କୂଅ ଭିତରେ ୫୪ ଘଣ୍ଟା ମୃତ୍ୟୁ ସହ ସଂଘର୍ଷ କରୁଥିଲେ ମହିଳା, ସାପ କାମୁଡ଼ିଦେଲା

୫୪ ଘଣ୍ଟାର ଜୀବନ ମୃତ୍ୟୁ ସଂଘର୍ଷ ! ବୁଲୁ ବୁଲୁ ସାପ ଭର୍ତ୍ତି କୂଅରେ ପଡ଼ିଗଲେ ମହିଳା । ଘୋର ଅନ୍ଧାର ଆଉ ମଶା ଡାଆଁସଙ୍କ ଦାଉରୁ ରକ୍ଷା ନ ପାଉଣୁ ଭିତରେ ମଣିଷ ମରା ସାପ ଖେଳୁଥିବାର ଦେଖିଲେ । ଏସବୁ ଦେଖି ମହିଳାଙ୍କର ଭୟରେ ହଂସା ଉଡ଼ିଗଲା । ଆଉ ସେ କୂଅ ଭିତରୁ ବଞ୍ଚିକି ଫେରିବେ ବୋଲି କଳ୍ପନା କରି ପାରିଲେ ନାହିଁ । ଆଉ ତା’ପରେ ଯାହା ଘଟିଲା ଆପଣ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଯିଏ ଏହି ମହିଳାଙ୍କୁ ଉଦ୍ଧାର କରିଥିଲେ ସେ ମଧ୍ୟ ଭୟଭୀତ ହୋଇଗଲେ । ଏହି ଘଟଣା କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ ।
କଥାରେ ଅଛି ରଖେ ହରି ତ ମାରେ କିଏ ? ଏହି ଉକ୍ତିର ନିଚ୍ଛକ ଉଦାହରଣ ହେଉଛି ଏହି ସତ୍ୟ କାହାଣୀ । ଆମେ ପ୍ରାୟତଃ ସିନେମାରେ ନାୟକ ଏବଂ ନାୟିକାମାନଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ମୃତ୍ୟୁକୁ ବିରୋଧ କରିବାର ଦେଖିଛୁ, କିନ୍ତୁ ଚୀନ୍ର ଏହି ଘଟଣା କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ଜଣେ ମହିଳା ୫୪ ଘଣ୍ଟା ଧରି ଏକ ଗଭୀର କୂଅରେ ଫସି ରହିଥିଲେ, ଘୋର ଅନ୍ଧାର, ମଶା ଏବଂ ସାପ ପାଣିରେ ପହଁରୁଥିଲେ। ଏହା ସତ୍ତ୍ୱେ, ମହିଳା ଜଣକ ହାର ମାନିବାକୁ ପ୍ରସ୍ତୁତ ନଥିଲେ ଏବଂ ନିଜ ସାହସ ସହିତ ମୃତ୍ୟୁକୁ ଏଡ଼ାଇ ଜୀବନ୍ତ ଉଭା ହେଲେ। ହଁ ଦର୍ଶକବନ୍ଧୁ, ଫୁଜିଆନ୍ ପ୍ରଦେଶର କ୍ୱାନଝୋଉ ସହରର କିନ୍ ନାମକ ଜଣେ 48 ବର୍ଷୀୟା ମହିଳା ଜଙ୍ଗଲରେ ବୁଲିବାକୁ ଯାଇ ଘାସରେ ପରିପୂର୍ଣ୍ଣ ଦେଖାଯାଉଥିବା ଏକ ପୁରୁଣା କୂଅରେ ପଡ଼ିଗଲେ। ସନ୍ଧ୍ୟା ଗଡ଼ି ଚାଲିଲା । ଯେତେବେଳେ ସେ ଘରକୁ ଫେରିଲେ ନାହିଁ, ତାଙ୍କ ପରିବାର ବର୍ଗ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କଲେ, କିନ୍ତୁ କୌଣସି ଚିହ୍ନବର୍ଣ୍ଣ ପାଇଲେ ନାହିଁ। ପରଦିନ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା।
ମହିଳାଙ୍କ ପୁଅର ଅନୁରୋଧକୁ ଗ୍ରହଣ କରି, ଏକ 10 ଜଣିଆ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଲେ । ଏକ ଥର୍ମାଲ୍ ଡ୍ରୋନ୍ ସାହାଯ୍ୟରେ ସନ୍ଧାନ ଆରମ୍ଭ ହୋଇଥିଲା, ଏବଂ ମଧ୍ୟାହ୍ନ ସୁଦ୍ଧା କୂଅରୁ ଏକ ମୃଦୁ ଶବ୍ଦ ଶୁଣାଗଲା। ଯେତେବେଳେ ବୁଦାଗୁଡ଼ିକ ହଟାଇ ଦିଆଯାଇଥିଲା, ସେତେବେଳେ ମହିଳା ଜଣକ ପାଣିରେ ବୁଡ଼ି ରହିଥିବା ଏବଂ କାନ୍ଥରେ ଲାଗି ରହିଥିବା ଦୃଶ୍ୟ ସାମ୍ନାକୁ ଆସିଲା। ସେ କ୍ଷୀଣ ସ୍ୱରରେ କହୁଥିଲେ ଯେ ସାପ ପାଣିରେ ପହଁରୁଛି, ଏବଂ ଗୋଟିଏ ତାଙ୍କୁ କାମୁଡ଼ି ଦେଇଛି, କିନ୍ତୁ ସୌଭାଗ୍ୟବଶତଃ, ତାହା ବିଷାକ୍ତ ନଥିଲା। ମୁଁ ବଞ୍ଚିଗଲି। ଉଦ୍ଧାରକାରୀମାନେ ମହିଳାଙ୍କୁ ପାଣିରେ ବୁଡ଼ି ରହିଥିବା ଦେଖି ବୁଦା ସଫା କରିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ସୌଭାଗ୍ୟବଶତଃ, ମହିଳା ଜଣକ ପହଁରା ଜାଣିଥିଲେ, ତେଣୁ ସେ କାନ୍ଥରେ ଖଞ୍ଜାଯାଇଥିବା ଏକ ପଥରକୁ ଧରି ଭାସି ରହିଥିଲେ। ତଥାପି ତାଙ୍କ ହାତ ଗୁରୁତର ଭାବରେ ଆଘାତ ପାଇଥିଲା ଏବଂ ଫୋଟକା ହୋଇଥିଲା।
ମହିଳା ଜଣକ ଆହୁରି କହିଥିଲେ, “ଅଗଣିତ ଥର ମୋ ସହ ହାର ମାନିବା ପରିସ୍ଥିତି ଉପୁଜିଥିଲା କିନ୍ତୁ ମୁଁ ମୋର ୭୦ ବର୍ଷୀୟ ମା, ୮୦ ବର୍ଷୀୟ ବାପା ଏବଂ ମୋ ଝିଅ ବିଷୟରେ ଭାବିଲି । ଯେଉଁମାନେ ମୋ ସହିତ ବହୁତ ଜଡ଼ିତ ଆଉ ମୋତେ ଛାଡ଼ି ସେମାନେ କଦାପି ରହି ପାରିବେ ନାହିଁ । ସେତେବେଳେ ମୁଁ ଷ୍ଟ୍ରଙ୍ଗ ହେଉଥିଲି ଆଉ ଜୀବନ୍ତ ଉପରକୁ ଉଠିବାକୁ ପ୍ରୟାସ କରୁଥିଲି । ମୋ ଛୁଆମାନେ ନୂଆ ନୂଆ କଲେଜ ଆରମ୍ଭ କରିଥିଲେ। ଯଦି ମୁଁ ସେମାନଙ୍କୁ ପଛରେ ଛାଡ଼ି ଚାଲିଯିବି ତେବେ ସେମାନଙ୍କର କ’ଣ ହେବ? ଏମିତି କିଛି ଶୁଣି ଉଦ୍ଧାରକାରୀ ଟିମ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ତାଙ୍କ ଧର୍ଯ୍ୟ ଓ ସାହସକୁ ସଲାମ କରିଥିଲେ । ପରେ ତାଙ୍କୁ ତୁରନ୍ତ ଜିନଜିଆଙ୍ଗ ସିଟି ହସ୍ପିଟାଲକୁ ନିଆଯାଇ ଚିକିତ୍ସା ପାଇଁ କ୍ୱାନଝୋଉ ଫାଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ରିପୋର୍ଟ ଅନୁସାରେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।




