ହସ୍ପିଟାଲରୁ ଘରକୁ ଫେରିବା ପରେ ଖୁସି ନାହାନ୍ତି ଭାରତୀ – Kalinga News

[ad_1]
ନୂଆଦିଲ୍ଲୀ: ହାସ୍ୟାଭିନେତ୍ରୀ ଭାରତୀ ସିଂହ ଗଲ ବ୍ଲାଡରରେ ଷ୍ଟୋନ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବରକୁ ନିଜେ ୟୁଟ୍ୟୁବ ଜରିଆରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଖବର ମିଳିଛି କି ଭାରତୀ ହସ୍ପିଟାଲରୁ ଘରକୁ ଫେରି ଆସିଛନ୍ତି। ଘରକୁ ଫେରି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଭାରତୀ ଏକ ନୂଆ ବ୍ଲଗ ପୋଷ୍ଟ କରିଛନ୍ତି। ଏହି ବ୍ଲଗରେ ଭାରତୀ କହିଛନ୍ତି, ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ। ଷ୍ଟୋନ ହେତୁ କିଭଳି କଷ୍ଟ ଭୋଗିବାକୁ ହୋଇଥାଏ ଯିଏ ଅନୁଭବ କରିଛି ସିଏ ହିଁ ଜାଣିଛି। ଘରକୁ ଫେରିବା ପରେ ବି ମୁଁ ଖୁସି ହୋଇ ପାରୁ ନାହିଁ। କାହିଁକି ନା କିଛିଦିନ ପରେ ମୋର ଅସ୍ତ୍ରୋପଚାର ହେବ। ସୁଟିଂ କାମ ବାକି ଅଛି। ତାହା ଶେଷ କରିବା ପରେ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ଯିବାକୁ ହେବ । ଭଗବାନଙ୍କୁ ପ୍ରାର୍ଥନା କି ସୁଟିଂ ସମୟରେ ମୋତେ ପେଟ ଯନ୍ତ୍ରଣା ନହେଉ।
ବ୍ଲଗ ନଆସିଲେ ଆପଣମାନେ ବ୍ୟସ୍ତ ହେବେ ନାହିଁ। ବୁଝିଯିବେ ମୁଁ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି କିମ୍ବା ମୋର ଅସ୍ତ୍ରୋପଚାର ଚାଲିଛି। ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ। କାରଣ ଏହା ବିନା ମୁଁ କୌଣସି କ୍ଷେତ୍ରରେ ଆଗକୁ ବଢ଼ି ପାରିବି ନାହିଁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଭଲରେ ଭଲରେ ମୋର ଷ୍ଟୋନ ଅସ୍ତ୍ରୋପଚାର ହୋଇଯାଉ। ମୁଁ ସୁସ୍ଥ ହୋଇ ଘରକୁ ଫେରିଆସେ । ପୁଅ ଗୋଲୁ ଓ ଆପଣମାନଙ୍କ ସହିତ ପୁଣି ଖୁବ ମସ୍ତିମଜା କରିବି।’
[ad_2]