ଦେଶ- ବିଦେଶ

ମାଗଣା Wi-Fi ର ସଠିକ ବ୍ୟବହାର: ରେଳ ସ୍ଟେଶନ ର କୁଲି ପାସ କରିଲେ ସିଭିଲ ସର୍ଭିସ ପରୀକ୍ଷା, ହେଲେ ଅଫିସର

ଦେଶ ର ପାଖାପାଖି ସବୁ ରେଲେୱେ ଷ୍ଟେସନ ରେ ମାଗଣା ଇଣ୍ଟର୍ନେଟ ସର୍ଭିସ ମିଳୁଛି । ଆପଣଙ୍କୁ ସତ କଥା କହିବୁ ଆଜି ମାଗଣାରେ ଇଣ୍ଟର୍ନେଟ ର ବେଶି ବେରୋଜଗାରି ମାନଙ୍କୁ ବ୍ୟସ୍ତ ରଖିଛି ଏବଂ ବହୁତ ଲୋକମାନକୁ ବେରୋଜଗାର ବନାଇଦେଇଛି । ଯିଏ ଏହାକୁ ଠିକ ଭାବରେ ବ୍ୟବହାର କରିଲା ସେ ଆଗକୁ ବଢିଲା ଏବଂ ଯିଏ ଏହାକୁ ଠିକ ଭାବରେ ବ୍ୟବହାର କରିଲା ନାହିଁ ତାକୁ ବରବାଦ ହେବାକୁ ସମୟ ଲାଗିବା ନାହିଁ ।

ଇଣ୍ଟର୍ନେଟ ର ଭଲ ବ୍ୟବହାର ଦେଖିବାକୁ ମିଳେ କେରଳ ରେ, କେରଳ ର ଏର୍ଣାକୁଲମ ରେଲୱେ ଷ୍ଟେସନ ରେ ଏକ କୁଲି ସରକାରୀ ଚାକିରି ର ସ୍ଵପ୍ନ ଦେଖିଥିଲେ ଏବଂ ଏହାକୁ ସାକାର ମଧ୍ୟ କରିଳେ । ରେଲୱେ ଦ୍ଵାରା ଦିଆ ଯାଉଥିବା ମାଗଣା ଇଣ୍ଟର୍ନେଟ ର ବ୍ୟବହାର କରି ଶ୍ରୀନାଥ କେରଳ ର ଲୋକ ସେବା ଆୟୋଗ ର ଲିଖିତ ପରୀକ୍ଷା ରେ ପାସ କରିଳେ । କିନ୍ତୁ ତାଙ୍କର ଇଣ୍ଟରଭିୟୁ ବର୍ତ୍ତମାନ ବାକି ଅଛି କିନ୍ତୁ ଯଦି ସେ ଇଣ୍ଟରଭିୟୁ ପାସ କରି ଦେଉଛନ୍ତି ତେବେ ସେ ଭୂରାଜସ୍ଵ ବିଭାଗରେ ତାଙ୍କୁ ଗ୍ରାମ ସହାୟକ ପଦବୀ ମିଳିଯିବ ।

ଶ୍ରୀନାଥ, ମୁନ୍ନାର ର ବାସିନ୍ଦା ଏବଂ ସେ ଗତ 5 ବର୍ଷ ହବ ରେଲୱେ ଷ୍ଟେସନ ରେ କୁଲି କାମ କରିକି ନିଜର ଜୀବନଯାପନ କରୁଛନ୍ତି । ଯେବେଠୁ ଫ୍ରୀ ଇଣ୍ଟର୍ନେଟ ର ବ୍ୟବସ୍ଥା ହୋଇଛି, ସେ କାନ ରେ ଇୟରଫୋନ ଲଗାଇ କାମ କରନ୍ତି । ଦିନ ରେ ସେ ଯେତେବେଳେ ଲୋକ ମାନଙ୍କର ଜିନିଷ ଉଠାନ୍ତି ତେବେ ସେହି ସମୟରେ ସ୍ଟଡୀ ମୈଟେରିୟଲ ଶୁଣୁ ଥାନ୍ତି ଏବଂ ଯେତେବେଳେ କାମ କରି ଥକି ଯାଆନ୍ତି ତେବେ ଆରାମ କରିବା ସମୟରେ ପଢି ଥିବା ସ୍ଟଡୀ ମ୍ୟାଟେରିୟଲକୁ ପୁଣି ଥରେ ଶୁଣନ୍ତି ।

ଆପଣ ଜାଣିବା ନିମନ୍ତେ କହିଦେଉଛୁ କି କେନ୍ଦ୍ର ସରକାର ୨୦୧୬ ରେ ମାଗଣା Wi-Fi ଆରମ୍ଭ କରି ଥିଲେ । ଶ୍ରୀନାଥ କହିଲେ କି ଇଣ୍ଟର୍ନେଟ ର ମାଗଣା ହେବା ଦ୍ଵାରା ବହୁତ ରାସ୍ତା ଖୋଲିଗଲା, ପଢା ପଢୀ ଅନଲାଇନ ହେବା ସଙ୍ଗେ ସଙ୍ଗେ ଆବେଦନ ମଧ୍ୟ ଅନଲାଇନ କରାଯାଇ ପାରୁଛି ।

ଯିବା ଆସିବା ର ଖର୍ଚ୍ଚ ଏବଂ ଲାଇନ ରେ ଛିଡା ହେବା ରୁ ସୁବିଧା ମିଳିଲା । ସେ ପୂର୍ବରୁ ପରୀକ୍ଷା ଦେଇ ଆସୁଥିଲେ କିନ୍ତୁ ଏଥର ସେ ପରୀକ୍ଷା ପାସ କରି ପାରିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button