ମନୋରଞ୍ଜନ

ମିଳିଗଲା ଉତ୍ତର, ପ୍ରଥମ ଅଣ୍ଡା ଆସିଥିଲା ନା କୁକୁଡା, ଆସନ୍ତୁ ଜାଣିବା

ଏହି ଦୁନିଆରେ ପ୍ରଥମ କୁକୁଡା ଆସିଥିଲା ନା ଅଣ୍ଡା ଆସିଥିଲା । ଏହି ପ୍ରଶ୍ନର ଉତ୍ତର ବହୁତ ଲୋକମାନଙ୍କ ମୁହଁରୁ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କେହି ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନାହାନ୍ତି । କାରଣ ପ୍ରଶ୍ନ ବହୁତ କଷ୍ଟକର ଅଟେ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ । ଆପଣଙ୍କୁ କହିଦେଛୁ କି ଶେଫୀଲ୍ଡ ଓ ବାରବିକ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନଙ୍କର ଏକ ଟିମ ଏହି ବିଷୟ ଉପରେ ବହୁତ ସମୟ ହେବ କାମ କରୁଥିଲେ ଓ ବହୁତ ରିସର୍ଚ କରିବା ପରେ ଶେଫୀଲ୍ଡ ଓ ବାରବିକ ବିଶ୍ଵବିଦ୍ୟାଳୟ ବୈଜ୍ଞାନିକ ମାନଙ୍କର ଟିମ କହିଲେ କି ପୃଥିବୀରେ ଅଣ୍ଡା ପୂର୍ବରୁ ଏକ କୁକୁଡା ଜନ୍ମ ହୋଇଥିଲା । ଏହା ପରେ ସେମାନେ କହିଲେ କି ଓବୋକ୍ଲାଇଡିନ ନାମକ ପ୍ରୋଟିନ ଅଣ୍ଡାର ଖୋଳ ନିର୍ମାଣ କରିବା ପାଇଁ ବହୁତ ମହତ୍ୱପୂର୍ଣ ହୋଇଥାଏ ।

 

Image courtesy: Google

କୁକୁଡାମାନଙ୍କର ଓଭାରୀରୁ ଓବୋକ୍ଲାଇଡିନ ନାମକ ଏହି ପ୍ରୋଟୀନ ସୃଷ୍ଟି ହୋଇଥାଏ ଓ ସେଥିରୁ ହିଁ ଅଣ୍ଡା ହୋଇଥାଏ । ବୈଜ୍ଞାନିକମାନେ କମ୍ପ୍ଯୁଟର ହେକ୍ଟର ସାହାର୍ଯ୍ୟରେ ଅଣ୍ଡାକୁ ଖୋଲିଥିଲେ । କହିଦେଉଛୁ କି ଅଣ୍ଡାକୁ ଖୋଲି କରି ଟେଷ୍ଟ କରିବା ପରେ ଜଣା ପଡିଲା କି ଓବୋକ୍ଲାଇଡିନ ନାମକ ଏହି ପ୍ରୋଟିନ କୁକୁଡାର ଅଣ୍ଡାଶୟରୁ ଜନ୍ମ ହୋଇଥାଏ ।

Image courtesy: Google

ଏହି ରିସର୍ଚ ସହ ଜଡିତ ପ୍ରମୁଖ ବୈଜ୍ଞାନିକ ଡା. କୋଲିନ ଫ୍ରୀମୈନଙ୍କର କହିବା ଅଟେ କି – ‘ବହୁତ ସମୟ ହେବ ଏହା ସନ୍ଦେହ ଥିଲା କି ଅଣ୍ଡା ପ୍ରଥମେ ଆସିଥିଲା । କିନ୍ତୁ ବର୍ତ୍ତମାନ ଆମ ପାଖରେ ବୈଜ୍ଞାନିକ ପ୍ରମାଣ ଅଛି କି କୁକୁଡା ପ୍ରଥମେ ଆସିଥିଲା ।‘ କିନ୍ତୁ କହିଦେଉଛୁ କି ଏହି ରିପୋର୍ଟରେ ଏହା କୁହାଯାଇ ନାହିଁ କି କୁକୁଡା କେଉଁଠୁ ଆସିଲା ।କିନ୍ତୁ ଯଦି ଏହି ସମସ୍ତ ରିପୋର୍ଟ ଉପରେ ନଜର ପକାଇବା ତେବେ ଏହା ସମ୍ଭବ ହୋଇପାରେ କି ଏହି ପୃଥିବୀରେ ବିନା ଅଣ୍ଡାରେ କୁକୁଡା ଆସିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button