୁ ମିଡିଆ ଦ୍ଵାରା କୁହାଯାଇଥିବା ଏହି ଖବରର ସତ୍ୟତା ସେତେବେଳେ ଖୋଲିଲା ଯେତେବେଳେ ତେନ୍ଦୁଲକର ନିଜେ ସାମ୍ନାକୁ ଆସି ନିଜର ମନ୍ତବ୍ୟ ଦେଲେ ।

ମୁଁ ତ ତାଙ୍କୁ ଜାଣି ବି ନାହିଁ – ସଚିନ ତେନ୍ଦୁଲକର

Image courtesy: Google

ଯେତେବେଳେ ଶିଳ୍ପା ଶିରୋଡକରଙ୍କ ସହ ସଚିନଙ୍କର ବିବାହର ଖବର ଭାଇରାଲ ହେଉଥିଲା, ସେତେବେଳେ ସଚିନ ମିଡିଆ ସାମ୍ନାକୁ ଆସି କହିଥିଲେ କି ଏହା ସବୁ ଷ୍ଟୁପୀଡ ଜିନିଷ ଅଟେ, କାରଣ ନା ମୁଁ କେବେ ତାଙ୍କ ସହିତ ଦେଖା କରିଛି ଏବଂ ନା ତାଙ୍କୁ ଠିକ ସେ ଚିହ୍ନିଛି । ତେବେ ବିବାହ ଓ ଅଫେୟାର କେମିତି ହୋଇ ପାରିବ କିନ୍ତୁ ସଚିନ ଅନ୍ୟ ଏକ ଝିଅର ପ୍ରେମରେ କ୍ଳିନ ବୋଲ୍ଡ ହୋଇସାରିଥିଲେ ଯାହା ବିଷୟରେ କାହାକୁ ଜଣା ନଥିଲା । ସଚିନ ଅଚାନକ ଦିନେ ବିବାହର ଘୋଷଣା କରିଦେଲେ ।

ଏହି ଯୁବତୀର ପ୍ରେମରେ ପାଗଳ ଥିଲେ ସଚିନ ତେନ୍ଦୁଲକର

Image courtesy: Google

ଗୋଟିଏ ପଟେ ସଚିନଙ୍କର ନାମ ତାଙ୍କର ପିଲାବେଳର ବନ୍ଧୁ ସହ ଯୋଡା ଯାଉଥିଲା ତ ଅନ୍ୟ ପଟେ ସଚିନ ଏକ ଝିଅର ପ୍ରେମରେ ପାଗଳ ହୋଇଯାଇଥିଲେ । ସେହି ଯୁବତୀର ନାମ ଅଞ୍ଜଳି ଥିଲା । ଅଞ୍ଜଳିଙ୍କ ସହ ସଚିନଙ୍କୁ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା । ୩ ବର୍ଷ ପର୍ଯ୍ୟନ୍ତ ପରସ୍ପରଙ୍କୁ ସେମାନେ ଡେଟ ବି କରିଥିଲେ । ଏମିତିରେ ସଚିନ ଅଚାନକ ନିଜ ଠାରୁ ବଡ ପାଞ୍ଚ ବର୍ଷ ଅଞ୍ଜଳିଙ୍କ ସହ ବିବାହର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ଲାଇବ ଟେଲିକାଷ୍ଟ ପାଇଁ ସଚିନ କରିଥିଲେ ମନା

Image courtesy: Google

ସଚିନଙ୍କର ବିବାହ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ରେ ହୋଇଥିଲା । ଏମିତିରେ ସଚିନଙ୍କୁ ଗୋଟିଏ ଚ୍ୟାନେଲ ୧ ଲକ୍ଷ ଟଙ୍କା ଦେଇ ବାହାଘରକୁ ଲାଇବ ଟେଲିକାଷ୍ଟ କରିବା ପାଇଁ ଅଫର ଦେଇଥିଲେ । ସେତେବେଳେ ସଚିନ ମନା କରିଦେଇଥିଲେ । ସଚିନ କହିଥିଲେ କି ଏହା ମୋର ପର୍ସନାଲ ଲାଇଫ ଅଟେ । କହିଦେଉଛୁ କି ସଚିନଙ୍କର ବିବାହ ୨୫ ମେ ୧୯୯୫ରେ ହୋଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button