ମନୋରଞ୍ଜନ

ସୁପର ମଡେଲ ଅଟନ୍ତି ଅନିଲ କପୁରଙ୍କର ପତ୍ନୀ, ତାଙ୍କ ରିକ୍ସାର ଖର୍ଚ୍ଚ ମଧ୍ୟ ଉଠାଊ ଥିଲେ

ଆଜି ଆମେ କଥା ହେବୁ ଅନିଲ କପୁରଙ୍କ ବିଷୟରେ । ବଲୀଉଡରେ ଅନିଲ କପୁରଙ୍କୁ ଲଖନ ବୋଲି କୁହାଯାଏ । ସେ ବଲୀଉଡର ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଅଟନ୍ତି । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ତାଙ୍କର ଲଭ ଷ୍ଟୋରି ବିଷୟରେ କହିବୁ ।

ଅନିଲ କପୁରଙ୍କ ପତ୍ନୀଙ୍କର ନାମ ସୁନିତା ଅଟେ ଓ ତାଙ୍କ ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । କାରଣ ସେ ପ୍ରାୟତଃ ଲାଇମ ଲାଇଟରୁ ଦୂରରେ ରୁହନ୍ତି । ସେ ଅନିଲ କପୁରଙ୍କ ସହ ଲଭ ମ୍ୟାରେଜ କରିଥିଲେ । କିନ୍ତୁ ତାଙ୍କର ଲଭ ଲାଇଫ କୌଣସି ଫିଲ୍ମ ଷ୍ଟୋରି ଠାରୁ କମ ନୁହେଁ ।

ଯେତେବେଳେ ଅନିଲ କପୁର ଓ ସୁନିତାଙ୍କର ଦେଖା ହୋଇଥିଲା ସେତେବେଳେ ସୁନିତା ଏକ ଜଣାଶୁଣା ମଡେଲ ଥିଲେ ଓ ଅନିଲ କପୁର ଏକ ଷ୍ଟ୍ରଗଲିଙ୍ଗ ଅଭିନେତା ଥିଲେ । ପ୍ରଥମ ସାକ୍ଷାତରେ ହିଁ ଅନିଲଙ୍କୁ ସୁନୀତାଙ୍କ ସହ ପ୍ରେମ ହୋଇଯାଇଥିଲା । ସେ ସୁନିତାଙ୍କ ପାଖାପାଖି ଆସିବାକୁ ଚାହୁଁଥିଲେ ଓ ତାଙ୍କ ସହ କଥା ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଖରେ ସୁନିତାଙ୍କ ପାଖକୁ ଯିବା ପାଇଁ କୌଣସି ରାସ୍ତା ନଥିଲା ।

ଏହା ପରେ ଅନିଲ କପୁରଙ୍କର ବନ୍ଧୁମାନେ ତାଙ୍କୁ ସୁନିତାଙ୍କର ଫୋନ ନମ୍ବର ଦେଲେ । ଏହା ପରେ ଦୁଇ ଜଣଙ୍କର କଥାବାର୍ତ୍ତା ଆରମ୍ଭ ହୋଇଗଲା । ଅନିଲ ସୁନିତାଙ୍କର ଆବାଜର ଦିବାନା ହୋଇଯାଇଥିଲେ । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ଷ୍ଟ୍ରଗଲ ସମୟରେ ଅନିଲ କପୁରଙ୍କ ପାଖରେ ଟ୍ୟାକ୍ସିର ଭଡା ଦେବା ପାଇଁ ମଧ୍ୟ ଟଙ୍କା ନଥିଲା । ସେହି ସମୟରେ ସୁନିତା ହିଁ ତାଙ୍କର ପୁରା ଖର୍ଚ୍ଚ ଉଠାଉଥିଲେ ।

ଅନିଲ କପୁର ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ଯେତେବେଳ ସେ ସୁନିତାଙ୍କ ସହ ଫୋନରେ କଥାବାର୍ତ୍ତା କରୁଥିଲେ ଓ ଦୁଇ ଜଣଙ୍କ ମଧ୍ୟରେ ଦେଖା କରିବାକୁ ନେଇ କଥା ହେଲା ଅନିଲଙ୍କୁ ସୁନିତା ପଚାରିଲେ କି ତୁମେ କେତେ ସମୟ ଭିତରେ ପହଞ୍ଚିଯିବ । ଅନିଲ କହିଲେ କି ମୁଁ ୨ ଘଣ୍ଟା ମଧ୍ୟରେ ପହଞ୍ଚିଯିବି । ଏହା ପରେ ସୁନିତା ଏତେ ସମୟ ଲାଗିବାର କାରଣ ପଚାରିଲେ ।

ଅନିଲ ତାଙ୍କର ଆର୍ଥିକ ଅବସ୍ଥା ବିଷୟରେ କହିଲେ ଓ କହିଲେ କି ବସ ରେ ତ ଆସିଲେ ଅଧିକ ସମୟ ଲାଗିଯିବ । ଏହା ପରେ ସୁନିତା କହିଲେ କି ତୁମେ ଟ୍ୟାକ୍ସି କରି ନିଅ ମୁଁ ଏଠି ଆସିଲେ ଟ୍ୟାକ୍ସିର ଭଡା ଦେଇଦେବି । ଏହା ପରେ ଦୁଇ ଜଣ ମୁମ୍ବାଇର ବିଭିନ୍ନ ଜାଗାରେ ବୁଲିବାକୁ ଲାଗିଲେ ।

ସୁନିତା ଜଣେ ଜଣାଶୁଣା ମଡେଲ ହେବା ସତ୍ତ୍ୱେ ମଧ୍ୟ ସେ ବସ ରେ ବୁଲିବାକୁ ନେଇ ଆପତ୍ତି କରୁ ନଥିଲେ ଏବଂ ଅନିଲ କପୁରଙ୍କର ପୁରା ଖର୍ଚ୍ଚ ମଧ୍ୟ ଉଠାଉଥିଲେ କିନ୍ତୁ ବନ୍ଧୁ ମାନଙ୍କର କଥାରେ ଆସି ସେ ଦୁଇ ଥର ନିଜର ବିବାହକୁ ଟାଳି ଦେଇଥିଲେ । ଶେଷରେ ୧୯ ମେ ୧୯୮୪ରେ ଅନିଲ ଓ ସୁନିତା ବିବାହ କରିନେଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button