ଦେଶ- ବିଦେଶ

ବଲୀଉଡର ୯୦୭ ଜଣ ପ୍ରସିଦ୍ଧ ଷ୍ଟାରମାନେ ମୋଦୀଙ୍କୁ ଭୋଟ ଦେବା ପାଇଁ କରିଲେ ଅପିଲ, କହିଲେ ଆମକୁ ମଜବୁର ନୁହେଁ ବରଂ…

୧୧ ଏପ୍ରିଲରୁ ଲୋକସଭା ନିର୍ବାଚନ – ୨୦୧୯ର ପ୍ରଥମ ଚରଣ ମତଦାନ ଆରମ୍ଭ ହୋଇଯାଇଛି ଏବଂ ଏହା ସହିତ ଦେଶସାରା ଲୋକମାନେ ତିନି ଗ୍ରୁପରେ ବାଣ୍ଟି ହୋଇଯାଇଛନ୍ତି । କିଛି ଲୋକମାନେ କଂଗ୍ରେସକୁ ଭୋଟ ଦେବେ, କିଛି ଲୋକମାନେ ବିଜେପିକୁ ଭୋଟ ଦେବେ ଏବଂ କିଛି ଲୋକମାନେ ନୋଟକୁ ଭୋଟ ଦେବେ । ଏହା ଅଟେ ଦେଶର ଲୋକତନ୍ତ୍ର । କିନ୍ତୁ ଦେଶର ଅଧିକାଂଶ ଜନତା ଚାହୁଁଛନ୍ତି କି ମୋଦୀ ସରକାରଙ୍କୁ ପୁଣି ଥରେ ଚାନ୍ସ ମିଳିବା ଦରକାର ।

ଦେଶର କେବଳ ସାଧାରଣ ଜନତା ନୁହେଁ ସେଲିବ୍ରିଟୀମାନେ ବି ଚାହୁଁଛନ୍ତି କି ନରେନ୍ଦ୍ର ମୋଦୀ ପୁଣିଥରେ ଦେଶର ପିଏମ ହୁଅନ୍ତୁ । ସେଥିମଧ୍ୟରୁ ଦେଶର ୯୦୭ ଜଣ ପ୍ରସିଦ୍ଧ ଷ୍ଟାରମାନେ ମୋଦୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ।

ବଲୀଉଡର ୯୦୭ ପ୍ରସିଦ୍ଧ ଷ୍ଟାରମାନେ ମୋଦୀଙ୍କୁ ଭୋଟ ଦେବା ପାଇଁ କରିଲେ ଅପିଲ

କଳା ଏବଂ ସାହିତ୍ୟ ସହ ଜଡିତ ଥିବା ପାଖାପାଖି ୯୦୭ ଜଣ ଷ୍ଟାରମାନେ ଏକା ସହିତ ମିଶି ମୋଦୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ଏହି ଲିଷ୍ଟରେ କ୍ଲାସିକଲ ୱୋକାଲିଷ୍ଟ ପଣ୍ଡିତ ଜସରାଜ, ଲୋକପ୍ରିୟ ଗାୟିକା ମାଲିନୀ ଅବସ୍ଥୀ, ଅଭିନେତ୍ରୀ ପାୟଲ ରୋହତଗୀ, କୋଇନା ମିତ୍ରା, ପଲ୍ଲବୀ ଜୋଶୀ, ଅଭିନେତା ବୀବେକ ଓବରୟ, ରାହୁଲ ରୟ, ମୁକେଶ ଖନ୍ନା, ଗଜେନ୍ଦ୍ର ଚୌହାନ, ଅଭିଜୀତ ଭଟ୍ଟାଚାର୍ୟ, ହଂସ ରାଜ ହଂସ, ଅନୁରାଧା ପୋଡବାଲ, ସଙ୍ଗୀତକାର ଶଂକର ମହାଦେବନ ଭଳି ବଡ ବଡ ନାମ ସାମିଲ ଅଛନ୍ତି ।

ଆର୍ଟିଷ୍ଟମାନେ ସାମୂହିକ ରୂପରେ ଏକ ଷ୍ଟେଟମେଣ୍ଟ ଜାରି କରିଛନ୍ତି ଯେଉଁଥିରେ ଅପିଲ କରାଯାଇଛି କି, କଳା ଓ ସାହିତ୍ୟ ସହ ଜଡିତ ଆମେ ସମସ୍ତେ ଦେଶର ନାଗରିକଙ୍କୁ ଏକ ହାର୍ଦ୍ଦିକ ଆହ୍ଵାନ କରୁଛୁ କି କୌଣସି ବି ପୂର୍ବାଗ୍ରହ ଓ ଚାପ ରୁ ମୁକ୍ତ ହୋଇ ନିଜର ନୂଆ ସରକାର ବାଛିବା ପାଇଁ ନିଜର ମତାଧିକାରର ପ୍ରୟୋଗ ନିଶ୍ଚିତ କରନ୍ତୁ ।

ଆମର ଦୃଢ ବିଶ୍ଵାସ ଅଛି କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ସତ୍ତାରେ ରହିବେ । ଶତୃ ସହ ଲଢିବା ପାଇଁ ଆମକୁ ଏକ ମଜବୁତ ସରକାର ଦରକାର ଅଟେ, ଏକ ମଝବୁର ସରକାର ନୁହେଁ । ଆପଣଙ୍କୁ କହିଦେଉଛୁ କି  ନିର୍ବାଚନକୁ ନେଇ ବଲୀଉଡ ଦୁଇ ଦଳରେ ବାଣ୍ଟି ହୋଇଯାଇଛନ୍ତି । ଗୋଟିଏ ଗୃପ ବିଜେପି ଓ ମୋଦୀ ସରକାରଙ୍କ ସହିତ ଛିଡା ହୋଇଛନ୍ତି ତ ଦ୍ଵିତୀୟ ଗ୍ରୁପ ବିଜେପିକୁ ଭୋଟ ନ ଦେବା ପାଇଁ ଅପିଲ କରୁଛନ୍ତି ।

ନିକଟରେ ଫିଲ୍ମ ରଙ୍ଗମଞ୍ଚ ଓ ରାଇଟରମାନଙ୍କ ମଧ୍ୟରେ ପାଖାପାଖି ୬୦୦ ଲୋକମାନେ ଏକ ଲେଟର ଜାରି କରିଛନ୍ତି ଯେଉଁଥିରେ ବିଜେପିକୁ ଭୋଟ ନ ଦେବା ପାଇଁ ଅପିଲ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button