ମନୋରଞ୍ଜନ

ନିଜ ଡ୍ରେସ ଉପରେ ପ୍ରଶ୍ନ ଉଠାଉଥିବା ଲୋକମାନଙ୍କୁ ଜାହ୍ନବୀ କପୂର ଦେଲେ ଏମିତି ଜବାବ, କହିଲେ – ଏତେ ବି ଟଙ୍କା…

ସବୁଦିନ ସେଲିବ୍ରିଟୀମାନେ ଫ୍ୟାନମାନଙ୍କ ପାଇଁ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି । କିନ୍ତୁ ଦର୍ଶକମାନେ କେତେବେଳେ କଣ ରିଆକ୍ଟ କରିବେ ଏହା ବିଷୟରେ କାହାକୁ କିଛି ଜଣା ନଥାଏ । ବେଳେ ବେଳେ ନିଜର ଫଟୋ କିମ୍ବା ଭିଡିଓ ପାଇଁ ତାଙ୍କୁ ପ୍ରଶଂସା ଶୁଣିବାକୁ ମିଳିଥାଏ ତ ବେଳେ ବେଳେ ତାଙ୍କୁ ସେହି ଫଟୋ ପାଇଁ ଟ୍ରୋଲ ବି କରାଯାଏ । ବର୍ତ୍ତମାନ ହିଁ ଟ୍ରୋଲିଙ୍ଗ ହୋଇଥିବା ଜାହ୍ନବୀ କପୂରଙ୍କ ଏକ ବୟାନ ସାମ୍ନାକୁ ଆସିଛି ।

ସେ ଟ୍ରୋଲିଙ୍ଗ କରୁଥିବା ଲୋକମାନଙ୍କୁ ଜବାବ ଦେଇଛନ୍ତି । ଜାହ୍ନବୀ କପୂରଙ୍କର ପ୍ରାୟତଃ କୌଣସି ନା କୌଣସି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ସବୁଠୁ ଅଧିକ ତାଙ୍କର ଜିମ ବାଲା ଲୁକ ଭାଇରାଲ ହୋଇଥାଏ । ଗତ କିଛି ଦିନ ତଳେ କିଛି ଲୋକମାନେ ଜାହ୍ନବୀ ଙ୍କୁ ଗୋଟିଏ ହିଁ ଡ୍ରେସ ବାରମ୍ବାର ପିନ୍ଧିବା ଉପରେ ଟ୍ରୋଲ କରିଥିଲେ । ଏହା ପରେ ଜାହ୍ନବୀ ସେହି ଲୋକମାନଙ୍କୁ ଜବାବ ଦେଇଛନ୍ତି ।

ଜାହ୍ନବୀ ବନ୍ଦ କରିଲେ ଟ୍ରୋଲରମାନଙ୍କର ମୁହଁ

ଗୋଟିଏରୁ ଅଧିକ ଥର ଗୋଟିଏ ହିଁ ଡ୍ରେସକୁ ପିନ୍ଧିବା ଉପରେ ଟ୍ରୋଲ କରୁଥିବା ଲୋକମାନଙ୍କୁ ଜାହ୍ନବୀ ଜବାବ ଦେଇ କହିଲେ କି, “ମୁଁ ଏତେ ବି ଟଙ୍କା ଆୟ କରି ନାହିଁ କି ସବୁଦିନ ନୂଆ ଡ୍ରେସ ପିନ୍ଧିବି, ମୁଁ ଟ୍ରୋଲ ଦ୍ଵାରା ପ୍ରଭାବିତ ହୁଏ ନାହିଁ । ଆପଣ ସମସ୍ତଙ୍କୁ ଖୁସି କରି ପାରିବି ନାହିଁ ଓ ଆଗକୁ କହିଲେ କି, ‘ମୁଁ ମୋର ଆଲୋଚନାକୁ ସେହି ସମୟରେ ଗମ୍ଭୀରତାର ସହିତ ନେଇଥାଏ ଯେତେବେଳେ ତାହା ମୋ କାମ ସହିତ ଜଡିତ ଥାଏ କିମ୍ବା ମୋତେ ତାହା ଉପରେ କାମ କରିବାକୁ ପଡିବ । କିନ୍ତୁ ମୁଁ ଜିମ ବାହାରେ କେମିତି ଡ୍ରେସ ପିନ୍ଧିବି, ଏହା ଉପରେ ଯଦି କେହି କୁହନ୍ତି ଏହା ମୋର କାମ ନୁହେଁ ।

ଡ୍ରେସକୁ ନେଇ ହେଲେ ଟ୍ରୋଲ

ଡ୍ରେସକୁ ନେଇ ଟ୍ରୋଲ ହେବା ଜାହ୍ନବୀଙ୍କ ପାଇଁ ଏକ ସାଧାରଣ କଥା ହୋଇ ଗଲାଣି । କିଛି ଦିନ ପୂର୍ବେ ହିଁ ସେ ରାସ୍ତା ଉପରେ ବୁଲୁ ଥିବାର ନଜର ଆସିଥିଲେ । କହିବାକୁ ଗଲେ ସେ ଗୋଟିଏ ପିଙ୍କ କଲର ଲମ୍ବା ଟି-ଶର୍ଟ ପିନ୍ଧିଥିଲେ । ଯାହା ତଳେ ସେ ପ୍ୟାଣ୍ଟ ପିନ୍ଧି ନଥିଲେ । ଏହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button